ETV Bharat / entertainment

ଓଟିଟି ରିଲିଜ ପାଇଁ ପ୍ରସ୍ତୁତ ପଙ୍କଜ ତ୍ରିପାଠୀଙ୍କ 'ମେଁ ଅଟଲ୍ ହୁଁ', ଜାଣନ୍ତୁ କେବେ ହେବ ରିଲିଜ

author img

By ETV Bharat Odisha Team

Published : Mar 11, 2024, 11:51 AM IST

Main Atal Hoon OTT Release: ରବି ଯାଦବଙ୍କ ଦ୍ବାରା ନିର୍ଦ୍ଦେଶିତ ପଙ୍କଜ ତ୍ରିପାଠୀ ଅଭିନୀତ 'ମେଁ ଅଟଲ୍ ହୁଁ' OTT ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଜାଣନ୍ତୁ ଫିଲ୍ମଟି କେବେ ଏବଂ କେଉଁଠାରେ ରିଲିଜ୍ ହେଉଛି..

Main Atal Hoon Ott Release
Main Atal Hoon Ott Release

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ବାୟୋଗ୍ରାଫିକଲ ଫିଲ୍ମ 'ମେଁ ଅଟଲ୍ ହୁଁ' । ଚଳିତ ବର୍ଷ ଆରମ୍ଭରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଅଭିନେତା ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫିଲ୍ମଟି ରିଲିଜ ହେବାର ଦୁଇ ମାସ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଦର୍ଶକ ଘରେ ବସି ଫିଲ୍ମ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା ଫିଲ୍ମଟି କେବେ ଓ କେଉଁ OTT ପ୍ଲାଟଫର୍ମରେ ରିଲିଜ ହେବ ତାହା ଜାଣିବା ।

ରବିବାର ଅଫିସିଆଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଫିଲ୍ମ 'ମେଁ ଅଟଲ୍ ହୁଁ'ର ଡିଜିଟାଲ୍ ରିଲିଜ୍ ତାରିଖ ଘୋଷଣା କରିଛି । ଯେଉଁଥିରେ ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଦର୍ଶକ ବହୁତ ଶୀଘ୍ର ଦର୍ଶକ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ । ସୋସିଆଲ ମିଡିଆରେ OTT ପ୍ଲାଟଫର୍ମ ଜି-୫ ଘୋଷଣା କରିଛି ଯେ, ଫିଲ୍ମର ପ୍ରିମିୟର 14 ମାର୍ଚ୍ଚ 2024ରେ ତାଙ୍କ ପ୍ଲାଟଫର୍ମରେ ହେବାକୁ ଯାଉଛି । ଏହି ଘୋଷଣା ନେଇ ହୋଇଥିବା ଇନଷ୍ଟାଗ୍ରାମ ପୋଷ୍ଟରେ ଫିଲ୍ମର କଳାକାର ଏବଂ କ୍ରୁ'ଙ୍କୁ ଟ୍ୟାଗ୍ କରାଯାଇଥିଲା । ଏଥିସହ କ୍ୟାପସନରେ ଲେଖାଯାଇଥିଲା ଯେ, 'ଆରମ୍ଭ କର ପ୍ରସ୍ତୁତି, ଅଟଳ ବିହାରୀ ଆସୁଛନ୍ତି, 'ମେଁ ଅଟଲ୍ ହୁଁ'ର ପ୍ରିମିୟର ମାର୍ଚ୍ଚ 14ରେ ZEE5ରେ ହେବ ।'

ଏହା ମଧ୍ୟ ପଢନ୍ତୁ- 'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ

ଏହା ମଧ୍ୟ ପଢନ୍ତୁ-ଅଭିନୟରୁ ବ୍ରେକ ନେବେ ପଙ୍କଜ ତ୍ରିପାଠୀ, କହିଲେ କାରଣ

ତେବେ ଏହି ଫିଲ୍ମରେ ଅଟଳ ବିହାରୀ ବାଜପେୟୀଙ୍କ ପିଲାଦିନରୁ ଆରମ୍ଭ କରି ଯୁବାବସ୍ଥା, ରାଜନୈତିକ କ୍ୟାରିୟର ତଥା ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଅବଦାନ ବିଷୟରେ ଦର୍ଶାଯାଇଛି । ଏଥିସହ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ଯାହା ହୁଏତ ଦେଶର ଅଧିକାଂଶଙ୍କୁ ଜଣା ନଥିବ । 'ମେଁ ଅଟଲ୍ ହୁଁ'ର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ । ଫିଲ୍ମକୁ ଋଷି ବିରମାନୀ ଓ ରବି ଯାଦବ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.