ETV Bharat / entertainment

ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଥୁନ ଚକ୍ରବର୍ତ୍ତୀ, କହିଲେ ଖୁବଶୀଘ୍ର କାମକୁ ଫେରିବି

author img

By PTI

Published : Feb 12, 2024, 5:40 PM IST

Mithun Chakraborty Discharged: ମିଥୁନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଖୁବଶୀଘ୍ର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଥୁନ ଚକ୍ରବର୍ତ୍ତୀ, କହିଲେ- ଖୁବଶୀଘ୍ର କାମକୁ ଫେରିବି

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଅଭିନେତା ଗତ କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ଜଣାପଡିଛି । ଏହି ସମୟରେ ଅଭିନେତା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ଏବଂ ଖୁବଶୀଘ୍ର କାମକୁ ଫେରିବେ ।

ସୂଚନା ଅନୁାସାରେ, ଅଭିନେତାଙ୍କ ଡିସଚାର୍ଜ ପୂର୍ବରୁ ଏମଆରଆଇ ସମେତ ଅନେକ କ୍ଲିନିକାଲ ଟେଷ୍ଟ କରିଥିଲେ ବୋଲି ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଥିସହ ବରିଷ୍ଠ ଡାକ୍ତର ଏବଂ ଥେରାପିଷ୍ଟମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୀକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଅଭିନେତା ସମ୍ପର୍ଣ୍ଣ ସୁସ୍ଥ ଥିବା ବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏହି ସମୟରେ ମିଥୁନ ହସ୍ପିଟାଲରୁ ବାହାରିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଛନ୍ତି ଏବଂ କହିଛନ୍ତି, 'ଏବେ କୌଣସି ଅସୁବିଧା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ମୋତେ ମୋର ଖାଦ୍ୟ ଅଭ୍ୟାସ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ମୁଁ ଶୀଘ୍ର କାମ ଆରମ୍ଭ କରିପାରେ, ବୋଧହୁଏ ଆସନ୍ତାକାଲି ହିଁ ମୁଁ କାମ କରିପାରେ ।'

ସୂଚନା ଥାଉ କି, ମିଥୁନ ନିଜର ଅପକମିଂ ଫିଲ୍ମ 'ଶାସ୍ତ୍ରୀ'ର ସୁଟିଂ ଚାଲିଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଫେବୃଆରୀ ୧୦ ଶନିବାର ସକାଳ ୯.୪୦ ମିନିଟ ସମୟରେ କୋଲକାତାର ଆପୋଲୋ ହସ୍ପିଟାଲର ଜରୁରୀକାଳୀନ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ଏବଂ ମିଥୁନ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକ ପୀଡିତ ଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଅଭିନେତାଙ୍କୁ ଏକ ଡାକ୍ତରୀ ଟିମ ତଦାରଖ କରିଥିବା ବେଳେ ସେ ଏବେ ସୁସ୍ଥ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫୋନରେ କଥା ହେଲେ ମୋଦି, ହସ୍ପିଟାଲରେ ଭେଟିଲେ ଦଳୀୟ ନେତା

ରବିବାର ମିଥୁନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଥା ହୋଇଛନ୍ତି । ରବିବାର ଦିନ ନରେନ୍ଦ୍ର ମୋଦି ତାଙ୍କୁ ଫୋନ କରି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏଥିସହ ଅନେକ ବିଜେପି କର୍ମୀ ସମେତ ସେଲିବ୍ରିଟି ମଧ୍ୟ ତାଙ୍କୁ ହସ୍ପିଟାଲରେ ଭେଟିଥିଲେ । କହିରଖୁଛୁ କି, ନିକଟରେ ଘୋଷଣା ହୋଇଥିବା ପଦ୍ମ ଭୂଷଣ ସମ୍ମାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ମନୋନୀତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.