ETV Bharat / entertainment

'ମୁଁ ଖୁସି ଯେ ସେ ଏଭଳି କଲେ...' ପୁନମଙ୍କ ସମର୍ଥନରେ ସ୍ୱାମୀ ସାମ୍ - ପୁନମ ପାଣ୍ଡେ

Sam Bombay Supports Poonam Pandey: ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ପୁନମ ପାଣ୍ଡେ । ଅଭିନେତ୍ରୀଙ୍କ ଏଭଳି ପ୍ରୟାସକୁ ସମସ୍ତେ ନିନ୍ଦା କରୁଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ଜୋର ଧରିଛି । ଏହି ସମୟରେ ପୁନମ ପାଣ୍ଡେଙ୍କ ସ୍ବାମୀ ସାମ ବମ୍ବେ ପତ୍ନୀଙ୍କୁ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ,

'ମୁଁ ଖୁସି ଯେ ସେ ଏଭଳି କଲେ...' ପୁନମଙ୍କ ସମର୍ଥନରେ ସ୍ବାମୀ ସାମ୍

author img

By ETV Bharat Odisha Team

Published : Feb 4, 2024, 4:53 PM IST

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ପ୍ଲବିସିଟି ଷ୍ଟଣ୍ଟ ପାଇଁ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କରି ଶିରୋନାମାରେ ରହିଛନ୍ତି ପୁନମ ପାଣ୍ଡେ । ଅଭିନେତ୍ରୀଙ୍କ ଏଭଳି ପଦକ୍ଷେପକୁ ନେଇ ସମସ୍ତେ ତାଙ୍କୁ ସମାଲୋଚନା କରୁଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀଙ୍କ ସ୍ୱାମୀ ସାମ ବମ୍ବେ ତାଙ୍କୁ ସମର୍ଥନ କରିଛନ୍ତି ଏବଂ ସେ ଏଭଲି କରିଥିବା ନେଇ ମୁଁ ଖୁସି ଅଛି ବୋଲି କହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେ କହିଛନ୍ତି ଯେ, ମୁଁ ଖୁସି ଯେ ସେ ଏହା କରିଛନ୍ତି ଏବଂ ସେ ଜୀବିତ ଅଛନ୍ତି । ସାମ ଆହୁରି କହିଛନ୍ତି, 'ଯେତେବେଳେ ମୁଁ ତାଙ୍କ ମୃତ୍ୟୁ ଖବର ଶୁଣିଲି, ମୁଁ ମୋ ହୃଦୟରେ କିଛି ଅନୁଭବ କରି ନାହିଁ । ମୋତେ ବିଶ୍ବାସ ହେଉନଥିଲା । କାରଣ ଯେତେବେଳେ ତୁମେ ଜଣଙ୍କ ସହ ଜଡିତ ରହୁଛି । ତୁମେ ସବୁକିଛି ଅନୁଭବ କରିପାରିବ । ମୁଁ ତାଙ୍କ ବିଷୟରେ (ପୁନମ୍ ପାଣ୍ଡେ) ପ୍ରତିଦିନ ଚିନ୍ତା କରେ ଏବଂ ମୁଁ ପ୍ରତିଦିନ ତାଙ୍କ ପାଇଁ ପ୍ରାର୍ଥନା କରେ ।'

ସାମଙ୍କୁ ପୁନମଙ୍କ ପୂର୍ବତନ ସ୍ୱାମୀ କହିବା ଉପରେ ସେ କହିଛନ୍ତି ଯେ, "ନା, ଆମର ଏପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ । ଏଥିସହ ସେ ପୁନମଙ୍କ ପ୍ରଚାରକୁ ମଧ୍ୟ ସମର୍ଥନ କରି କହିଛନ୍ତି ଯେ, ଯଦି କେହି ତାଙ୍କ ଷ୍ଟାରଡମ୍ ଏବଂ ଭାବମୂର୍ତ୍ତି ପ୍ରତି ଧ୍ୟାନ ନ ଦେଇ ଏକ ପ୍ରସଙ୍ଗରେ ସଚେତନତା କରନ୍ତି, ତେବେ ତାଙ୍କୁ ସମ୍ମାନ ଦେବା ଉଚିତ । କହିରଖୁଛୁ କି, ପୁନମ୍ ଏବଂ ସାମ ୨୦୨୦ ମସିହାରେ ଗୁପ୍ତ ଭାବରେ ବିବାହ କରିଥିଲେ । ପରେ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରି ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ଖବର ଦେଇଥିଲେ । କିନ୍ତୁ ବିବାହର ୧୨ଦିନ ମଧ୍ୟରେ ସାମ ବମ୍ବେଙ୍କ ଠାରୁ ଅଲଗା ହେବାର ଖବର ମଧ୍ୟ ଆସିଥିଲା । ପୁନମ ତାଙ୍କ ପୂର୍ବତନ ସ୍ୱାମୀ ସାମ ବମ୍ବେଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମିଥ୍ୟା ମୃତ୍ୟୁ ଖବର ପ୍ରଚାର କରି ଫସିବେ ପୁନମ ! ଉଠିଲାଣି କାର୍ଯ୍ୟାନୁଷ୍ଠାନ ଦାବି

ସୂଚନା ଥାଉ କି, ଗତ ଶୁକ୍ରବାର(ଫେବୃଆରୀ ୨)ରେ ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କ ଇନଷ୍ଟାଗ୍ରାମରେ ପୁନମଙ୍କ ମ୍ୟାନେଜର ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ରୋଗରେ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କକରିଥିଲା । ଏହା ପରେ ଶନିବାର(ଫେବୃଆରୀ ୩)ରେ ପୁନମ ନିଜେ ଲାଇଭ ଭିଡିଓ କରି ଜୀବିତ ଥିବା କହି ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ କରିଥିବା କହିଥିଲେ । ଯାହା ପରେ ଅଭିନେତ୍ରୀଙ୍କ ଏପରି ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ ନେଇ ସବୁ ମହଲରୁ ନିନ୍ଦା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.