ETV Bharat / entertainment

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ପୋଷ୍ଟ; କ୍ଷମା ମାଗିଲେ ବୁଦ୍ଧାଦିତ୍ୟ, କହିଲେ 'ଭୁଲରେ କରିଦେଲି ଏମିତି'

ରାହୁଲ ଗାନ୍ଧୀଙ୍କୁ ନେଇ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିବାଦୀୟ ପୋଷ୍ଟ କରିବା ପ୍ରସଙ୍ଗ । ବିରୋଧ ବଢିବା ପରେ ସାମ୍ୱାଦିକ ସମ୍ମିଳନୀ କରି କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ।

author img

By ETV Bharat Entertainment Team

Published : 3 hours ago

BUDDHADITYA MOHANTY
BUDDHADITYA MOHANTY (ETV BHARAT ODISHA)

କଟକ: ରାହୁଲ ଗାନ୍ଧୀଙ୍କୁ ନେଇ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ସୋସିଆଲ ମିଡିଆରେ ଟିପ୍ପଣୀ ଦେବା ପ୍ରସଙ୍ଗ । କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ଥାନାରେ ଏତଲା ଏବଂ କଂଗ୍ରେସର ଜୋରଦାର ବିରୋଧ ପରେ କ୍ଷମା ମାଗିଛନ୍ତି ଅଭିନେତା । ଆଜି(ଅକ୍ଟୋବର 21)ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସର୍ବସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତା ଓ କର୍ମକର୍ତ୍ତା ଏବଂ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ।

BUDDHADITYA MOHANTY (ETV BHARAT ODISHA)

କ୍ଷମା ମାଗିଲେ ବୁଦ୍ଧାଦିତ୍ୟ

ସାମ୍ବାଦିକ ସମ୍ମିଳନୀରେ ବୁଦ୍ଧାଦିତ୍ୟ କହିଛନ୍ତି, ''ଏଇଟା ମୋର ଭୁଲ ଥିଲା । ମୁଁ ଅଜାଣତରେ ଏହି ଭୁଲ କରିଥିଲି । ମୋର ମନ ଓ ଆଙ୍ଗୁଠି ଉପରେ ନିୟନ୍ତ୍ରଣ ରହି ନ ଥିଲା । ଭୁଲଟା ଜାଣି ପାରି ତୁରନ୍ତ ସୋସିଆଲ ମିଡିଆରୁ ପୋଷ୍ଟଟି ଡିଲିଟ୍ କରିଦେଇଥିଲି ଏବଂ ପୋଷ୍ଟ କରି କ୍ଷମା ମଧ୍ୟ ମାଗିଥିଲି । ତେବେ ଆଜି ମୁଁ ସମଗ୍ର ଓଡ଼ିଶାବାସୀ ଏବଂ ଗଣମାଧ୍ୟମ ସମ୍ମୁଖରେ ପୁଣି ରାହୁଲ ଗାନ୍ଧୀଙ୍କ ସମେତ ରାଜ୍ୟ କଂଗ୍ରେସକୁ କ୍ଷମା ମାଗୁଛି ଏବଂ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା, ମୋକିମ, ବିଧାୟିକା ସୋଫିଆ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସକୁ ହାତ ଯୋଡ଼ି କ୍ଷମା ମାଗୁଛି । ଏହା ମୋର ପ୍ରଥମ ଭୁଲ ଭାବି କ୍ଷମା କରନ୍ତୁ ।'' ସେପଟେ ଲରେନ୍ସ ବିଷ୍ଣୌଇ ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି ବୁଦ୍ଧାଦିତ୍ୟ କହିଛନ୍ତି ।

ସୋସିଆଲ ମିଡିଆରେ କ'ଣ ଲେଖିଥିଲେ ବୁଦ୍ଧାଦିତ୍ୟ ?

ସୋସିଆଲ ମିଡିଆ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ, ''ଜର୍ମାନରେ ଗେଷ୍ଟାପୋ, ଇସ୍ରାଏଲର ମୋସାଦ, ଆମେରିକାରେ ସିଆଇଏ... ବର୍ତ୍ତମାନ ଭାରତରେ ଲରେନ୍ସ ବିଷ୍ଣୋଇ, ପରବର୍ତ୍ତୀ ତାଲିକାରେ ଓୱେସି ଏବଂ ରାହୁଲ ଗାନ୍ଧୀ ନା ରହିବା ଦରକାର ।'' ଅଭିନେତାଙ୍କ ଏପରି ପୋଷ୍ଟ ପରେ ଝଡ଼ ସୃଷ୍ଟି ହୋଇଥିଲା । ଯାହା ପରେ ବିବାଦ ତେଜିବା ସହ ଥାନାକୁ ଗଲା ମାମଲା । ରାହୁଲ ଗାନ୍ଧୀ ଲରେନ୍ସ ବିଷ୍ଣୌଇର ପରବର୍ତ୍ତୀ ଟାର୍ଗେଟ ବୋଲି ଲେଖିଥିବା ଅଭିଯୋଗରେ ବୁଦ୍ଧାଦିତ୍ୟଙ୍କ ନାଁରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲା ଛାତ୍ର କଂଗ୍ରେସ । ସୋସିଆଲ ମିଡିଆରେ ଆମ ନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଆମେ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଥିଲେ । ଯଦିଓ ବୁଦ୍ଧାଦିତ୍ୟ ପୋଷ୍ଟ ଡିଲିଟ କରିଥିଲେ କିନ୍ତୁ ଆମେ ଚାହୁଁଛୁ ସେ ଯେଉଁଭଳି ଭୁଲ ପୋଷ୍ଟ କରିଥିଲେ ସେଭଳି ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ । ନହେଲେ ଆଗାମୀ ଦିନରେ ତାଙ୍କୁ ବାଟ ଚଳାଇ ଦେବୁନାହିଁ, କାଳିମାଡ କରିବୁ ବୋଲି ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ: ବିବାଦୀୟ ପୋଷ୍ଟ କରି ଅଡୁଆରେ ବୁଦ୍ଧାଦିତ୍ୟ, ଏତଲା ଦେଲା କଂଗ୍ରେସ

ସୋସିଆଲ ମିଡ଼ିଆରେ ପୂର୍ବରୁ କ୍ଷମା ମାଗିଥିଲେ ବୁଦ୍ଧାଦିତ୍ୟ

ଛାତ୍ର କଂଗ୍ରେସ ଥାନାରେ ବୁଦ୍ଧାଦିତ୍ୟଙ୍କ ନାଁରେ ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଥିଲେ ଅଭିନେତା । ଏକ ପୋଷ୍ଟରେ ସେ ଲେଖିଥିଲେ, ''ରାହୁଲ ଗାନ୍ଧୀଙ୍କୁ ନେଇ ମୁଁ କରିଥିବା ଶେଷ ପୋଷ୍ଟରେ କାହାକୁ ଟର୍ଗେଟ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟରେ ନଥିଲା । ତାଙ୍କ ବିରୋଧରେ ମୁଁ କିଛି ସେମିତି ଭାବିକି ଲେଖିନି । ଅଜଣାତରେ ଯଦି କାହାକୁ ମୁଁ ଦୁଃଖ ଦେଇଛି, ତେବେ ଏଥି ପାଇଁ କ୍ଷମା ମାଗୁଛି । କାହାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନଥିଲା ।''

ଏହା ମଧ୍ୟ ପଢନ୍ତୁ: କ୍ଷମା ନମାଗିଲେ ବୁଦ୍ଧାଦିତ୍ୟଙ୍କୁ ଅଣ୍ଡାମାଡ କରିବୁ: ଯୁବ କଂଗ୍ରେସ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.