ETV Bharat / entertainment

ନତାଶାଙ୍କ 'ଗୋଦ ଭରାଇ'ର ଝଲକ ଦେଖାଇଲେ ମୀରା - Natasha Dalal Baby Shower

author img

By ETV Bharat Odisha Team

Published : Apr 21, 2024, 10:31 PM IST

Natasha Dalal Baby Shower: ନତାଶାଙ୍କ 'ଗୋଦ ଭରାଇ' ସମୟର ଫଟୋ ସେୟାର କରି ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶାହିଦଙ୍କ ପତ୍ନୀ ମୀରା ରାଜପୁତ । ପ୍ରଶଂସକମାନେ ମଧ୍ୟ ବରୁଣ ଓ ନତାଶାଙ୍କୁ ଜଣାଇଛନ୍ତି ଢେର ସାରା ଶୁଭେଚ୍ଛା ।

Natasha Dalal Baby Showe
Natasha Dalal Baby Showe

ମୁମ୍ବାଇ: ଅଭିନେତା ବରୁଣ ଧାୱନ ଓ ନତାଶା ଦଲାଲ ଖୁବଶୀଘ୍ର ଦେବାକୁ ଯାଉଛନ୍ତି ଖୁସି ଖବର । ପୂର୍ବରୁ ସେମାନେ ଏ ସମ୍ପର୍କରେ ଘୋଷଣା କରିଥିବାବେଳେ ବର୍ତ୍ତମାନ ନତାଶାଙ୍କ 'ଗୋଦ ଭରାଇ' ସରିଛି । ଯାହାର ଫଟୋ ସେୟାର କରି ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶାହିଦଙ୍କ ପତ୍ନୀ ମୀରା ରାଜପୁତ । ଏହାର ଝଲକ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ବରୁଣ ଓ ନତାଶାଙ୍କୁ ଜଣାଇଛନ୍ତି ଢେର ସାରା ଶୁଭେଚ୍ଛା ।

Natasha Dalal Baby Showe
Natasha Dalal Baby Showe

ଆଜି (ରବିବାର) ମୀରା ରାଜପୁତ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବରୁଣଙ୍କ ପତ୍ନୀ ନତାଶାଙ୍କ 'ଗୋଦ ଭରାଇ'ର ଏକ ଛୋଟ ଝଲକ ଦେଖାଇଛନ୍ତି । ଏହି ପ୍ରୋଗ୍ରାମରେ କଟାଯାଇଥିବା କେକର ଫଟୋ ପୋଷ୍ଟ କରିଛନ୍ତି ମୀରା । ଯେଉଁରେ ଶୁଭେଚ୍ଛା ଭିଡି ଆଣ୍ଡ ନତାଶା (Congratulations VD & Natasha) ଲେଖା ରହିଛି । ଏହାସହ ଉଭୟ ବରୁଣ ଏବଂ ନତାଶାଙ୍କୁ ଟ୍ୟାଗ୍ କରିଛନ୍ତି ମୀରା ରାଜପୁତ ।

ଏହି କେକ୍ ଉପରେ ଏକ ଟେଡି ବିୟର ଥିବା ଦେଖିବାକୁ ମିଳିଛି । ଯାହା କେକର ଶୋଭା ଆହୁରି ବଢାଇ ଦେଇଛି । ଗତ ଫେବ୍ରୁଆରୀ ୧୯ ତାରିଖରେୋ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ବାପା ମାଆ ହେବାକୁ ଯାଉଥିବା ନେଇ ଖୁସି ଖବର ଶୁଣାଇଥିଲେ ବରୁଣ ଓ ନତାଶା । ବରୁଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରାଯାଇଥିଲା । ଆଉ କ୍ୟାପସନରେ ଲେଖିଥିଲେ 'ୱି ଆର୍ ପ୍ରେଗନେଣ୍ଟ'(We Are Pregnant) । ବରୁଣଙ୍କ ଏହି ପୋଷ୍ଟ ପରେ ଅନେକ ଶୁଭେଚ୍ଛା ଓ ଶୁଭକାମନାର ବାର୍ତ୍ତା ମିଳିଥିଲା । ଏହି ସୁନ୍ଦର ଯୋଡିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଥିବାବେଳେ ସ୍ବାଗତ କରିବାକୁ ଚାହିଁ ବସିଛନ୍ତି ବରଣ ଓ ନତାଶାଙ୍କ ପରିବାର । ଏପରିକି ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

ଏହା ବି ପଢନ୍ତୁ...ଘରକୁ ଆସିବ କୁନି ଅତିଥି, ଖୁସି ଖବର ଦେଲେ ବରୁଣ ଧାୱନ

ବରୁଣଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଆକ୍ସନ ଫିଲ୍ମ 'ବେବି ଜନ'ରେ ନଜର ଆସିବାକୁ ଯାଉଛନ୍ତି । ମେ ୩୧ ତାରିଖରେ ଏହା ପ୍ରେକ୍ଷାଳୟରେ ରିଲିଜ ହେବ ବୋଲି ଜଣାପଡ଼ିଛି । ବରୁଣ ଧାୱନ ଷ୍ଟାରର ଫିଲ୍ମର ଦମଦାର ଟିଜର ରିଲିଜ କରି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି ନିର୍ମାତା । ବରୁଣ ଧୱନଙ୍କ ଏହି ଫିଲ୍ମ ନାଁ ପୂର୍ବରୁ 'VD 18' ରହିଥିଲା । ପରେ ଫିଲ୍ମର ଟାଇଟଲ ପରିବର୍ତ୍ତନ କରାଯାଇ 'ବବି ଜନ' ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.