ETV Bharat / entertainment

ଆମୀରଙ୍କ ପାଇଁ ସନ୍ଦୀପ ରେଡ୍ଡୀଙ୍କ ଉପରେ ବର୍ଷିଲେ କିରଣ ରାଓ

Kiran Rao On Sandeep Reddy Vanga Comment: ନିକଟରେ ଆମୀର ଖାନଙ୍କୁ ସମାଲୋଚନା କରିଥିଲେ ସନ୍ଦୀପ ରେଡ୍ଡୀ ଭଙ୍ଗା । ଯାହାକୁ ନେଇ ବର୍ତ୍ତମାନ କିରଣ ରାଓ ପୂର୍ବତନ ସ୍ବାମୀ ଆମୀରଙ୍କ ସପକ୍ଷରେ ବାହାରି ନିର୍ଦ୍ଦେଶକଙ୍କୁ ଉଚିତ ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 6, 2024, 11:45 AM IST

Updated : Feb 6, 2024, 12:33 PM IST

ସନ୍ଦୀପ ରେଡ୍ଡୀଙ୍କ ଉପରେ ବର୍ଷିଲେ କିରଣ ରାଓ, ନିର୍ଦ୍ଦେଶକ ଆମୀରଙ୍କ ଉପରେ ଦେଇଥିଲେ ଟିପ୍ପଣୀ

ହାଇଦ୍ରାବାଦ: ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ' ନେଇ ଏବେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ସଫଳତା ହାସଲ କରିବା ସହ ସମାଲୋଚନାର ମଧ୍ୟ ଶିକାର ହୋଇଛି । ଫିଲ୍ମକୁ ମହିଳା ବିରୋଧୀ ଏବଂ ହିଂସାତ୍ମକ ଫିଲ୍ମ ବୋଲି କହିବା ସହ ସମାଲୋଚନା କରାଯାଇଛି । ନିକଟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ ଏହି ଫିଲ୍ମକୁ ବିରୋଧ କରି ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ସନ୍ଦୀପ କିରଣଙ୍କୁ ଟାର୍ଗେଟ କରି ଆମୀରଙ୍କୁ କଟାକ୍ଷ କରିଥିଲେ । ଏବେ କିରଣ ରାଓ ଏନେଇ ମୁହଁ ଖୋଲିବା ସହ ସନ୍ଦୀପଙ୍କୁ ଉଚିତ ଜବାବ ଦେଇଛନ୍ତି ।

କିରଣ ଆନିମଲକୁ ମହିଳା ବିରୋଧୀ କହି ସମାଲୋଚନା କହିବା ନେଇ ସନ୍ଦୀପ ରେଡ୍ଡୀ ଭଙ୍ଗା କିରଣଙ୍କୁ ଟାର୍ଗେଟ କରି ସେ ତାଙ୍କ ପୂର୍ବତନ ସ୍ବାମୀ ଆମୀର ଖାନଙ୍କ ଫିଲ୍ମ 'ଦିଲ'ର ଉଦାହରଣ ଦେଇଥିଲେ । ଯେଉଁଥିରେ ଅଭିନେତା ତାଙ୍କ କୋ-ଷ୍ଟାରଙ୍କୁ ଅନସ୍କ୍ରିନ୍‌ରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହା ବ୍ୟତୀତ ଆମୀରଙ୍କ ଫିଲ୍ମରୁ 'ଖମ୍ବେ ଜେସି ଖାଡି ହେ' ଗୀତକୁ ମଧ୍ୟ ମହିଳା ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ । ଏକ ସାକ୍ଷାତକାରରେ କିରଣ ସନ୍ଦୀପଙ୍କ ଏହି ବିବୃତ୍ତିର ଉତ୍ତର ଦେଇ କହିଛନ୍ତି ଯେ, ସେ ସନ୍ଦୀପଙ୍କୁ ଆକ୍ଷେପ କରିନାହାଁନ୍ତି । କାରଣ ସେ ମହିଳା ବିରୋଧୀ ତଥା ଚଳଚ୍ଚିତ୍ରରେ ମହିଳାଙ୍କ ସପକ୍ଷରେ ଅନେକ ଥର କଥା ହୋଇଛନ୍ତି ।

କିରଣ କହିଛନ୍ତି, ''ମୁଁ ସନ୍ଦୀପଙ୍କ ଉପରେ କେବେ ଟିପ୍ପଣୀ କରିନାହିଁ କାରଣ ମୁଁ ତାଙ୍କ ଫିଲ୍ମ କେବେ ଦେଖିନାହିଁ । ମୁଁ ସବୁବେଳେ ମହିଳା ବିରୋଧୀ ଏବଂ ମହିଳାଙ୍କ ପ୍ରତିନିଧିତ୍ବ ଉପରେ କଥାବାର୍ତ୍ତା କରିଆସୁଛି । ମୁଁ କୌଣସି ଚଳଚ୍ଚିତ୍ରର ନାମ ନେଇନି କାରଣ ଏହା କୌଣସି ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ର ବିଷୟରେ ନୁହେଁ । ମୁଁ ଏବେ କହିବି, ମୁଁ ଜାଣେ ନାହିଁ ସନ୍ଦୀପ ରେଡ୍ଡୀ ଭଙ୍ଗା କାହିଁକି ମୋ ଅନୁମାନ କଲେ ଯେ ମୁଁ ତାଙ୍କ ଫିଲ୍ମ ବିଷୟରେ କହୁଛି ? ମୁଁ ତାଙ୍କ ଫିଲ୍ମ କେବେବି ଦେଖି ନାହିଁ ।''

ଏଥିସହ କିରଣ ଆମୀରଙ୍କ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ପୂର୍ବତନ ସ୍ୱାମୀ ଏମିତି କିଛି ଲୋକଙ୍କ ମଧ୍ୟରୁ ଜଣେ ଯିଏ ଏଥିପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିଜ କାର୍ଯ୍ୟକୁ ଦେଖି ପଛକୁ ଚାହିଁ କିଛି ଭୁଲ କରିଥିଲେ କ୍ଷମା ମାଗିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । କିରଣ ଏହା ମଧ୍ୟ କହିଛନ୍ତି ଯେ ଯଦି ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କର ଆମୀରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଥାଏ, ତେବେ ସେ ସିଧାସଳଖ ତାଙ୍କ ସହ 'ୱାନ ଟୁ ୱାନ' କରିବା ଉଚିତ । ସେ ସ୍ପଷ୍ଟ କରିଛନ୍ତି ଯେ, ଆମୀର ଖାନଙ୍କ କାମ ପାଇଁ ମୁଁ ଉତ୍ତରଦାୟୀ ନୁହଁ । ଏଣୁ ଭଙ୍ଗା ଆମୀରଙ୍କୁ ସିଧାସଳଖ ଭାବେ ପ୍ରଶ୍ନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: କୁଇନଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡି! ଏମିତି ଜବାବ ଦେଲେ ଅଭିନେତ୍ରୀ

ସେପଟେ ପୁଣି ଆନିମଲ ଟିମ ମଧ୍ୟ କିରଣ ରାଓଙ୍କୁ ଜବାବ ଦେଇ କହିଛି ଯେ, ଆମେ କିମ୍ବା ଆମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଆପଣଙ୍କୁ ନେଇ କୌଣସି ଅନୁମାନ କରି କିଛି କହୁନାହୁଁ, ବରଂ ଏହା ଏକ ବଡ ମିଡିଆ ଚ୍ୟାନେଲ ଦ୍ବାରା ପ୍ରକାଶିତ ଏକ ସତ୍ୟ ତଥ୍ୟକୁ ନେଇ କହିଛୁ ।

Last Updated : Feb 6, 2024, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.