ETV Bharat / entertainment

ସେବା ଓ ସମର୍ପଣର କାହାଣୀ କହିବ 'ଆଶ୍ରମ', ମୁଖ୍ୟ ଚରିତ୍ରରେ ନଜର ଆସିବେ ମହାଶ୍ଵେତା ରାୟ - Odia Film Ashram Audio Release

author img

By ETV Bharat Odisha Team

Published : Aug 14, 2024, 3:21 PM IST

Odia Film Ashram Audio Release: ଖୁବଶୀଘ୍ର ଆସୁଛି ଆଉ ଏକ ଓଡ଼ିଆ ଫିଲ୍ମ 'ଆଶ୍ରମ' । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ୮୦ ଦଶକର ଲୋକପ୍ରିୟ ତାରକା ମହାଶ୍ଵେତା ରାୟ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ଅଡିଓ ରିଲିଜ ହୋଇଛି । ତେବେ ଫିଲ୍ମର କାହାଣୀ କ'ଣ ରହିଛି ଏବଂ କେବେ ହେବ ରିଲିଜ ? ଜାଣନ୍ତୁ

ସେବା ଓ ସମର୍ପଣର କାହାଣୀ କହିବ ଓଡ଼ିଆ ଫିଲ୍ମ 'ଆଶ୍ରମ', ମୁଖ୍ୟ ଚରିତ୍ରରେ ନଜର ଆସିବେ ମହାଶ୍ଵେତା ରାୟ
ସେବା ଓ ସମର୍ପଣର କାହାଣୀ କହିବ ଓଡ଼ିଆ ଫିଲ୍ମ 'ଆଶ୍ରମ', ମୁଖ୍ୟ ଚରିତ୍ରରେ ନଜର ଆସିବେ ମହାଶ୍ଵେତା ରାୟ (ETV Bharat Odisha)

ଭୁବନେଶ୍ୱର: ଆଉ ଏକ ମୌଳିକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଆଶ୍ରମ-ଏକ ଅଶାର ଆଶ୍ରୟ' । ଖୁବଶୀଘ୍ର ଫିଲ୍ମଟି ପରଦାକୁ ଆସିବାକୁ ଥିବା ବେଳେ ବର୍ତ୍ତମାନ 'ଆଶ୍ରମ'ର ଅଡିଓ ରିଲିଜ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ 'ଆଶ୍ରମ' ଫିଲ୍ମର ଗୀତ ହୋଇଥିବା ବେଳେ ଏଥିରେ ୪ଟି ଗୀତ ରହିଛି । 'ଆଶ୍ରମ', ଏହି ସିନେମାଟି ଏକ ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାର ଝଲକ ଏଥିରେ ଦେଖିବାକୁ ମିଳିବ । ତେବେ ଏହି ଗୀତ ରିଲିଜ ହେବା ମାତ୍ରେ ଲୋକେ ଏହାକୁ ପସନ୍ଦ କରିବା ସହ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି ।

'ଆଶ୍ରମ' ଫିଲ୍ମର ଷ୍ଟାରକାଷ୍ଟ

ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବେଶ ଜଣାଶୁଣା ଚର୍ଚ୍ଚିତ ଅଭିନେତ୍ରୀ ମହାଶ୍ଵେତା ରାୟ । ସେହିପରି ଆଉ ଦୁଇ ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏକାଠି ନଜର ଆସିବେ । ଅନ୍ୟାନ୍ୟ ଭୂମିକାରେ ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ରହିଛନ୍ତି । ସେହିପରି ଚଳଚିତ୍ରର ନିର୍ଦ୍ଦେଶନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ରହିଥିବା ବେଳେ ପ୍ରଯୋଜକ ତପନ ଦାସଙ୍କ ଦ୍ୱାରା ନିର୍ମିତ ହୋଇଛି । ସେହିପରି କାହାଣୀକୁ ଲେଖିଛନ୍ତି ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ । ଗୀତଗୁଡିକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ବାପୁ ଗୋସ୍ୱାମୀ ।

'ଆଶ୍ରମ' ଫିଲ୍ମର କାହାଣୀ

ଜଣେ ପ୍ରଶାସନିକ ଅଧିକାରୀ ଚାକିରିରୁ ଅବସର ନେବା ପରେ କିଭଳି ସେ ସେବା ପାଇଁ ଭୁଲିଯାଇଥିବା ଅତୀତର ସେଇ ମଧୁର ସ୍ମୃତି ବା ନିଜ ଭିତରେ ଥିବା କଳାକୁ ଆଉ ଥରେ ଉଜ୍ଜୀବିତ କରୁଛନ୍ତି ଓ ଅନେକ ଯୁବ ପ୍ରତିଭାକୁ ନିଜ ସହ ଯୋଡି ବଂଚିବାର ଆଶା ଦେଖାଉଛନ୍ତି ତାହାହିଁ ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମରେ ସୂର୍ଯ୍ୟମୟୀଙ୍କୁ ନୃତ୍ୟଶିଳ୍ପୀ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ସେହିପରି ଚଳଚିତ୍ରରେ ମହେଶ୍ଵତା ରାୟ ତାଙ୍କ ସମ୍ପୂର୍ଣ୍ଣ ଜୀବନ ପାଠ ପଢି଼ବା ଓ ନୃତ୍ୟ କଳା ପ୍ରତି ଉତ୍ସର୍ଗ କରିଥିଲେ ବେଳେ ସାଜିଛନ୍ତି ଜଣେ ସଚ୍ଚୋଟ ଆଇଏଏସ୍ ଅଧିକାରୀ । IAS ଭାବେ ସେବା କରି ଚାଲନ୍ତି ଆଉ ତାଙ୍କ ସ୍ବପ୍ନ ଅଧାରେ ରହିଁଯାଏ । ପରେ ପୁଣି ଅବସର ନେବା ପରେ ଅତୀତର ମଧୁର ସ୍ମୃତିକୁ ଜୀବନ୍ତ କରିବାକୁ ଯାଇ ପୁଣିଥରେ ସାଜିଛନ୍ତି କାଳର ପୂଜାରୀ । ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଓ ଆଶ୍ରୟର ଉତ୍ସ ।

'ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ'

ତେବେ ଫିଲ୍ମର କାହାଣୀକୁ ନେଇ ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର କହିଛନ୍ତି ଜୀବନରେ ଯେଉଁଠାରେ ସମର୍ପଣ ସହିତ ଭାଗ୍ୟ ମିଶିଥାଏ, ସେଠାରେ ଜଣେ ଉଚ୍ଚାକାଂକ୍ଷୀ ମହିଳାଙ୍କ ଯାତ୍ରା ଆଶାର ଆଲୋକ ଭାବରେ ଛିଡ଼ା ହୁଏ । ସେହି ଅଶାର ଆଲୋକ ସାଜିଛନ୍ତି ମହେଶ୍ଵେତା ରାୟ । ତାଙ୍କୁ ନେଇ ହିଁ ସିନେମାଟି ଗୀତଶୀଳ ହୋଇଛି ।ଏଭଳି ଅନେକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଥିବା ବେଳେ ନିଆରା ଏହି କାହାଣୀ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା। ଯାହା ଖୁବଶୀଘ୍ର ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ଆଭା' ପୋଷ୍ଟର-ଅଡିଓ ରିଲିଜ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ସ୍କ୍ରିନିଂ

ଏହି ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଯଜ୍ଞଶିଷ ମହାପାତ୍ର । ଅଡିଓ ରିଲିଜ ଥିବାରୁ କ୍ରିଏଟିଭ ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ରଙ୍କ ସମେତ ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର, ଗୀତିକାର ବାପୁ ଗୋସ୍ୱାମୀ, କଣ୍ଠଶିଳ୍ପୀ ସ୍ଵୟଂ ପାଢ଼ୀ, ଅନ୍ତର ଚକ୍ରବର୍ତୀ, ରୂପକ ପରିଡା ଓ ସୋହିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସେନେମାଟି ଆମ କଳା ସଂସ୍କୃତି ର ପରିଚାୟକ ସାଜିଥିବା ଗୀତ ନୃତ୍ୟ ପ୍ରତି ଥିବା ସମର୍ପଣକୁ ପ୍ରତିପାଦିତ କରୁଥିବା ବେଳେ ଏହାର ପ୍ରତିଟି ଗୀତ ବେଶ ହୃଦୟ ସ୍ପର୍ଶୀ ହୋଇଛି। ଆଉ ଏହାର ଶବ୍ଦ ସଂଯୋଜନା ମଧ୍ୟ ବେଶ ଉଚ୍ଚ କୋଟିର ହୋଇଥିବା ଗୀତ ଗୁଡିକୁ ବେଶ ଭଲପାଇବା ଦର୍ଶକ ଦେବେ ବୋଲି ମତବ୍ୟକ୍ତ କରିଛନ୍ତି କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.