ETV Bharat / entertainment

ବିକିଙ୍କୁ ବାରାତି ଡ୍ୟାନ୍ସର ଭାବୁଥିଲେ କ୍ୟାଟ୍, 'ତୋବା ତୋବା' ଗୀତ ଦେଖି କହିଲେ ଏମିତି - Katrina Kaif reacts to Vickys Dance

Katrina Kaif reacts to Vicky Kaushal Dance: 'ବ୍ୟାଡ ନ୍ୟୁଜ' ସହ ଖୁବଶୀଘ୍ର ବିକି କୌଶଲ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ଏକ ଗୀତ 'ତୋବା ତୋବା' ରିଲିଜ ହୋଇଥିଲା । ଯେଉଁଥିରେ ବିକି ଦମଦାର ପ୍ରଦର୍ଶନ କରିଥିବା ବେଳେ ତାଙ୍କ ପରଫର୍ମ ଦେଖି ସମସ୍ତେ ଫିଦା ହୋଇଛନ୍ତି । ଏପରି ସମୟରେ ବର୍ତ୍ତମାନ ବିକିଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜାଣନ୍ତୁ ସେ କ'ଣ କହିଛନ୍ତି

author img

By ETV Bharat Odisha Team

Published : Jul 10, 2024, 4:10 PM IST

ବିକିଙ୍କୁ ବାରାତି ଡ୍ୟାନ୍ସର ଭାବୁଥିଲେ କ୍ୟାଟ୍, 'ତୋବା ତୋବା' ଗୀତ ଦେଖି କହିଲେ ଏମିତି
ବିକିଙ୍କୁ ବାରାତି ଡ୍ୟାନ୍ସର ଭାବୁଥିଲେ କ୍ୟାଟ୍, 'ତୋବା ତୋବା' ଗୀତ ଦେଖି କହିଲେ ଏମିତି (ANI)

ହାଇଦ୍ରାବାଦ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆସନ୍ତା ୧୯ରେ ପରଦାକୁ ଆସିବାକୁ ଯାଉଛି ବିକି କୌଶଲଙ୍କ ଫିଲ୍ମ 'ବ୍ୟାଡ ନ୍ୟୁଜ' । ଫିଲ୍ମ ରିଲିଜକୁ ଆଉ ୧୦ ଦିନ ବାକି ଥିବା ବେଲେ ବର୍ତ୍ତମାନ ଫିଲ୍ମର ଗୀତ 'ତୋବା ତୋବା' ଖୁବ ଭାଇରାଲ ହେଉଛି । ନିକଟରେ ଏହି ଗୀତଟି ରିଲିଜ ହୋଇଥିଲା । ଯେଉଁଥିରେ ବିକି କୌଶଲ ଦମଦାର ପରଫର୍ମ କରୁଥିବା ନଜର ଆସିଛନ୍ତି । ଗୀତରେ ତାଙ୍କର ଡ୍ୟାନ୍ସ ମୁଭ୍ସକୁ ସମସ୍ତେ ପସନ୍ଦ କରିଥିବା ବେଳେ ସଲମାନ ଖାନ ଠାରୁ ଆରମ୍ଭ କରି ହ୍ରିତିକ ରୋଶନ ସମସ୍ତେ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବିକିଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କ୍ୟାଟ୍ରିନାଙ୍କ ପ୍ରତିକ୍ରିୟା

ଏକ ସାକ୍ଷାତକାରରେ ବିକି କୌଶଲ କ୍ୟାଟ୍ରିନା କୈଫଙ୍କ ପ୍ରତିକ୍ରିୟା ବିଷୟରେ ପ୍ରକାଶ କରିଛନ୍ତି । ବିକି କହିଛନ୍ତି ଯେ ବର୍ତ୍ତମାନ ଏହି ଗୀତକୁ ପସନ୍ଦ କରିଥିଲେ । ଏହା ସହ କ୍ୟାଟ୍ ମଧ୍ୟ ତାଙ୍କ ପ୍ରଦର୍ଶନ ସଂପର୍କରେ ବିକିଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ ବିକିଙ୍କୁ କହିଥିଲେ ଯେ ଡ୍ୟାନ୍ସ କ୍ରମ ପ୍ରଦର୍ଶନ କରିବାବେଳେ ସେ ତାଙ୍କ ଶରୀରର ଗତିବିଧିକୁ ନିୟନ୍ତ୍ରଣ କରିବା ଅଭ୍ୟାସ କରିବା ଉଚିତ୍ ।

ବିକି ଆହୁରି କହିଛନ୍ତି ଯେ କ୍ୟାଟ୍ରିନା ମୋତେ କହିଥଲେ ଯେ ମୁଁ ଜାଣେ ତୁମେ ନୃତ୍ୟକୁ ଭଲ ପାଅ, କିନ୍ତୁ ତୁମେ ଜଣେ ବାରାତି ଡ୍ୟାନ୍ସର, ତାଲିମପ୍ରାପ୍ତ ଡ୍ୟାନ୍ସର ନୁହଁ । ଏଥର ସେ ଖୁସି କାରଣ ସେ ମୋର ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି । ଯେତେବେଳେ କ୍ୟାଟ୍ରିନା 'ତୋବା ତୋବା' ଗୀତ ଦେଖିଥିଲେ, ସେତେବେଳେ ସେ ମୋର ଡ୍ୟାନ୍ସକୁ ପ୍ରଶଂସା କରି 'ପରଫେକ୍ଟ' ବୋଲି କହିଛନ୍ତି । ବିକି କହିଛନ୍ତି ଯେ କ୍ୟାଟ୍ରିନା ବ୍ୟାଡ ନ୍ୟୁଜରେ ମୋ ଚରିତ୍ର ବହୁତ ଭଲ ଥିବା କହିଛନ୍ତି । ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ବିକିଙ୍କ ଏହି କାମ ପାଇଁ ରାଗି ଯାଇଥିଲେ କ୍ୟାଟ୍ରିନା, ବିବାହ ବାତିଲ କରିବାକୁ ଦେଇଥିଲେ ଧମକ

'ବ୍ୟାଡ ନ୍ୟୁଜ' ଷ୍ଟାରକାଷ୍ଟ

ବିକି କୌଶଲଙ୍କ ଏହି ଫିଲ୍ମ ଜୁଲାଇ ୧୯ ରେ ରିଲିଜ ହେବ । ଏହି ଫିଲ୍ମରେ ସେ ଆନିମଲ ଅଭିନେତ୍ରୀ ତଥା ନ୍ୟାସନାଲ କ୍ରସ ତ୍ରିପ୍ତି ଡିମ୍ରି ସହ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ତାରକା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଏଥିସହ ଏହି ଫିଲ୍ମରେ ଅଭିନେତା ଆମି ଭିର୍କ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ନେହା ଧୁପିଆ, କ୍ୟାଟ୍ରିନା ଏବଂ ଟାଇଗର ଶ୍ରଫ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.