ETV Bharat / entertainment

ସ୍ବାମୀଙ୍କ ସହ ଭ୍ୟାକେସନରେ ନୟନତାରା, ସେୟାର କଲେ ଫଟୋ

author img

By ETV Bharat Odisha Team

Published : Feb 26, 2024, 9:49 AM IST

Nayanthara with hubby Vignesh Shivan: ସ୍ବାମୀ ବିଗ୍ନେଶ ଶିବନଙ୍କ ଛୁଟି କାଟୁଛନ୍ତି ଅଭିନେତ୍ରୀ ନୟନତାରା । ଫଟୋ ସେୟାର କରି ଦେଖାଇଛନ୍ତି ଝଲକ । ଅଧିକ ପଢନ୍ତୁ

Nayanthara with hubby Vignesh Shivan
Nayanthara with hubby Vignesh Shivan

ମୁମ୍ବାଇ: ଜବାନ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଦକ୍ଷିଣ ଅଭିନେତ୍ରୀ ନୟନତାରା । ଫିଲ୍ମ 'ଜବାନ'ର ସଫଳତା ପରେ 'ଅନ୍ନପୁରାନୀ'କୁ ନେଇ ମଧ୍ୟ ଦର୍ଶକଙ୍କ ଠାରୁ ବେଶ୍ ପ୍ରଶଂସା ସାଉଁଣ୍ଟିଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ସ୍ବାମୀ ବିଗ୍ନେଶ ଶିବନଙ୍କ ସହ ଛୁଟି କଟାଉଥିବା ନଜର ଆସିଛି । ଯାହାର ଏକ ଫଟୋ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ରୋମାଣ୍ଟିକ ଅନ୍ଦାଜରେ ପୋଜ ଦେଇଥିବାର ଦେଖିବାକୁ ମିଳିଛି ।

Nayanthara with hubby Vignesh Shivan
Nayanthara with hubby Vignesh Shivan

ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ ନୟନତାରା ଓ ବିଘ୍ନେଶ । ଉଭୟ ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଫଟୋ ସେୟାର କରିଥାନ୍ତି । ଏହି ସମୟରେ ନୟନଥାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଏକ ବ୍ଲାକ ଆଣ୍ଡ ହ୍ବାଇଟର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ମୋର ପ୍ରିୟ ମଣିଷ, ଏତେ ଭଲ ପାଇବା ପାଇଁ ଧନ୍ୟବାଦ ।' ଫଟୋରେ ଦୁହେଁ ପରସ୍ପର ସହିତ ସୁନ୍ଦର ଭାବରେ ପୋଜ୍ କରୁଥିବା ନଜର ଆସିଛନ୍ତି । ଫଟୋ ସହିତ ଉଭୟଙ୍କୁ 2016 ଚଳଚ୍ଚିତ୍ର 'ବାର ବାର ଦେଖୋ'ର 'ଖୋ ଗଏ ହମ୍ କାହା 'ଗୀତରେ ହଜିଯାଇଥିବା ଦେଖିବାକୁ ମିଳିଥିଲା । ଉଭୟ ଫଟୋରେ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ- 'ଅନ୍ନପୁରାନୀ' ଫିଲ୍ମରେ ରାମଙ୍କୁ ଅପମାନ ! କ୍ଷମା ମାଗିଲେ ନୟନତାରା

ଏହା ମଧ୍ୟ ପଢନ୍ତୁ - ଦାଦାସାହେବ ଫାଲକେ ଆୱାର୍ଡ: ଶାହାରୁଖ-ନୟନତାରା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ସୂଚନା ମୁତାବକ, ଏହି ଲଭବାର୍ଡ ସିଙ୍ଗାପୁରରେ ଏକାଠି ଭ୍ୟାକେସନ କାଟୁଛନ୍ତି । ବିଘ୍ନେଶ ଓ ନୟନତାରା ୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚେନ୍ନାଇରେ ଉଭୟ ବିବାହ କରିଥିଲେ । ଯେଉଁଥିରେ ଶାହରୁଖ ଖାନଙ୍କ ସହିତ ସୂର୍ଯ୍ୟା, ରଜନୀକାନ୍ତ ଓ ଅନ୍ୟାନ୍ୟ କଳାକାର ଏଥିପରେ ସାମିଲ ହୋଇଥିଲେ । ଅକ୍ଟୋବର 2022ରେ ବିଗ୍ନେଶ ଘୋଷଣା କରିଥିଲେ ଯେ, ସେମାନେ ସରୋଗେସି ମାଧ୍ୟମରେ ଯାଆଁଳା ପୁତ୍ର ସନ୍ତାନଙ୍କ ମାତାପିତା ହୋଇଛନ୍ତି । ବର୍ତ୍ତମାନ ନୟନତାରା 'ଜବାନ'ର ସଫଳତାକୁ ଉପଭୋଗ କରୁଛନ୍ତି ଏବଂ ଏହାପରେ ଅନେକ ଚଳଚ୍ଚିତ୍ର ତାଙ୍କ ହାତରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.