ETV Bharat / entertainment

ମଲାଇକାଙ୍କ ବାପାଙ୍କ ଦେହାନ୍ତ; ଦୁଃଖରେ ସାଥ୍ ଦେଲେ କରୀନା, ବେଷ୍ଟି ପାଇଁ ବାତିଲ କଲେ ସବୁ କାମ - KAREENA KAPOOR

Kareena Kapoor Cancels Her All Events: ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ମେହେତାଙ୍କ ଦେହାନ୍ତ ନେଇ ପରିବାର ଏବଂ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ସମୟରେ ମଲାଇକା ଆରୋରାଙ୍କ ସର୍ବୋତ୍ତମ ବନ୍ଧୁ କରୀନା କପୁର ତାଙ୍କ ସାଥ୍ ଦେଇଥିବା ବେଳେ କାମକୁ ନେଇ ବଡ ପଦକ୍ଷେପ ନେଇଛନ୍ତି ।

ମଲାଇକାଙ୍କ ବାପାଙ୍କ ଦେହାନ୍ତ; ଦୁଃଖରେ ସାଥ୍ ଦେଲେ କରୀନା, ବେଷ୍ଟି ପାଇଁ ବାତିଲ କଲେ ସବୁ କାମ
ମଲାଇକାଙ୍କ ବାପାଙ୍କ ଦେହାନ୍ତ; ଦୁଃଖରେ ସାଥ୍ ଦେଲେ କରୀନା, ବେଷ୍ଟି ପାଇଁ ବାତିଲ କଲେ ସବୁ କାମ (ETV Bharat Odisha)
author img

By ETV Bharat Entertainment Team

Published : Sep 12, 2024, 3:03 PM IST

ହାଇଦ୍ରାବାଦ: ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଏକ ଦୁଃଖର ବାଦଲ ଛାଇଯାଇଛି । ଗତକାଲି ଅଭିନେତ୍ରାଙ୍କ ପିତା ଅନିଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି ।ଏହି ଘଟଣା ହିନ୍ଦୀ ସିନେ ଇଣ୍ଡଷ୍ଟ୍ରି ଏବଂ ପରିବାରକୁ ଚକିତ କରିଦେଇଛି । ଇଣ୍ଡଷ୍ଟ୍ରିର ସମସ୍ତ ଚଳଚ୍ଚିତ୍ର ତାରକା ମଲାଇକାଙ୍କ ପିତାଙ୍କ ଘରେ ପହଞ୍ଚିଛନ୍ତି । ଅନେକ ସେଲିବ୍ରିଟି ଏହି ଦୁଃଖ ସମୟରେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । ଏପରି ସମୟରେ ମଲାଇକା ଆରୋରାଙ୍କ ସର୍ବୋତ୍ତମ ବନ୍ଧୁ କରୀନା କପୁର ମଧ୍ୟ ତାଙ୍କ ସହ ଛିଡା ହୋଇଛନ୍ତି । ବେଷ୍ଟିଙ୍କ ଏହି ଦୁଃଖଦ ସମୟରେ ସାଥ୍ ଦେବା ସହ କରୀନା ନିଜ କାମକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

ସବୁ ଇଭେଣ୍ଟକୁ ବାତିଲ କଲେ କରୀନା

କରୀନା କପୁର ତାଙ୍କର ସମସ୍ତ କାର୍ଯ୍ୟକୁ ସ୍ଥଗିତ କରିଛନ୍ତି । ତାଙ୍କର ଘନିଷ୍ଠ ବନ୍ଧୁ ମଲାଇକା ଏବଂ ଅମୃତା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ମୃତ୍ୟୁ ପରେ ସେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ଖବର ଅନୁଯାୟୀ ଅଭିନେତ୍ରୀ ଗୁରୁବାର ମୁମ୍ବାଇରେ ଏକ ଇଭେଣ୍ଟ ଲଞ୍ଚରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବର୍ତ୍ତମାନ ସେ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ବକିଙ୍ଗହମ୍ ମର୍ଡର କିଛି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ କିନ୍ତୁ କରୀନା ବର୍ତ୍ତମାନ ଏହାକୁ ବାତିଲ କରିଛନ୍ତି ।

ଆଜି ଅନୀଲ ମେହେତାଙ୍କ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ସେଲିବ୍ରିଟି

କରୀନା କପୁର, କରିସ୍ମା କପୁର, ମଲାଇକା ଆରୋରା ଏବଂ ଅମୃତା ଆରୋରା ମଧ୍ୟରେ ସମ୍ପର୍କ ବହୁତ ନିବିଡ । ମଲାଇକାଙ୍କ ବାପାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ କରୀନା ତାଙ୍କ ଭଉଣୀ କରିସ୍ମାଙ୍କ ସହ ତାଙ୍କ ସାଙ୍ଗମାନଙ୍କୁ ଭେଟିବାକୁ ପହଞ୍ଚିିଥିଲେ । ଏମାନଙ୍କ ବ୍ୟତୀତ ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ, ତାଙ୍କ ପୁଅ ଅରହାନ ଖାନ ଏବଂ ନିର୍ବାଣ ଖାନ, ସଲମା ଖାନ, ସଲିମ ଖାନ, ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର, ଅଲଭିରା ଅଗ୍ନିହୋତ୍ରୀ ସମେତ ଅନେକ ଲୋକ ସମବେଦନା ଜଣାଇବାକୁ ମଲାଇକାଙ୍କ ଘରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା

ଅନୀଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ସକାଳ 9 ଟା ସମୟରେ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ଘରେ ଜୀବନ ହାରିଥିଲେ ଅନୀଲ ମେହେତା । ତେବେ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ । ମୁମ୍ବାଇ ପୋଲିସ କହିଛି ଯେ, ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ହେଲେ ଘଟଣାସ୍ଥଳରେ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ତାଙ୍କ ମୃତଦେହକୁ ପୋଷ୍ଟମାର୍ଟମକୁ ପଟାଯାଇଛି । ଫରେନସିକ ଟିମ ଏବଂ ମୁମ୍ୱାଇ ପୋଲିସ ମିଳିତ ଭାବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.