ETV Bharat / entertainment

ରାକ୍ଷୀ ପୂର୍ଣ୍ଣମୀରେ ଦର୍ଶକଙ୍କୁ ଭେଟି, ରିଲିଜ ହେଲା 'ଏଇ ରାକ୍ଷୀ ତୋ ରକ୍ଷା କବଚ ୨' - AI RAKHI TO RAKHYA KABACHA2 RELEASE

author img

By ETV Bharat Odisha Team

Published : Aug 18, 2024, 4:14 PM IST

Odia Film 'Ai Rakhi To Rakhya Kabacha 2' Release On Raksha Bandhan 2024: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ଆଜି ରିଲିଜ ହୋଇଛି ଭାଇ ଉଭଣୀର ସମ୍ପର୍କକୁ ନେଇ ନିର୍ମିତ ସ୍ୱତନ୍ତ୍ର ଓଡ଼ିଆ ଫିଲ୍ମ 'ଏଇ ରାକ୍ଷୀ ତୋ ରକ୍ଷା କବଚ ୨'। ଅଧିକ ପଢନ୍ତୁ,

ରାକ୍ଷୀ ପୂର୍ଣ୍ଣମୀରେ ଦର୍ଶକଙ୍କୁ ଭେଟି, ଆଜି ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଏଇ ରାକ୍ଷୀ ତୋ ରକ୍ଷା କବଚ ୨'
ରାକ୍ଷୀ ପୂର୍ଣ୍ଣମୀରେ ଦର୍ଶକଙ୍କୁ ଭେଟି, ଆଜି ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଏଇ ରାକ୍ଷୀ ତୋ ରକ୍ଷା କବଚ ୨' (ETV Bharat Odisha)

ଭୁବନେଶ୍ୱର: ଭାଇ ଭଉଣୀର ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାକ୍ଷୀ । ଆଉ ଭାଇଭଉଣୀଙ୍କ ଏହି ପବିତ୍ର ସମ୍ପର୍କର ସ୍ମୃତିକୁ ସାଇତି ରଖିବା ପାଇଁ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମୀ ପାଳନ କରାଯାଇଥାଏ । ତେବେ ଏହି ଦିନଟିକୁ ଆଉ ଟିକେ ଖୁସିରେ ଭରିଦେବା ପାଇଁ ୧୮ ଅଗଷ୍ଟ ଅର୍ଥାତ ଆଜି ରିଲିଜ ହୋଇଛି ଓଡ଼ିଆ ଫିଲ୍ମ "ଏଇ ରାକ୍ଷୀ ତୋ ରକ୍ଷା କବଚ ୨"। ଭାଇଭଉଣୀଙ୍କ ସମ୍ପର୍କର ଏକ ସୁନ୍ଦର ନିଦର୍ଶନର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଆଜି ରିଲିଜ ହୋଇଛି । ଜୀ ସାର୍ଥକ ମାଧ୍ୟମରେ ସିନେମାଟି ମୁକ୍ତିଲାଭ କରିଛି ।

'ଏଇ ରାକ୍ଷୀ ତୋ ରକ୍ଷା କବଚ ୨' କାହାଣୀ

ଯେଉଁଥିରେ ଭାଇ ଭୂମିକାରେ ଅଭିନେତା ବିକ୍ରମ ରହିଥିବା ଭଉଣୀ ଭୂମିକାରେ ଅନନ୍ୟା ରହିଛନ୍ତି । ଦୁଇ ଜଣ ସିରିଏଲ ଦୁନିଆରେ ବେଶ ପରିଚିତ ଚେହେରା ଥିବା ବେଳେ ସ୍ୱତନ୍ତ୍ର ଦିବସକୁ ନେଇ ପ୍ରସ୍ତୁତ ଏହି ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ ପାଇଁ ଆଗରୁ ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ପ୍ରଥମେ ଏହି ଦୁଇଜଣଙ୍କୁ ନେଇ ପୂର୍ବ ବର୍ଷରେ ମଧ୍ୟ ଏଭଳି ଏକ ରକ୍ଷା ବନ୍ଧନ ସ୍ୱତନ୍ତ୍ର ବାସ ଭାଇଭଉଣୀ ଭଲପାଇବାର କାହାଣୀକୁ ନେଇ ଫିଲ୍ମ ହୋଇଥିବା ବେଳେ ଏହାକୁ ଲୋକେ ବେଶ ପସନ୍ଦ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚଳିତବର୍ଷ ମଧ୍ୟ ପ୍ରସ୍ତୁତ ହୋଇଛି । ତେଣୁ ପୂର୍ବ ବର୍ଷର ଭଲପାଇବାକୁ ପାଥେୟ କରି ଏଥର 'ଏଇ ରାକ୍ଷୀ ତୋ ରକ୍ଷା କବଚ ୨' ପ୍ରସ୍ତୁତ ହୋଇଥିବା ବେଳେ ମୃତ୍ୟୁ ପରେ ବି ଭାଇ କିଭଳି ଭଉଣୀର ରକ୍ଷା କରୁଛି ତାହା ଏଥିରେ ଦେଖିବାକୁ ମିଳିଛି ।

'ଏଇ ରାକ୍ଷୀ ତୋ ରକ୍ଷା କବଚ ୨' ଷ୍ଟାରକାଷ୍ଟ

ଅନ୍ୟପଟେ ଲିପ୍ସା ମିଶ୍ର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ନେଇଛନ୍ତି ସଂଜୟ ନାୟକ । ମୁଖ୍ୟ ଅଭିନୟରେ ଅଭିନେତା ବିକ୍ରମ ମହାନ୍ତି, ଅନନ୍ୟା, ଲିପ୍ସା, କେକେ, ଡିସ୍କୋ ରେଡ୍ଡୀଙ୍କ ସହ ଆହୁରି ଅନେକ କଳାକାର । ଗୀତ ଗୁଡିକୁ ବିରଜା ପ୍ରସାଦ ସଂଯୋଜନା କରିଥିବା ବେଳେ ଡଃ ନିର୍ମଳ ନାୟକଙ୍କ ଲେଖାକୁ ସ୍ବର ଦେଇଛନ୍ତି ଅସୀମା ପଣ୍ଡା, ସତ୍ୟଜିତ ଓ ଏସ୍. ଜିତୁ । ଏକ ରୋଚକ କାହାଣୀ ନେଇ ରକ୍ଷା ବନ୍ଧନରେ ସିନେମାଟି ଆସୁଥିବା ବେଳେ ଏଥିପାଇଁ ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ଲୋଡିଛନ୍ତି ଅନନ୍ୟା । ଏହି ଫିଲ୍ମ ଓଡ଼ିଆ ଘରର ପରମ୍ପରାକୁ ଅଗ୍ରାଧିକାର ଦେବା ସହ ଭାଇ ଭଉଣୀର ସମ୍ପର୍କକୁ ଆହୁରି ମଜବୁତ କରିବା ବୋଲି ଆଶା ରଖିଛନ୍ତି ନିର୍ମାତା ।

'ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା'

ରାକ୍ଷୀ ଯାହା ସ୍ନେହ ଶ୍ରଦ୍ଧା ଭଲପାଇବା ସହ ଭାଇର ଭଉଣୀକୁ ରକ୍ଷା କରିବାର ନିର୍ଭର ପ୍ରତିଶୃତି ଥାଏ । ଆଉ ଏହି ପ୍ରତିଶୃତିକୁ ନେନେଇ ଭଉଣୀ ସବୁ ବେଳେ ସୁରକ୍ଷିତ ମାନୁଥିବା ବେଳେ ମୃତ୍ୟୁ ପରେ ବି ଭାଇ କିଭଳି ଭଉଣୀକୁ ସୁରକ୍ଷା ଦେଉଛି ତାହା ପୁଣି ପବନ ସାଜି ତା ସହ ଛାଇପରି ସବୁବେଳେ ରୁହେ । ଏଭଳି ଏକ ସୁନ୍ଦର ପରିକଳ୍ପନାକୁ ନେଇ ରାକ୍ଷୀ ତୋ ରକ୍ଷା କବଚ ଫିଲ୍ମଟି ଗତିଶୀଳ ହୋଇଥିବାସ ବେଳେ ଟିକେ ନିଆରା ଲାଗୁଥିବା ସିନେମାଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଅଭିନେତା ଋଷବ ଶେଟ୍ଟୀ, ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ଦମନ’

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.