ETV Bharat / entertainment

ମିସ ୱାର୍ଲ୍ଡର ତାଜ ପିନ୍ଧିଲେ ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା

Miss World 2024: ମିସ ଓ୍ବାର୍ଲ୍ଡ 2024 ମୁକୁଟ ପିନ୍ଧିଲେ ଚେକ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା । 110 ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ 71ତମ ମିସ୍ ୱାର୍ଲ୍ଡ ହୋଇଛନ୍ତି । ଅଧିକ ପଢନ୍ତୁ

ମିସ ଓ୍ବାର୍ଲ୍ଡ
Miss World 2024
author img

By ETV Bharat Odisha Team

Published : Mar 10, 2024, 7:33 AM IST

Updated : Mar 13, 2024, 11:43 AM IST

ମୁମ୍ବାଇ: ଚଳିତ ବର୍ଷର ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା । ମିସ ଓ୍ବାର୍ଲ୍ଡ 2024ର ବିଜେତା ହୋଇଛନ୍ତି କ୍ରିଷ୍ଟିନା । ଦୀର୍ଘ 28 ବର୍ଷ ପରେ ଭାରତରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ବାଜି ମାରିଛନ୍ତି ଚେକ୍ ଗଣରାଜ୍ୟର ସୁନ୍ଦରୀ । 110 ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ 71ତମ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି । ମିସ ଓ୍ବାର୍ଲ୍ଡ 2023 ବିଜେତା ମେଗନ ୟଙ୍ଗ କ୍ରିଷ୍ଟିନାଙ୍କୁ ବିଜୟର ତାଜ ପିନ୍ଧାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Miss World Karolina Bielawska: ବଲିଉଡ଼ ବାଦଶାହ ଶାହାରୁଖ ଖାନଙ୍କ ସହ କାମ କରିବେ ମିସ୍ ଓ୍ୱାର୍ଲ୍ଡ !

ପ୍ରଥମ ରନର୍ ଅପ୍ ହୋଇଛନ୍ତି ଲେବାନନର ୟସ୍ମିନା ଯେତୁନ । ଟପ 4ରେ କ୍ରିଷ୍ଟିନା ପିଜକୋଭାଙ୍କ ସମେତ ଲେବାନନ, ଟବାଗୋ, ତ୍ରିନିଦାଦ ଓ ବୋତ୍ସଓ୍ବାନାର ପ୍ରତିଯୋଗୀ ରହିଥିଲେ । ଭାରତର ସିନି ସେଟ୍ଟୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଟପ୍ 8ରେ ରହିଥିଲେ । କିନ୍ତୁ ଟପ 4ରେ ପହଞ୍ଚି ପାରିନଥିଲେ । ମୁମ୍ବାଇର ଜିଓ ଓ୍ବାର୍ଲ୍ଡ କମନଭେନସନ ହଲରେ ଏହି ପ୍ରତିଯୋଗିତା ଶନିବାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ମେଗନ ୟଙ୍ଗ ଓ କରଣ ଜୋହର । ଅଭିନେତ୍ରୀ କ୍ରିତି ସାନନ୍, ପୂଜା ହେଗଡେ ଏବଂ ଭାରତୀୟ ଟିମର ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ନେହା କକ୍କର ଏବଂ ଟୋନି କକ୍କର ସଙ୍ଗୀତ ପରିବେଷଣ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-Miss World 2023: 27 ବର୍ଷ ପରେ ଭାରତରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, 130 ଦେଶ କରିବେ ଅଂଶଗ୍ରହଣ

ମିସ୍ ୱାର୍ଲ୍ଡ 2024 ପ୍ରାଗ୍ୟୁ ଚାର୍ଲ୍ସ ୟୁନିଭରସିଟିର ଜଣେ ଆଇନ ଛାତ୍ରୀ ଏବଂ ତାଞ୍ଜାନିଆର ସୋନତା ଫାଉଣ୍ଡେସନର ସ୍ବେଚ୍ଛାସେବୀ । ସେ ପାଠପଢାରୁ ବଞ୍ଚିତ ଛୋଟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦେଉଥିଲେ । ସଙ୍ଗୀତ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି ଏବଂ ଏକ ଆର୍ଟ ଏକାଡେମୀରେ ସେ ନଅ ବର୍ଷ ବିତାଇଛନ୍ତି । ମିସ୍ ୱାର୍ଲ୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ କ୍ରିଷ୍ଟିନା ପିଜକୋଭାଙ୍କ ବିଜୟ ମୂହୁର୍ତ୍ତର କିଛି ଫଟୋ ସେୟାର କରାଯାଇଛି । ଏହି ଫଟୋ କ୍ୟାପସନରେ "ମିସ୍ ୱାର୍ଲ୍ଡ ଚେକ୍ ରିପବ୍ଲିକ୍, @ କ୍ରିଷ୍ଟିନା ପିଜକୋଭା ହେଉଛନ୍ତି 71ତମ ମିସ୍ ୱାର୍ଲ୍ଡ'' ବୋଲି ଉଲ୍ଲେଖ ରହିଛି ।

Last Updated : Mar 13, 2024, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.