ETV Bharat / entertainment

ଆରପାରିରେ ମଲାଇକା ଆରୋରାଙ୍କ ବାପା, ରୁମର୍‌ ଗାର୍ଲଫ୍ରେଣ୍ଡଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର - Malaika Arora Father Suicide

author img

By ETV Bharat Odisha Team

Published : Sep 11, 2024, 3:21 PM IST

Malaika Arora Father Death: ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ପୁଣେରୁ ମୁମ୍ବାଇ ଫେରିଛନ୍ତି । ମଲାଇକାଙ୍କ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ମଧ୍ୟ ଘର ବାହାରେ ଦେଖିବାକୁ ମିଳିଛି ।

ମଲାଇକା ଆରୋରାଙ୍କ ବାପାଙ୍କ ଦେହାନ୍ତ; ରୁମର ଗାର୍ଲଫ୍ରେଣ୍ଡଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର
ମଲାଇକା ଆରୋରାଙ୍କ ବାପାଙ୍କ ଦେହାନ୍ତ; ରୁମର ଗାର୍ଲଫ୍ରେଣ୍ଡଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର (IANS, ANI)

ହାଇଦ୍ରାବାଦ: ଜୀବନ ହାରିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତା । ବାପାଙ୍କ ଦେହାନ୍ତ ଖବର ଶୁଣି ପୁଣେରୁ ମୁମ୍ବାଇ ଫେରିଛନ୍ତି ଅଭିନେତ୍ରୀ । ବାପାଙ୍କୁ ହରାଇ ମଲାଇକା ଭାଙ୍ଗି ପଡିଥିବା ବେଳେ ଏହି ଦୁଃଖଦ ସମୟରେ ଅଭିନେତ୍ରୀଙ୍କ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ତାଙ୍କ ଘରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ମଲାଇକା ଆରୋରାଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର (ETV Bharat Odisha)

ଘଟଣା ଦିନ ଘରେ ନଥିଲେ ମଲାଇକା

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦିନ, ଅର୍ଥାତ୍‌ ଆଜି ମଲାଇକା ଘରେ ନଥିଲେ । ତେବେ ସେ ପୁଣେରେ ଥିବା ବେଳେ ବର୍ତ୍ତମାନ ବାପାଙ୍କ ମୃତ୍ୟୁ ଖବର ପାଇ ମୁମ୍ୱାଇ ପହଞ୍ଚିଛନ୍ତି । ମଲାଇକା ଆରୋରାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବାପାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ମଲାଇକା । ମଲାଇକା ବ୍ୟତୀତ ଅମୃତା ଆରୋରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ବାପାଙ୍କ ମୃତ୍ୟୁ ଖବର ଶୁଣି ଅମୃତା ମଧ୍ୟ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚିଛନ୍ତି ।

ମଲାଇକାଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର

ମଲାଇକାଙ୍କ ବାପାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ତାରକାମାନେ ତାଙ୍କ ଘରକୁ ଆସିବା ଆରମ୍ଭ କରିଛନ୍ତି । ମଲାଇକାଙ୍କ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ମଲାଇକାଙ୍କ ଘରେ ପହଞ୍ଚିଛନ୍ତି । ଏହି ଦୁଃଖଦ ସମୟରେ ମଲାଇକାଙ୍କ ସାଥୀରେ ଛିଡା ହୋଇଛନ୍ତି ଅର୍ଜୁନ । ଏଥିସହ ଅଲଭିରା ଅଗ୍ନିହୋତ୍ରୀ ମଧ୍ୟ ଏହି ଖବର ଶୁଣିବା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚରମ ନିଷ୍ପତି ନେଲେ ମଲାଇକାଙ୍କ ବାପା ଅନୀଲ ମେହେତା, କାରଣ ଅସ୍ପଷ୍ଟ

ଅନୀଲ ମେହେତା ଜୀବନ ହାରିଥିବା ସୂଚନା

ସୂଚନା ଅନୁସାରେ, ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତା ଆଜି ସକାଳ 9 ଟା ସମୟରେ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଜୀବନ ହାରିଥିବା ଜଣାପଡିଛି । ମୁମ୍ବାଇ ପୋଲିସର ବିବୃତ୍ତି ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ କହିଛି, 'ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରାଙ୍କ ବାପା ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.