ETV Bharat / entertainment

ଫିଲ୍ମ ଫ୍ରାଇଡେରେ ଆସୁଛି ସିନ୍ଦୁରା - Sindura

author img

By ETV Bharat Odisha Team

Published : Apr 3, 2024, 9:33 AM IST

Odia Movie Sindura: ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା ଆସନ୍ତା ୫ ତାରିଖରେ ମୁକ୍ତିଲାଭ କରିବ । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଚଳଚ୍ଚିତ୍ର ସିନ୍ଦୁରା । ଅଧିକ ପଢନ୍ତୁ

Odia Movie Sindura
Odia Movie Sindura
ସିନ୍ଦୁରା

ଭୁବନେଶ୍ବର: ଆସନ୍ତା ୫ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା । ଯାହାର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା । ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ୍‌ର ନକରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବେସିତ ।

ତେବେ ଫିଲ୍ମରେ ଗୋଟିଏ ପଟେ ନାୟକ ୟୁଟ୍ୟୁବର ଆକାଶ ଗୋଲଡେନ ବଟନ୍ ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି । ଅନ୍ୟପଟେ ନାୟିକା ଭୂମି ଚାଷରେ ପେଷ୍ଟିସାଇଡ୍‌ର ବା ସାର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି । ପେଷ୍ଟିସାଇଡ ବିରୋଧୀ ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ରର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥ‌ିରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ । କାର୍ଯ୍ୟକାରୀ ନିର୍ଦ୍ଦେଶନା ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା । କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥି, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଏବଂ ଜୟା ବିଶ୍ୱାସ । ସେହିପରି ପ୍ରଚାର ପ୍ରସାର ଦାୟିତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ।

ଅନ୍ୟପଟେ ନାୟକ ଭୂମିକାରେ ଅଭିଷେକ ଗିରି ଏବଂ ନାୟିକା ଭୂମିକାରେ ସୁପ୍ରିୟା ନାୟକ ଅଛନ୍ତି ତାଙ୍କ ସହିତ ଉଷସୀ ମିଶ୍ର, ଜୀବନ ପଣ୍ଡା, ଧୀର ମଲ୍ଲିକ, ପୃଥ୍ଵୀରାଜ ନାୟକ, ପ୍ରିୟଙ୍କା ମହାପାତ୍ର, ପ୍ରଜ୍ଞା ଖଟୁଆ,ଶଙ୍କର ପ୍ରଧାନ, ସନ୍ଧ୍ୟା ଦାସ, ନାଟ୍ୟକାର ବିଜୟ ଦାସ, ପ୍ରମୋଦ ରଥ, ସାରେଗାମା ଓ ଶିଶୁକଳାକାର ସାଇଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ଫିଲ୍ମରେ ସମୁଦାୟ ୪ଟି ଗୀତ ରହିଛି l କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଶଶାଙ୍କ, ସବିଶେଷ, କୁଲଦୀପ ଏବଂ ଅନନ୍ୟା କଣ୍ଠଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପରଦାରେ ବିଗୁଲ, ନିଚ୍ଛକ ଓଡିଆ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଲା

ଫିଲ୍ମଟି ଗାଁ ମାଟି ପାଣିପବନ ଚାଷର ଓ ଚାଷୀର କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଥିବା ବେଳେ ନିଚ୍ଛକ ଓଡ଼ିଆ କାହାଣୀଟି ଲୋକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ତେଣୁ ନୂଆ ଏହି ଚଳଚିତ୍ରରେ ସଚେତନତା ସହ ନିଜ ମାଟିର ଭଲ ପାଇବାକୁ ନିର୍ଦେଶକ ଦର୍ଶାଇବାକୁ ଚେଷ୍ଟା କରିଥିବା ବେଳେ ଓଡ଼ିଆ ସିନେପ୍ରେମୀଙ୍କୁ ଭଲ ଲାଗିବ ବୋଲି କହିଛନ୍ତି । ତେଣୁ ୫ ତାରିଖରେ ନିକଟସ୍ଥ ପ୍ରେକ୍ଷଳୟରେ ଆସି ସିନେମାଟିକୁ ଦେଖିବାକୁ କହିଛନ୍ତି ସିନ୍ଦୁରା ପୁରା ଟିମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.