ହାଇଦ୍ରାବାଦ: ଶ୍ବଶୁର ଘର ମାଟିରେ ପ୍ରଥମ ଥର ଶୋ' କରିବେ ନିକ୍ ଜୋନସ । ଭାରତ ଜ୍ବାଇଁ ପ୍ରଥମ ଥର ପାଇଁ ଭାରତରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି। ଗ୍ଲୋବାଲ ତଥା ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସ ପ୍ରଥମ ଥର ପାଇଁ ମୁମ୍ବାଇରେ ଏକ ସିଙ୍ଗିଙ୍ଗ୍ ଶୋ'ରେ ଭାଗନେବେ। ଲାଲାପଲୁଜା ଇଣ୍ଡିଆ ଇଭେଣ୍ଟରେ ଗାଇବେ ଜୋନସ ବ୍ରଦର୍ସ । ତେବେ ନିକ୍ ନିଜର ୨ ଭାଇ ଜୋ ଏବଂ କେବିନ ଜୋନସଙ୍କ ସହ ଭାରତ ଆସିଛନ୍ତି।
ତାଙ୍କୁ ପ୍ରଥମେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ନିକ୍ ବର୍ତ୍ତମାନ ମୁମ୍ବାଇରେ ଥିବା ଜଣାପଡ଼ିଛି । ଆଜି ସକାଳେ ସୋସିଆଲ ମିଡିଆରେ ସେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ସମସ୍ତଙ୍କୁ 'ଗୁଡ ମର୍ଣ୍ଣିଂ' ୱିଶ୍ କରିବା ସହ ଗତକାଲି ରାତିରୁ ମୁମ୍ବାଇ ଆସିଥିବା କଥା କହିଛନ୍ତି । ଏହି ଶୋ' ତାଙ୍କ ପାଇଁ ଖୁବ ସ୍ପେଶାଲ ବୋଲି ପ୍ରକାଶ କରିଛନ୍ତି ନିକ୍ ଜୋନାସ। ସେ କହିଛନ୍ତି, ଆପଣମାନେ ମୋ ପଛରେ ଥିବା ଫେଷ୍ଟିଭାଲ ଅଫ୍ ଲ୍ୟାଣ୍ଡ୍ ଦେଖିପାରୁଥିବେ । ପ୍ରଥମ ଥର ପାଇଁ ଇଣ୍ଡିଆରେ ଶୋ' କରିବାକୁ ଯାଉଥିବାରୁ ମୁଁ ବହୁ ଏକ୍ସାଇଟେଡ୍ ଅଛି ।"
ସେପଟେ ନିକଙ୍କ ଏହି ଭିଡିଓରେ କମେଣ୍ଟ କରି ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ । 'ନିକ୍ ଜୋନସ ଭାରତୀୟ ଜ୍ବାଇଁ' ବୋଲି କେହି କେହି ଲେଖିଥିବାବେଳେ ଆଉ କେହି କେହି ଲେଖିଛନ୍ତି 'ଜ୍ବାଇଁଙ୍କୁ ଶ୍ବଶୁରଘରକୁ ସ୍ବାଗତ' । କେତେକ ୟୁଜର୍ସ କମେଣ୍ଟ ବକ୍ସରେ ପ୍ରିୟଙ୍କାଙ୍କ ବିଷୟରେ ପଚାରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଅଭିନୟକୁ ପରିଣୀତିଙ୍କ ବାଏ ବାଏ ! ଏବେ ଏହି କ୍ଷେତ୍ରରେ କରିବେ ନୂଆ କ୍ୟାରିଅର
ତେବେ ନିକଙ୍କ ଏହି ଶୋ' ବିଷୟରେ ଫ୍ୟାନ୍ସଙ୍କୁ ପ୍ରଥମ ସୂଚନା ଦେଇଥିଲେ ନିକଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଷ୍ଟୋରୀ ସେୟାର କରି ଲେଖିଥିଲେ ନିକ୍ ପ୍ରଥମ ଥର ଭାରତରେ ଶୋ' କରିବାକୁ ଯାଉଛନ୍ତି ।" ତେବେ ନିକ୍ ଭାରତରେ ନିଜ ଭାଇଙ୍କ ସହ ପହଞ୍ଚି ସାରିଛନ୍ତି । ଲାଲାପଲୁଜା ଇଭେଷ୍ଟରେ ସେ ନିଜର ଜଲୱା ଦେଖାଇବାକୁ ଯାଉଥିବାବେଳେ ଏହି ଇଭେଣ୍ଟ ୨୭ ଓ ୨୮ ଦୁଇ ଦିନ ଧରି ଚାଲିବ । ଲୋଲାପାଲାଜା ୨୦୨୪ରେ ଆୟୋଜିତ ହୋଇଥିବା ଏହି ଗ୍ରାଣ୍ଡ୍ କାର୍ଯ୍ୟକ୍ରମରେ ବଲିଉଡ ସମେତ ହଲିଉଡ କଳାକାରମାନେ ଯୋଗ ଦେଉଛନ୍ତି ।