ETV Bharat / entertainment

ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା

author img

By ETV Bharat Odisha Team

Published : Jan 26, 2024, 8:31 PM IST

Mithun Chakraborty: ବଲିଉଡ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଏହି ସମ୍ମାନ ଘୋଷଣା ପରେ ଅଭିନେତା ଖୁସିବ୍ୟକ୍ତ କରିବା ସହ ଏହାର ଫ୍ୟାନ୍ସ ଏବଂ ସମର୍ଥକଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା
ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା

ହାଇଦ୍ରାବାଦ: ଗୁରୁବାର ଦିନ କେନ୍ଦ୍ର ସରକାର ଅତ୍ୟନ୍ତ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ତାରକାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀ ମାଲା ଏବଂ ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି ସ୍ବର୍ଗତା ଅଭିନେତା ବିଜୟକାନ୍ତ ଏବଂ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ପଦ୍ମ ସମ୍ମାନ ଘୋଷଣା ପରେ ମିଥୁନ ଚକ୍ରବର୍ତ୍ତୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ସମ୍ମାନର ଶ୍ରେୟ ନିଜ ଫ୍ୟାନ୍ସ ଏବଂ ସମର୍ଥକଙ୍କୁ ଦେଇଛନ୍ତି ।

ସୋସିଆଲ ମିଡିଆରେ ମିଥୁନ ଚକ୍ରବର୍ତ୍ତୀ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଏଥିରେ ସେ କହିଛନ୍ତି, "ବହୁତ ଖୁସି, ବହୁତ ଆନନ୍ଦ ଅଛି, ଏହା ଏପରି ଏକ ଭାବନା ଅଛି ଯାହାକୁ ପ୍ରକାଶ କରିବାକୁ ମୋ ପାଖରେ ଶଦ୍ଦ ନାହିଁ । ଅନେକ ଅସୁବିଧାର ସମ୍ମୁଖୀନ ପରେ, ଯେତେବେଳେ ଜଣେ ଏତେ ବଡ ସମ୍ମାନ ପାଏ, ତେବେ ସୁଖ କିଛି ଅଟେ । ଅନ୍ୟ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏହି ସମ୍ମାନକୁ ଦେଶ ତଥା ସମଗ୍ର ବିଶ୍ବରେ ମୋର ପ୍ରଶଂସକ ଏବଂ ସମର୍ଥକ ମାନଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ମୋତେ ନିଃସ୍ବାର୍ଥପର ଭଳପାଇବା ଦେଇଆସିଛନ୍ତି । ମୋତେ ବହୁତ ଭଲ ପାଇବା ଏବଂ ସମ୍ମାନ ଦେଇଥିବାରୁ ଧନ୍ୟବାଦ ।''

ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ କ୍ୟାରିଅର: ମିଥୁନ ବଙ୍ଗଳା ଚଳଚ୍ଚିତ୍ର 'ମୃଗୟା'ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ମୃଣାଲ ସେନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୭୬ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ମିଥୁନ ତାଙ୍କ ଭୂମିକା ପାଇଁ ଅନେକ ପ୍ରଶଂସା ପାଇଥିଲେ। ଏପରିକି ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ମିଥୁନଙ୍କୁ ୨୪ ତମ ଜାତୀୟ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ପରେ ସେ ସେହି ବର୍ଷ ସେ ଦୁଲାଲ ଗୁହାଙ୍କ ନିର୍ଦ୍ଦେଶିତ 'ଦୋ ଅଞ୍ଜାନେ' ସହ ବଲିଉଡରେ ଡେବ୍ୟୁ କରିଥିଲେ ।

ଏହା ପରେ ମିଥୁନ ଡିସ୍କୋ ଡ୍ୟାନ୍ସର, ପ୍ୟାର୍ ଝୁକତା ନେହି, ଫୁଲ ଔର ଅଙ୍ଗାର, ଦଲାଲ, ପ୍ରେମ ପ୍ରତିଜ୍ଞା, ଜଙ୍ଗ, ଅଗ୍ନିପଥ ଏବଂ ଚଣ୍ଡାଲ ଭଳି ଅନେକ ଦିନ୍ଦି ଫିଲ୍ମରେ ଅଭିନୟର ଯାଦୁ ଦେଖାଇ ପ୍ୟାନ୍ସଙ୍କ ମନ ଜିତିଛନ୍ତି । ଅଗ୍ନିପଥ ପାଇଁ ସେ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି । ୧୯୯୨ ମସିହାରେ, ତାହଦର କଥାରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଦ୍ବିତୀୟ ଜାତୀୟ ପୁରସ୍କାର ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 327କୋଟି ଟଙ୍କାର ମାଲିକ ମିଥୁନ, ଫିଲ୍ମ ଅପେକ୍ଷା ଏଥିରୁ କରନ୍ତି ଅଧିକ ରୋଜଗାର

ମିଥୁନଙ୍କ ରାଜନୀତି କ୍ୟାରିଅର: ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଫଳ ଅଭିନେତା ମଧ୍ୟରେ ଅନ୍ୟତମ ମିଥୁନ ଜଣେ ରାଜନୀତିଜ୍ଞ ମଧ୍ଯ । ସେ ୨୦୧୦ ଆରମ୍ଭରେ ରାଜନୀତିରେ ଯୋଗ ଦେଇଥିଲେ । ସେ ୨୦୧୪ ରେ ସାଂସଦ ହୋଇଥିଲେ । ତେବେ ଆଜି ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.