ETV Bharat / entertainment

'କନ୍ନପା' ନୂଆ ପୋଷ୍ଟର ଆଉଟ୍; ସୁଟିଂ ଆରମ୍ଭ କଲେ ପ୍ରଭାସ - Prabhas Joins Kannappa Shoot

author img

By ETV Bharat Odisha Team

Published : May 10, 2024, 10:59 AM IST

Prabhas Joins Kannappa Shoot: ସାଉଥ ଫିଲ୍ମ 'କନ୍ନପା' ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ନିକଟରେ ଅକ୍ଷୟ କୁମାର ଫିଲ୍ମର ସୁଟିଂ ଆରମ୍ଭ କରିଥିବା ବେଳେ ଏବେ ପ୍ରଭାସ ଫିଲ୍ମରେ ଏଣ୍ଟ୍ରି କରିବା ସହ ସୁଟିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

'କନ୍ନପା' ନୂଆ ପୋଷ୍ଟର ଆଉଟ୍; ସୁଟିଂ ଆରମ୍ଭ କଲେ ପ୍ରଭାସ
'କନ୍ନପା' ନୂଆ ପୋଷ୍ଟର ଆଉଟ୍; ସୁଟିଂ ଆରମ୍ଭ କଲେ ପ୍ରଭାସ (Pics Credit@Vishnu Manchu)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ 'କଲ୍କି ୨୮୯୮AD' ସହ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମରେ ସାଉଥରୁ ବଲିଉଡର ଅନେକ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳୁଥିବା ବେଳେ ଆସନ୍ତା ଜୁନ ମାସରେ ପରଦାକୁ ଆସିବ ଫିଲ୍ମ । ଏହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ପ୍ରଭାସ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଭେଟି ଦେଇଛନ୍ତି । ବହୁ ପ୍ରତୀକ୍ଷିତ ବିଷ୍ଣୁ ମଞ୍ଚୁଙ୍କ ସାଉଥ ଚଳଚ୍ଚିତ୍ର 'କନ୍ନପ୍ପା'ରେ ନଜର ଆସିବେ ପ୍ରଭାସ । ଅଭିନେତା ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ବିଷ୍ଣୁ ମଞ୍ଚୁ ସୋସିଆଲ ମିଡିଆରେ ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି ।

ଗୁରୁବାର ଦିନ ବିଷ୍ଣୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରଭାସଙ୍କ ଏକ ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ପ୍ରଭାସଙ୍କ ଲୁକ ନୁହଁ ବରଂ ଗୋଡର ଛବି ଦେଖିବାକୁ ମିଳିଛି । ଯାହା ଫିଲ୍ମରେ ପ୍ରଭାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ରହସ୍ୟମୟ ଭୂମିକା ନିର୍ବାହ କରୁଥିବା ସୂଚାଉଛି । ବିଷ୍ଣୁ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, "ମୋର ଭାଇ ପ୍ରଭାସ 'କନ୍ନପ୍ପା' ସୁଟରେ ଯୋଗ ଦେଇଛନ୍ତି ।''

'କନ୍ନପା' ଷ୍ଟାର କାଷ୍ଟ

ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବ୍ୟତୀତ ମୋହନଲାଲ, ବିଷ୍ଣୁ ଏବଂ ତାଙ୍କ ପିତା ଅଭିନେତା ମୋହନ ବାବୁଙ୍କ ବ୍ୟତୀତ ପ୍ରଭୁ ଦେବା, ଶିବ ରାଜକୁମାର, ମାଧୁ, ସରଥକୁମାର, ବ୍ରହ୍ମାନନ୍ଦ, ମୁକେଶ ଋଷି, କୌଶଲ ମାନ୍ଦା, ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅନ୍ୟ ପ୍ରମୁଖ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିବ । କହିରଖୁଛୁ କି, ଅକ୍ଷୟ କୁମାର ଏହି ଫିଲ୍ମ ସହ ବର୍ତ୍ତମାନ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ମଧ୍ୟ ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

'କନ୍ନପା' କାହାଣୀ ବିଷୟରେ କହିବାକୁ ଗଲେ, 'କନ୍ନପ୍ପା' ହେଉଛି ବିଷ୍ଣୁ ମାଞ୍ଚୁଙ୍କ ଡ୍ରିମ ପ୍ରୋଜେକ୍ଟ, ଯାହାକୁ ନିର୍ଦ୍ଦେଶକ ମୋହନ କୁମାର ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଏଭିଏ ଏଣ୍ଟରଟେନମେଣ୍ଟ ଏବଂ 24 ଫ୍ରେମ୍ ଫ୍ରେକ୍ଟ୍ରି ଦ୍ୱାରା ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ପାରଚୁରୀ ଗୋପାଳ କୃଷ୍ଣ, ଇଶ୍ୱର ରେଡ୍ଡୀ, ଜି ନାଗେଶ୍ୱର ରେଡ୍ଡୀ ଏବଂ ଥୋଟା ପ୍ରସାଦଙ୍କ କାହାଣୀ ଉପରେ ଆଧାରିତ ।

ଏହା ମଧ୍ୟ ପଢନ୍ତୁ: ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଘୋଷଣା କଲେ ପ୍ରଭାସ

ପ୍ରଭାସଙ୍କ ଫିଲ୍ମ 'କଲ୍କି ୨୮୯୮AD' ବିଷୟରେ କହିବାକୁ ଗଲେ, ସାଉଥ ଅଭିନେତା ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ମାସ ଜୁନ ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.