ETV Bharat / entertainment

ସରିଲା ନାଗା ଚୈତନ୍ୟ-ଶୋଭିତା ଧୂଲିପାଲାଙ୍କ ନିର୍ବନ୍ଧ, ଖୁବଶୀଘ୍ର କରିବେ ବିବାହ - Naga Chaitanya Sobhita Wedding

author img

By ETV Bharat Odisha Team

Published : Aug 8, 2024, 1:02 PM IST

Updated : Aug 8, 2024, 3:37 PM IST

Naga Chaitanya Sobhita Dhulipala Engagement: ବିବାହ ବନ୍ଧନରେ ବାନ୍ଧି ହେବେ ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା । ଆଜି ଉଭୟଙ୍କ ନିର୍ବନ୍ଧ ସରିଛି । ଏନେଇ ସୂଚନା ଦେଇଛନ୍ତି ବାପା ନାଗାର୍ଜୁନ । ଅଧିକ ପଢନ୍ତୁ

ସରିଲା ନାଗା ଚୈତନ୍ୟ-ଶୋଭିତା ଧୂଲିପାଲାଙ୍କ ନିର୍ବନ୍ଧ, ଖୁବଶୀଘ୍ର କରିବେ ବିବାହ
ସରିଲା ନାଗା ଚୈତନ୍ୟ-ଶୋଭିତା ଧୂଲିପାଲାଙ୍କ ନିର୍ବନ୍ଧ, ଖୁବଶୀଘ୍ର କରିବେ ବିବାହ (@iamnagarjuna, X handle)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା ଖୁବଶୀଘ୍ର ସାତଜନ୍ମର ସାଥୀ ହେବାକୁ ଯାଉଛନ୍ତି । ଏହି କପଲ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଆସୁଥିବା ବେଳେ ଆଜି ଉଭୟଙ୍କ ନିର୍ବନ୍ଧ ହୋଇଛି । ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ନାଗା ଏବଂ ଶୋଭିତାଙ୍କ ନିର୍ବନ୍ଧ ହୋଇଛି । ଏନେଇ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ସେୟାର କରି ସୂଚନା ଦେଇଛନ୍ତି ବାପା ନାଗାର୍ଜୁନ ।

ଆଜି ସରିଲା ନାଗା-ଶୋଭିତାଙ୍କ ନିର୍ବନ୍ଧ

ନାଗାର୍ଜୁନ ନାଗା ଏବଂ ଶୋଭିତାଙ୍କ ଦୁଇଟିି ଫଟୋ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଏହି କପଲ ନିଜ ପିତା ନାଗାର୍ଜୁନଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି ଏବଂ ଦ୍ୱିତୀୟ ଫଟୋରେ ନାଗା ଏବଂ ଶୋଭିତାଙ୍କ ସହ ସେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, "ଆଜି ସକାଳେ 9:42ରେ ଶୋଭିତା ଧୂଲିପାଲାଙ୍କ ସହ ଆମ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ହୋଇଛି ଏବଂ ଏହା ଘୋଷଣା କରି ଆମେ ଆନନ୍ଦିତ । ଆମ ପରିବାରରେ ତାଙ୍କୁ ସ୍ୱାଗତ କରି ଆମେ ଅତ୍ୟନ୍ତ ଆନନ୍ଦିତ । କପଲଙ୍କୁ ଅଭିନନ୍ଦନ । ସେମାନଙ୍କ ଆଜୀବନ ପ୍ରେମ ଏବଂ ସୁଖ କାମନା କରୁଛି । ଭଗବାନ ଆଶୀର୍ବାଦ କରନ୍ତୁ । 8.8.8 "

ଛାଡ଼ପତ୍ର ୩ବର୍ଷ ପରେ ବିବାହ କରିବା ନାଗା

ସାମନ୍ଥା ଏବଂ ନାଗା ଚୈତନ୍ୟ ୨୦୨୧ରେ ଅଲଗା ହୋଇଥିଲେ । ଏହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ ୪ ବର୍ଷ ପରେ ଏହି କପଲ ଛାଡପତ୍ର ନେଇଥିଲେ । ସାମନ୍ଥାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଡେଟିଂ କରୁଥିଲେ । ଆଜି ଉଭୟେ ସମ୍ପର୍କକୁ ଅଫିସିଆଲ କରିବା ସହ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନା କରିବା ସତ୍ତ୍ବେ ଝଲକି ଉଠିଲା ପ୍ରେମ, ସୋଭିତା-ନାଗା ଚୈତନ୍ୟଙ୍କ ସମ୍ପର୍କର ଖୋଲିଲା ପୋଲ୍‌ !

ଶୋଭିତା ଧୂଲିପାଲା କିଏ?

୨୦୧୩ରେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ହାତେଇଥିଲେ ଶୋଭିତା ଧୂଲିପାଲା । ୨୦୧୬ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଜଲୱା ଦେଖାଇ ଲୋକପ୍ରିୟତା ସହ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ସେ ଟଲିଉଡ, ବଲିଉଡ ଏବଂ ହଲିଉଡରୁ ଅଫର ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.