ETV Bharat / entertainment

32 ବର୍ଷରେ ନିକ୍; ଲାଇଭ କନସର୍ଟରେ କାଟିଲେ କେକ୍, ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ଦେଶୀଗାର୍ଲ - Nick Jonas Birthday

author img

By ETV Bharat Entertainment Team

Published : Sep 17, 2024, 9:49 AM IST

Nick Jonas Birthday: ସେପ୍ଟେମ୍ୱର 16ରେ ନିକ ଜୋନାସ୍ ନିଜ 32ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଏହି ଖାସ୍ ଅବସରରେ ସେ ଲଣ୍ଡନରେ ଆୟୋଜିତ ଲାଇଭ କନସର୍ଟରେ କେକ କାଟିଥିବା ବେଳେ ଇଭେଣ୍ଟର କିଛି ଝଲକ ସେୟାର କରି ପତ୍ନୀ ପ୍ରିୟଙ୍କା ଚୋପ୍ରା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

32 ବର୍ଷରେ ନିକ୍; ଲାଇଭ କନସର୍ଟରେ କାଟିଲେ କେକ୍, ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ଦେଶୀଗାର୍ଲ
32 ବର୍ଷରେ ନିକ୍; ଲାଇଭ କନସର୍ଟରେ କାଟିଲେ କେକ୍, ଖାସ୍ ଅନ୍ଦାଜରେ ୱିସ୍ ଜଣାଇଲେ ଦେଶୀଗାର୍ଲ (Instagram)

ହାଇଦ୍ରାବାଦ: 16 ସେପ୍ଟେମ୍ବରରେ ହଲିଉଡ ଗାୟକ ନିକ ଜୋନାସ ତାଙ୍କର 32 ତମ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଉତ୍ସବରେ ଗାୟକଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜନ୍ମଦିନକୁ ଏକ ସୁନ୍ଦର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବିଶେଷ ଦିନରେ ନିକ ଲଣ୍ଡନରେ ଏକ ଲାଇଭ୍ କନସର୍ଟ କରିଥିଲେ, ଯେଉଁଥିରେ ପ୍ରିୟଙ୍କା ତାଙ୍କ ଝିଅ ମାଲତୀଙ୍କ ସହ ଯୋଗ ଦେଇଥିଲେ । ଯାହାର ଝଲକ ସେ ସୋସିଆଲ ମିଡିଆରେ ସେୟାର କରି ପ୍ରିୟଙ୍କା ନିକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ନିକଙ୍କୁ ଖାସ୍ ଅନ୍ଦାଜରେ ୱିସ ଜଣାଇଲେ ପ୍ରିୟଙ୍କା

ସେପ୍ଟେମ୍ବର 17 (ଆଜି) ସକାଳେ ପ୍ରିୟଙ୍କା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ନିକ ଜୋନାସଙ୍କ O2 ଏରିନା ଲଣ୍ଡନ କନସର୍ଟରୁ କିଛି ଫଟୋ ସେୟାର କରିଥିଲେ ଏବଂ ତାଙ୍କ ଗାୟକ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଶ୍ରେଷ୍ଠ ସ୍ୱାମୀ ଏବଂ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା । ତୁମେ ଆମର ସମସ୍ତ ସ୍ୱପ୍ନକୁ ସାକାର କରିଛ । ପ୍ରତିଦିନ.. ଆମେ ତୁମକୁ (ନିକ ଜୋନାସ)ଙ୍କୁ ଭଲପାଉ ।''

ପ୍ରିୟଙ୍କା ସେୟାର କରିଥିବା ପ୍ରଥମ ଫଟୋରେ ପ୍ରିୟଙ୍କା ଓ ନିକ ମାଲତୀଙ୍କ ସହ ନଜର ଆସିଛନ୍ତି । 2ୟ ଫଟୋରେ କନସର୍ଟର ଝଲକ ଦେଖିବାକୁ ମିଳିଛି । ତୃତୀୟ ଏବଂ ଚତୁର୍ଥ ଫଟୋରେ ପ୍ରିୟଙ୍କା ଏବଂ ନିକ ମାଲତୀଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ସେପଟେ ଲାଇଭ କନସର୍ଟର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନିକ କନସର୍ଟ ସମୟରେ କେକ୍ କାଟୁଥିବାର ନଜର ଆସିଛନ୍ତି । କନସର୍ଟର ଭିଡିଓ ଏବଂ ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ପୁରା ଫ୍ୟାମିଲିର ଖୁବ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୪୨ ବର୍ଷରେ ପାଦ ଥାପିଲେ ଦେଶୀ ଗାର୍ଲ, ଲେଡି ଲଭ୍‌ଙ୍କୁ ଏମିତି ୱିସ କଲେ ନିକ୍

2018ରେ ବିବାହ କରିଥିଲେ ନିକ-ପ୍ରିୟଙ୍କା

ସୂଚନା ଥାଉ କି, ପ୍ରିୟଙ୍କା ଏବଂ ନିକ୍‌ ଜୋନସ ୨୦୧୮, ଡିସେମ୍ବର ୧ ଏବଂ ୨ ରେ ଯୋଧପୁରର ଉମାଇଡ ପ୍ୟାଲେସରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ମହା ଆଡ଼ମ୍ବରରେ ବିବାହ କରିଥିଲେ । ପରେ ଏହି ଦମ୍ପତି ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଦୁଇଟି ରିସେପ୍ସନ ପାର୍ଟି କରିଥିଲେ । ଜାନୁଆରୀ ୨୦୨୨ ରେ ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ମାଲତୀ ମାରିଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବାର 3 ମାସ ପରେ ଲାଡଲିଙ୍କ ନାଁ ଘୋଷଣା କରିଥିଲେ ପ୍ରିୟଙ୍କା ଏବଂ ଏକ ବର୍ଷ ପରେ ମାଲତୀଙ୍କ ଚେହେରା ସାର୍ବଜନୀନ କରିଥିଲେ।

ନିକ ଜୋନାସଙ୍କ ପୋଷ୍ଟ
ନିକ ଜୋନାସଙ୍କ ପୋଷ୍ଟ (instagram)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.