ETV Bharat / entertainment

'ଭାରତ କା ଅମୃତ କଳସ'ରେ ଚମକିଲେ ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ଦ୍ୱିତୀୟ ରନର୍ସ ଅପ ହୋଇ ରାଜ୍ୟ ପାଇଁ ଆଣିଲେ ଗୌରବ - Odia Singer Barnali Hota Success

author img

By ETV Bharat Odisha Team

Published : Aug 26, 2024, 6:12 PM IST

Barnali Hota Won Second Runner Up At DDS Bharat Ka Amrit Kalash: ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ' 'ଭାରତ କା ଅମୃତ କଳସ'ରେ ଚମକିଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । 28ଟି ରାଜ୍ୟ ଓ 7ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ ହାତେଇଛନ୍ତି ବର୍ଣ୍ଣାଳି । ଏହି ସଫଳତା ହାସଲ କରି ସେ ଏବେ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ,

'ଭାରତ କା ଅମୃତ କଳସ'ରେ ଚମକିଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା, ଦ୍ୱିତୀୟ ରନର୍ସ ଅପ ହୋଇ ରାଜ୍ୟ ପାଇଁ ଆଣିଲେ ଗୌରବ
'ଭାରତ କା ଅମୃତ କଳସ'ରେ ଚମକିଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା, ଦ୍ୱିତୀୟ ରନର୍ସ ଅପ ହୋଇ ରାଜ୍ୟ ପାଇଁ ଆଣିଲେ ଗୌରବ (ETV Bharat Odisha)

ଭୁବନେଶ୍ୱର: କମାଲ କଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ' 'ଭାରତ କା ଅମୃତ କଳସ'ରେ ନିଜ ଜଲୱା ଦେଖାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବର୍ଣ୍ଣାଳୀ ହୋତା । ସେ ଏହି ପ୍ରତିଯୋଗୀତାରେ 28 ଟି ରାଜ୍ୟ ଓ 7ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି ସଫଳତା ହାସଲ କରି ବର୍ତ୍ତମାନ ବର୍ଣ୍ଣାଳି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ବର୍ତ୍ତମାନ ବର୍ଣ୍ଣାଳୀ ଓଡ଼ିଶା ଫେରିଥିବା ବେଳେ ଓଡ଼ିଆ ଦର୍ଶକ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି ବୋଲି ସେ କହିଛନ୍ତି ।

ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା (ETV Bharat Odisha)

ଦ୍ୱିତୀୟ ରନର୍ସ ଅପ ହେଲେ ବର୍ଣ୍ଣାଳୀ ହୋତା

ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ଣ୍ଣାଳୀ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲ ରାଉଣ୍ଡରେ ପ୍ରଥମ 'ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଏହା ପରେ ସେ ସ୍ୱର୍ଗତ ଭିକାରୀ ବଳଙ୍କ ଗୀତ ‘କୋଠ ଭୋଗଖିଆ ମୋ ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ପରିବେଷଣ କରିଥିଲେ । ସେ ଅଳ୍ପକେ ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଥିଲେ ହେଁ ଦ୍ୱିତୀୟ ରନର୍ସ ଅପ ଟ୍ରଫି ନିଜ ନାଁରେ କରିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ରର ସିଦ୍ଦେଶ ଯାଦବ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ।

'ଭାରତ କା ଅମୃତ କଳସ'ରେ ଦ୍ୱିତୀୟ ରନର୍ସ ଅପ ହେଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା
'ଭାରତ କା ଅମୃତ କଳସ'ରେ ଦ୍ୱିତୀୟ ରନର୍ସ ଅପ ହେଲେ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା (ETV Bharat Odisha)

ଓଡ଼ିଶାବାସୀଙ୍କୁ ଦେଲେ ବିଜୟର ଶ୍ରେୟ

ସେ ଓଡ଼ିଶା ଫେରିଥିବା ବେଳେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ସେ ନିଜ ସଫଳତାର ଯାତ୍ରା ଏବଂ ଅନୁଭୂତି ବଖାଣିଛନ୍ତି । ବର୍ଣ୍ଣାଳୀ ଓଡ଼ିଆ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଭଗବାନଙ୍କ ଆଶୀର୍ବାଦ ପାଇଁ ଏସବୁ ହୋଇପାରିଛି । ଯେତିକି ଭାବି ନଥିଲି ସେସବୁ ପାଇଛି ବୋଲି କହିଛନ୍ତି ବର୍ଣ୍ଣାଳୀ । ବର୍ଣ୍ଣାଳୀ ହୋତା କହିଛନ୍ତି, ''ମୁଁ ଓଡ଼ିଶା ଅସ୍ମିତାର ସେତୁ ବନ୍ଧରେ ଏକ ଗୁଣ୍ଡୁଚୁମୁଷା । ତେଣୁ ମୁଁ ଗୁଣ୍ଡୁଚିମୁଷା ଭଳି ଓଡ଼ିଶାର ଲୋକକଳାକୁ ମୋ ସାଧ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚାଇଛି । ଏହାକୁ ନେଇ ମୁ ବହୁତ ଖୁସି । ମୋ ହାର ଓ ଜିତ ସବୁ ମହାପ୍ରଭୁଙ୍କ କୃପା ହୋଇଥିବା ବେଳେ ତାହାକୁ ପାଥେୟ କରି ମୁଁ ଆଗକୁ ବଢ଼ିବି । ମୋ ଜୀବନର ଶେଷବିନ୍ଦୁ ଯାଏଁ ଏଭଳି ଆମ ଲୋକକଳାର ପ୍ରଚାର ପାଇଁ କାମ କରୁଥିବି ।''

ଏହା ମଧ୍ୟ ପଢନ୍ତୁ: ତେଲୁଗୁ ଇଣ୍ଡିଆନ ଆଇଡଲରେ କମାଲ କଲେ ଓଡ଼ିଆ ଝିଅ, ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅନୁରାଧା

ସୂଚନା ଥାଉ କି, ବର୍ଣ୍ଣାଳୀ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ରାଉଣ୍ଡରେ ତାଙ୍କ ସହିତ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକ ସଙ୍ଗୀତ କଳାକାରମାନେ ପ୍ରତିଯୋଗିତା କରିଥିବା ବେଳେ ସେ ରନର୍ସ ଅପ ଟାଇଟଲ ହାତେଇଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ଚର୍ଚ୍ଚିତ ଭଜନ, ଜଣାଣ ଓ ଓଡ଼ିଶାର ଅନେକଗୁଡ଼ିଏ ଲୋକପ୍ରିୟ ପାରମ୍ପରିକ ସଙ୍ଗୀତ ସହ ବିଭିନ୍ନ ସ୍ଥାନୀୟ ଭାଷାର ପ୍ରସିଦ୍ଧ ସଙ୍ଗୀତ ଚମତ୍କାର ସ୍ୱରରେ ପରିବେଷଣ କରି ଚର୍ଚ୍ଚାରେ ରହିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବିଚାରକଙ୍କ ହୃଦୟ ଜିତିପାରିଥିଲେ । ବିଶେଷ କରି ଉଠୁ କଙ୍କାଳ ଫ୍ୟୁଜନ ଗୀତର ଚତୁରତାକୁ ତାଙ୍କୁ ନୂଆ ଏକ ପରିଚୟ ଦେଇଥିଲା । ପ୍ରତିଟି ଓଡ଼ିଆ ତାଙ୍କୁ ନେଇ ଗର୍ବ କରିବା ସହ ସେ ବର୍ତ୍ତମାନ କେବଳ ଓଡିଶା ନୁହେଁ ନିଜର ପ୍ରତିଭା ପାଇଁ ସବୁ ଭାରତୀୟଙ୍କ ହୃଦୟରେ ରହିଛନ୍ତି । ଏନେଇ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.