ETV Bharat / entertainment

ଆଇସିୟୁରୁ ବାହାରିଲେ ମିଥୁନ ଚକ୍ରବର୍ତ୍ତୀ, କାଲି ହୋଇଥିଲା ବ୍ରେନ ଷ୍ଟ୍ରୋକ

author img

By ETV Bharat Odisha Team

Published : Feb 11, 2024, 11:05 AM IST

Mithun Chakraborty Health Update: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଶନିବାର ଅଭିନେତା ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଦେବଶ୍ରୀ ରୟ ଏବଂ ନିର୍ଦ୍ଦେଶକ ପାଥିକୃତ ବସୁ ସୂଚନା ଦେଇଛନ୍ତି ଯେ, ସେ ଭଲ ଅଛନ୍ତି ଏବଂ ବର୍ତ୍ତମାନ ଆଇସିୟୁରୁ ​​ବାହାରିଛନ୍ତି । ଅଧିକ ପଢନ୍ତୁ

ଆଇସିୟୁରୁ ବାହାରିଲେ ମିଥୁନ ଚକ୍ରବର୍ତ୍ତୀ, ବ୍ରେନ ଷ୍ଟ୍ରୋକରେ ହୋଇଥିଲେ ଆକ୍ରାନ୍ତ

ହାଇଦ୍ରାବାଦ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ବର୍ତ୍ତମାନ ଆଇସିୟିରୁ ବାହାରିଛନ୍ତି ଅଭିନେତା । ଏନେଇ ସୂଚନା ଦେଇଛନ୍ତି ଅଭିନେତ୍ରୀ ଦେବଶ୍ରୀ ରୟ ଏବଂ ନିର୍ଦ୍ଦେଶକ ପାଥିକୃତ ବସୁ । ଉଭୟ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଜାଣି ତାଙ୍କୁ ହସ୍ପିଟାଲକୁ ଭେଟିବାକୁ ଯାଇଥିଲେ । ଏହାପରେ ସେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ମିଥୁନ ସୁସ୍ଥ ରହିଛନ୍ତି ଏବଂ ସେ ଆଇସିୟୁରୁ ବାହାରିଛନ୍ତି ।

ଅଭିନେତ୍ରୀ ଦେବଶ୍ରୀ ରୟ କହିଛନ୍ତି ଯେ, ମୁଁ ମିଥୁନଙ୍କ ସହ ଡାକ୍ତରଖାନାରେ ଭେଟିଛି । ସେ ବର୍ତ୍ତମାନ ଭଲ ଅଛନ୍ତି, ତାଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ସୁଗାର ସ୍ତର ହ୍ରାସ ପାଇଥିଲା । ଏଣୁ ସେ ଅସହଜ ମନେ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ଆଇସିୟୁରୁ ​​ବାହାରି ଆସିଛନ୍ତି ଏବଂ ସୁସ୍ଥ ଅଛନ୍ତି । ସେପଟେ ନିର୍ଦ୍ଦେଶକ ପାଥିକୃତ ବସୁ କହିଛନ୍ତି, ''ମୁଁ ବର୍ତ୍ତମାନ ଡାକ୍ତରଖାନାରୁ ଆସିଛି । ମୁଁ ତାଙ୍କୁ ଭେଟିଲି ଏବଂ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ମିଥୁନ ଦା' ଏହା ମଧ୍ୟ କହିଛନ୍ତି ଯେ ସେ କିଛି ଦିନ ପରେ ସୁଟିଂ ଆରମ୍ଭ କରିବେ । ସେ ସେଟକୁ ଫେରିବା ପରେ କ'ଣ କରିବେ ସେ ବିଷୟରେ ବି ମୋ ସହ ଆଲୋଚନା କରିଛନ୍ତି ।''

କହିରଖୁଛୁ କି, ଛାତିରେ ଯନ୍ତ୍ରଣା ହେବା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଫେବୃଆରୀ ୧୦, ଶନିବାର ସକାଳ ୯.୪୦ ମିନିଟ ସମୟରେ କୋଲକାତାର ଆପୋଲୋ ହସ୍ପିଟାଲର ଜରୁରୀକାଳୀନ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ଏବଂ କହିଥିଲେ ଯେ ସେ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକ ପୀଡିତ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏଥିସହ ମିଥୁନ ଚକ୍ରବର୍ତ୍ତୀଙ୍କୁ ନ୍ୟୁରୋ-ଚିକିତ୍ସକ, ହୃଦରୋଗ ବିଶେଷଜ୍ଞ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ସମେତ ଡାକ୍ତରଙ୍କ ଏକ ଟିମ ତଦାରଖ କରୁଥିବା ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସୂଚନା ଅନୁସାରେ, ମିଥୁନ ନିଜର ଅପକମିଂ ଫିଲ୍ମ 'ଶାସ୍ତ୍ରୀ'ର ସୁଟିଂକୁ ନେଇ ବ୍ୟସ୍ତ ରହିଥିଲେ । ଆଉ କୋଲକାତାରେ ଏହି ଫିଲ୍ମ ସୁଟିଂ ଚାଲିଥିବା ସମୟରେ ହିଁ ଅସୁସ୍ଥ ହୋଇପଡିଥିଲେ । ଏହି ଫିଲ୍ମ ବିଷୟରେ କହିବାକୁ ଗଲେ, ମିଥୁନ ଚକ୍ରବର୍ତ୍ତୀ ଏବଂ ଦେବଶ୍ରୀ ରୟ ବହୁ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ସୋହମ ଚକ୍ରବର୍ତ୍ତୀଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର 'ଶାସ୍ତ୍ରୀ'ରେ ବହୁ ନାମୀଦାମୀ କଳାକାର ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.