ETV Bharat / entertainment

ବଲିଉଡରେ ପ୍ରୀତି ଜିଣ୍ଟାଙ୍କ କମବ୍ୟାକ୍, 'ଲାହୋର ୧୯୪୭'ର ସୁଟିଂ କଲେ ଆରମ୍ଭ - Preity Zinta In Lahore 1947

Preity Zinta In Lahore 1947: ଦୀର୍ଘ ଦିନ ପରେ ବଲିଉଡରେ ଦମଦାର କମବ୍ୟାକ କରିବାକୁ ଯାଉଛନ୍ତି ପ୍ରୀତି ଜିଣ୍ଟା । ସେ 'ଲାହୋର ୧୯୪୭' ଚଳଚ୍ଚିତ୍ରରେ୍ ନଜର ଆସିବାକୁ ଥିବା ବେଳେ ବର୍ତ୍ତମାନ ସେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

ବଲିଉଡରେ ପ୍ରୀତି ଜିଣ୍ଟାଙ୍କ କମବ୍ୟାକ୍, 'ଲାହୋର ୧୯୪୭'ର ସୁଟିଂ କଲେ ଆରମ୍ଭ

author img

By ETV Bharat Odisha Team

Published : Apr 24, 2024, 1:13 PM IST

ହାଇଦ୍ରାବାଦ: ଦୀର୍ଘ ବର୍ଷର ବ୍ରେକ ପରେ ସିଲଭର ସ୍କ୍ରିନକୁ ଫେରୁଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଅଭିନେତ୍ରୀ ଆଗାମୀ ଚଳଚ୍ଚିତ୍ର 'ଲାହୋର ୧୯୪୭' ସହ ପରଦାକୁ ଫେରୁଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରୀତି ଜିଣ୍ଟା, ସନ୍ନି ଦେଓଲଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରୀତି ଜିଣ୍ଟା ବର୍ତ୍ତମାନ 'ଲାହୋର ୧୯୪୭' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ସେଟରୁ କିଛି BTS ଫଟୋ ସେୟାର କରି ପ୍ରୀତି ଝଲକ ଦେଖାଇଛନ୍ତି ।

ପ୍ରୀତି ଜିଣ୍ଟା ଇନଷ୍ଟାଗ୍ରାମରେ 'ଲାହୋର 1947' ସେଟର BTS ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋ ହେଉଛି ଏକ କ୍ଲାପବୋର୍ଡର, ଯେଉଁଥିରେ ଫଟୋଗ୍ରାଫର ନିର୍ଦ୍ଦେଶକ ସାନ୍ତୋଷ ଶିବନଙ୍କ ନାମ ଆମୀର ଖାନ ପ୍ରଡକ୍ସନ୍ ଏବଂ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷିଙ୍କ ନାଁ ଲେଖାଯାଇଛି । ଦ୍ୱିତୀୟ ଫଟୋରେ ପ୍ରୀତି ଜିଣ୍ଟା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷିଙ୍କ ସହ ସେଲଫି ନେଇଥିବାର ନଜର ଆସିଛନ୍ତି । ତୃତୀୟ ଫଟୋରେ ଅଭିନେତ୍ରୀ ସନ୍ତୋଷ ଶିବନଙ୍କ ସହ ନଜର ଆସିଛନ୍ତି । ଚତୁର୍ଥ ଫଟୋରେ ସେଟ ସାଇନ୍ ବୋର୍ଡର ଏକ ପଟୋ ନଜର ଆସିଛି । ଫଟୋ ସେୟାର କରି ପ୍ରୀତି କ୍ୟାପସନରେ ଲେଖିଛନ୍ତି, 'ଲାହୋର 1947 ର ସେଟରେ...'

କହିରଖୁଛୁ କି, ବଲିଉଡ ଅଭିନେତା ଆମୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଏଥିସହ ଏହି ଫିଲ୍ମରେ ଆମୀର ଖାନ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିବେ । ଏହିପରି ଏହି ଫିଲ୍ମରେ ଆମୀର ଏବଂ ସନ୍ନିଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ସେପଟେ ପ୍ରୀତି ଏବଂ ସନ୍ନି ଦେଓଲଙ୍କୁ ପୂର୍ବରୁ 'ହିରୋ' ଏବଂ 'ଫର୍ଜ' ଭଳି ସିନେମାରେ ଏକାଠି ଦେଖିବାକୁ ମିଳିଥିଲା ​​ଏବଂ ସେମାନଙ୍କର ଯୋଡ଼ିକୁ ଖୁବ ପସନ୍ଦ କରାଯାଇଥିଲା । ତେବେ ଏହି ଫିଲ୍ମ ସହ ସନ୍ନି ଏବଂ ପ୍ରୀତି ୩ୟ ଥର ପାଇଁ ଏକାଠି କାମ କରିବେ । ପ୍ରୀତିଙ୍କ ଏହି ଦମଦାର କମବ୍ୟାକ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଲାହୋର ୧୯୪୭'ରେ ପ୍ରୀତି ଜିଣ୍ଟାଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ଆସିବେ ନଜର

ରାଜକୁମାର ସନ୍ତୋଷୀ ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ ଏହି ଚଳଚ୍ଚିତ୍ର ସହ ଡିଓପି ଏବଂ କ୍ୟାମେରାମ୍ୟାନ ଭାବେ ଅତି ପ୍ରତିଭାବାନ ସନ୍ତୋଷ ଶିବନଙ୍କ ନାଁ ଜଡ଼ିତ । ଅନ୍ୟପଟେ ଚଳଚ୍ଚିତ୍ର ନିର୍ମାତା, ଏହାର କାଷ୍ଟ ଏବଂ ଏ ଆର୍ ରହମାନ ଏବଂ ଜାଭେଦ ଅଖତରଙ୍କୁ ଫିଲ୍ମରେ ସାମିଲ କରିବା ନେଇ 'ସ୍ୱପ୍ନର ଟିମ' ବୋଲି କହିଖୁସି ବ୍ୟକ୍ତ କରିଥିଲେ । ଅଭିନେତ୍ରୀ ଶବାନା ଆଜମି ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.