ETV Bharat / entertainment

ତେଲୁଗୁ ଫିଲ୍ମର ସହକାରୀ ନିର୍ଦ୍ଦେଶକ ଓଡ଼ିଆ ପୁଅ ଅଜୟ

author img

By ETV Bharat Odisha Team

Published : Mar 1, 2024, 10:43 PM IST

Telugu Film Antaryami: ଓଲିଉଡ୍‌ ଷ୍ଟାର ବାବୁସାନ ମହାନ୍ତିଙ୍କ ପ୍ରଥମ 'ପାନ ଇଣ୍ଡିଆ' ଫିଲ୍ମ 'ଅର୍ନ୍ତଯ୍ୟାମୀ'ର ସହନିର୍ଦ୍ଦେଶକ ହେଉଛନ୍ତି ବଲେଶ୍ବରର ଅଜୟ ଦାସ । ଏହି ଫିଲ୍ମରେ ସେ ଅଭିନୟ କରିଥିବା ମଧ୍ୟ ନଜର ଆସିବେ । ଅଧିକ ପଢ଼ନ୍ତୁ

ତେଲୁଗୁ ଫିଲ୍ମର ସହକାରୀ ନିର୍ଦ୍ଦେଶକ ଓଡ଼ିଆ ପୁଅ ଅଜୟ
ତେଲୁଗୁ ଫିଲ୍ମର ସହକାରୀ ନିର୍ଦ୍ଦେଶକ ଓଡ଼ିଆ ପୁଅ ଅଜୟ
ତେଲୁଗୁ ଫିଲ୍ମର ସହକାରୀ ନିର୍ଦ୍ଦେଶକ ଓଡ଼ିଆ ପୁଅ ଅଜୟ

ବାଲେଶ୍ବର : କଥାରେ ଅଛି ସଂଘର୍ଷ କରିଲେ ସଫଳତା ନିଶ୍ଚୟ ମୁଣ୍ଡ ନୁଆଇଁ ଥାଏ । ସେମିତି ସଫଳତା ପାଇବାକୁ ହେଲେ ସଂଘର୍ଷ ଜାରି ରଖିବା ଜରୁରୀ ବୋଲି ମଧ୍ୟ କୁହାଯାଇଥାଏ । ଅନେକ ସମୟରେ ସଂଘର୍ଷ କରୁଥିବା ମଣିଷଟିଏ ଅଧାରୁ ପୁଣି ନିଜର ଲକ୍ଷ୍ୟ ବଦଳାଇ ଦେଇଥିବା ବେଳେ ଅନେକ ସଂଘର୍ଷ ଜାରି ରଖି ସଫଳତାର ସ୍ବାଦ ଚାଖିଥାନ୍ତି । ସେହିପରି ଜଣେ ଯୁବକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବଡ଼ପାଳ ଅଞ୍ଚଳର ଅଜୟ ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇଛନ୍ତି ଖୋଲିଲେ ରାଜ୍‌

ଅଜୟ ୨୦୧୩ ମସିହାରେ ମାଟ୍ରିକ ପାସ କରିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢିଥିଲେ । ସେଠାରୁ ପାସ କରିବା ପରେ ଅଜୟ ବିଭିନ୍ନ ଅନୁଷ୍ଠାନ ଦ୍ବାରା ଆୟୋଜିତ ପ୍ରାୟ ୨୫ରୁ ଊର୍ଦ୍ଧ୍ଵ ନାଟକରେ ଅଭିନୟ କରିଛନ୍ତି । ଏପରିକି ଗୋଟିଏ ନାଟକରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହା ସହିତ ଅଜୟ ବହୁତ ଗୁଡିଏ କ୍ଷୁଦ୍ର ଚଳଚିତ୍ରରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟ ମଧ୍ୟ କରି ସାରିଛନ୍ତି । ନିକଟ ଅତୀତରେ ସେ ବାବୁସାନଙ୍କ ପ୍ରଥମ 'ପାନ ଇଣ୍ଡିଆ' ଫିଲ୍ମ 'ଅର୍ନ୍ତଯ୍ୟାମୀ'ରେ ସହନିର୍ଦ୍ଦେଶକ ଏବଂ ସେଥିରେ ସେ ଅଭିନୟ କରିଥିବା ନଜର ଆସିବେ । ଏହି ଫିଲ୍ମର ପ୍ରାୟ ୮୦ ଭାଗ ସୁଟିଂ ସରିଥିବା ବେଳେ ଆଉ ୨୦ ପ୍ରତିଶତ ସୁଟିଂ ବାକି ରହିଛି, ଯାହା ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଅଜୟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ଦଶମ' ଚଳଚ୍ଚିତ୍ରରେ ଜ୍ୟୋତିରଞ୍ଜନଙ୍କ କମାଲ, ବାଲେଶ୍ଵର ହଲରେ ଦର୍ଶକଙ୍କ ପ୍ରଶଂସା

ତେବେ ଏହି ଫିଲ୍ମରେ ଅଜୟ ଦାସ ଜଣେ ରିପୋର୍ଟର ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ଓଡିଆ ସମେତ ଅନ୍ୟ ୭ଟି ଭାଷାରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଏଥିରେ ଅଜୟଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ସାଉଥ୍‌ ସୁପରଷ୍ଟାର ରାମ ଚରନଙ୍କ 'RC16' ଫିଲ୍ମ ପାଇଁ ମଧ୍ୟ ସେ ଅଡିସନ ଦେଇଛନ୍ତି, ଯାହାର ଫଳାଫଳ ୨ ମାସ ମଧ୍ୟରେ ଆସିବ । ଏହାପରେ ସିଧା ଅଜୟ ସେହି ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇବେ । ଆଗାମୀ ଦିନରେ ଅଜୟ ଜଣେ ଅଭିନେତା ହେବାର ଲକ୍ଷ୍ୟ ରଖିଥିବା ବେଳେ ନିର୍ଦ୍ଦେଶନାର ଅଭିଜ୍ଞତା ସାଉଁଟିବା ପାଇଁ ସେ ପ୍ରଥମ ଚଳଚିତ୍ରରେ ସାଇନ କରିଥିବା କଥା କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.