ETV Bharat / entertainment

ଡିପଫେକ ଜାଲରେ ନୋରା ଫତେହି, ଭାଇରାଲ ଭିଡିଓରେ ଉଠାଇଲେ ଆପତ୍ତି

Nora Fatehi Deepfake Video: AI ଟେକ୍ନୋଲୋଜିର ଅଗ୍ରଗତି ମଧ୍ୟରେ ଦିନକୁ ଦିନ ଡିଫଫେକ ମାମଲା ବୃଦ୍ଧି ପାଉଛି । ପୂର୍ବରୁ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜୋଲ ଏବଂ ଆଲିଆ ଭଟ୍ଟଙ୍କ ପରେ ଏବେ ଏହି ମାମଲାର ଶିକାର ହୋଇଛନ୍ତି ନୋରା ଫତେହି । ଏହି ଭିଡିଓକୁ ନେଇ ନୋରା ଆପତ୍ତି ଉଠାଇବା ସହ ନକଲି ବୋଲି କହିଛନ୍ତି ।

author img

By ETV Bharat Odisha Team

Published : Jan 21, 2024, 11:44 AM IST

ଡିଫଫେକ ଜାଲରେ ନୋରା ଫତେହି, ଭାଇରାଲ ଭିଡିଓ ନେଇ ଆପତ୍ତି ଉଠାଇଲେ ଅଭିନେତ୍ରୀ

ହାଇଦ୍ରାବାଦ: ଆଜିକାଲି ଡିପଫେକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଡିପଫେକ ଜାଲରେ ଛନ୍ଦି ହେଉଛନ୍ତି ଅନେକ ସେଲିବ୍ରିଟି । ନିକଟରେ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡିପଫେକ ମାମଲାର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ନାଁ ଯୋଡା ହୋଇଛି । ସୋସିଆଲ ମିଡିଆରେ ନୋରାଙ୍କ ଏକ ଡିପଫେକ ଭିଡିଓ ଖୁବ ଭାଇରାଲ ହେଉଛି । ଯାହାକୁ ନେଇ ବର୍ତ୍ତମାନ ନୋରା ଆପତ୍ତି ଉଠାଇଛନ୍ତି ।

ଡିଫଫେକ ଭିଡିଓ ଭାଇରାଲ ନେଇ ନୋରାଙ୍କ ପ୍ରତିକ୍ରିୟା

ଲୁଲୁମୋଲୋନ୍ ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନୋରାଙ୍କର ଏକ ଡିପଫେକ୍ ଭିଡିଓ ସେୟାର କରାଯାଇଛି । ଯାହା ଅନଲାଇନ୍ ସପିଂ ସହ ଜଡିତ । ଅଭିନେତ୍ରୀ ସପିଂ ବ୍ରାଣ୍ଡକୁ ପ୍ରମୋଟ କରୁଥିବା ନଜର ଆସିଛନ୍ତି । ନୋରାଙ୍କ ଏକ ଭିଡିଓ ମଧ୍ୟ ଏହି ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ନୋରା ଏହି ଭିଡିଓକୁ ନେଇ ଆପତ୍ତି ଉଠାଇବା ସହ ଏହା ଫେକ୍(ନକଲି) ବୋଲି କହିଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ ଏହାର ଏକ ଫଟୋ ସେୟାର କରି ଲେଖିଛନ୍ତି, ''ଏପରି ଘଟଣା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ଏହା ମୁଁ ନୁହେଁ କେହି ଜଣେ ମୋର ଏକ ଡିପଫେକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ପ୍ରମୋସନାଲ ଭିଡିଓ ନକଲି ଅଟେ । ମୁଁ ଏହି ବ୍ରାଣ୍ଡକୁ ଜାଣେ ନାହିଁ ଏବଂ ମୁଁ ସମର୍ଥନ ମଧ୍ୟ କରେ ନାହିଁ ।''

ଏହା ମଧ୍ୟ ପଢନ୍ତୁ: ରଶ୍ମିକା ମନ୍ଦାନା ଡିପଫେକ୍‌ ମାମଲା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ଦିଲ୍ଲୀ ପୋଲିସ

ସୂଚନା ଥାଉକି, ପୂର୍ବରୁ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜୋଲ ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଡିପଫେକ ମାମଲାର ଶିକାର ହୋଇଛନ୍ତି । ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ମାମଲାରେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ପରେ ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଏହି ମାମଲାରେ ୪ ଜଣ ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା । ଏହାପରେ ଗତକାଲି(ଜାନୁଆରୀ ୨୦) ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ତିଆରି କରିବାରେ ମାଷ୍ଟରମାଇଣ୍ଡ ରହିଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.