ହାଇଦ୍ରାବାଦ: ୨୦୨୨ ମସିହାରେ ପ୍ରେକ୍ଷାଳୟରେ ଆମୀର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରୁ ସମସ୍ତଙ୍କର ବହୁତ ଆଶା ଥିଲା, କିନ୍ତୁ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଫଳ ହୋଇଥିଲା । ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୬୦କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ଫିଲ୍ମର ସହ-ନିର୍ମାତା କିରଣ ରାଓ ବକ୍ସ ଅଫିସରେ ଏହାର ଖରାପ ପ୍ରଦର୍ଶନ ବିଷୟରେ ପ୍ରକାଶ କରିଛନ୍ତି ଏବଂ ଏହି ବିଫଳତା ଆମୀରଙ୍କ ଉପରେ କ'ଣ ପ୍ରଭାବ ପକାଇଥିଲା ସେନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ କିରଣ ରାଓ ଆମୀର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ଫ୍ଲପ୍ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି । କିରଣ କହିଛନ୍ତି ଯେ, ଯେତେବେଳେ ଆପଣ ସମସ୍ତ ଚେଷ୍ଟା ସତ୍ତ୍ବେ ସଫଳ ହୁଅନ୍ତି ନାହିଁ, ସେତେବେଳେ ବହୁତ ନିରାଶାଜନକ ମନେ ହୁଏ । ଯାହା ଲାଲ ସିଂ ଚଡ୍ଡା ସହ ଘଟିଛି । ଏହା ନିଶ୍ଚିତ ଭାବରେ ଆମୀରଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । କେବଳ ଆମୀର ନୁହେଁ ବରଂ ଫିଲ୍ମର ପୁରା ଟିମ ଏନେଇ ପ୍ରଭାବିତ ହୋଇଥିଲେ ।
କିରଣ ଆହୁରି କହିଛନ୍ତି ଯେ, ଏହା ଆମୀରଙ୍କ ପାଇଁ ଏକ 'ଡ୍ରିମ ପ୍ରୋଜେକ୍ଟ' ଥିଲା । ଆମୀର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମର ସ୍କ୍ରିପ୍ଟ ଉପରେ ଧ୍ୟାନ ଦେଇଥିଲେ । ଏହା ତ୍ତ୍ବେ ଫିଲ୍ମଟି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବୋଲି କିରଣ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବାରେ ବିଫଳ ହୋଇଥିଲା ଏବଂ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।
କହିରଖୁଛୁ କି, ଆଡଭେଟ୍ ଚନ୍ଦନଙ୍କ ନିର୍ଦ୍ଦେଶିତ 'ଲାଲ ସିଂ ଚଡ୍ଡା' ଅଗଷ୍ଟ ୧୧, ୨୦୨୨ରେ ମୁକ୍ତିଲାଭ କରିଥିବା ବେଳେ ଆମୀର ଖାନଙ୍କ ବ୍ୟତୀତ କରୀନା କପୁର ଖାନ, ମୋନା ସିଂ ଏବଂ ନାଗା ଚୈତନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ଟମ ହ୍ୟାଙ୍କଙ୍କ ୧୯୯୪ ଚଳଚ୍ଚିତ୍ର ଫରେଷ୍ଟ ଗୁମ୍ପରର ହିନ୍ଦୀ ରିମେକ ଥିଲା । ନାଗା ଚୈତନ୍ୟ ଗତ ବର୍ଷ ଆମୀର ଖାନଙ୍କ ଲାଲ ସିଂ ଚଢା ସହ ବଲିଉଡରେ ଡେବ୍ୟୁ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଆମୀରଙ୍କ ପାଇଁ ସନ୍ଦୀପ ରେଡ୍ଡୀଙ୍କ ଉପରେ ବର୍ଷିଲେ କିରଣ ରାଓ
କିରଣ ରାଓଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିର୍ମାତା ଭାବେ ଅନେକ ଫିଲ୍ମ ପ୍ରସ୍ତୁତ କରିଥିବା ବେଳେ 'ଧୋବି ଘାଟ' (୨୦୧୦) ଫିଲ୍ମ ସହ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ 'ଲାପତା ଲେଡିସ' ହେଉଛି ତାଙ୍କ ନିର୍ଦ୍ଦେଶିତ ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମ ଜିଓ ଷ୍ଟୁଡିଓ ଦ୍ବାରା ନିର୍ମିତ ହୋଇଥିବା ବେଳେ ଲୋକପ୍ରିୟ ତାରକା ରବି କିଶନ, ନିତାଂଶି ଗୋୟଲ, ପ୍ରତୀଭା ସନ୍ତା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧ରେ ରିଲିଜ ହେବ ।