ETV Bharat / entertainment

ଜୀବନ ହାରିଲେ ଅଭିନେତ୍ରୀ ନୁର ମାଲବିକା ଦାସ, ଘରୁ ମିଳିଲା ମୃତଦେହ - Actress Noor Malabika Das Dies By Suicide

author img

By ETV Bharat Odisha Team

Published : Jun 10, 2024, 2:21 PM IST

Updated : Jun 10, 2024, 2:27 PM IST

Noor Malabika Das Death: ୱେବ୍ ସିରିଜ୍ 'ଦ ଟ୍ରାଏଲ'ରେ କାଜୋଲଙ୍କ ସହ କାମ କରିଥିବା ଅଭିନେତ୍ରୀ ନୁର ମାଲବିକା ଦାସଙ୍କ ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ଘରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଜୀବନ ହାରିଲେ ଅଭିନେତ୍ରୀ ନୁର ମାଲବିକା ଦାସ, ଘରୁ ମିଳିଲା ମୃତଦେହ
ଜୀବନ ହାରିଲେ ଅଭିନେତ୍ରୀ ନୁର ମାଲବିକା ଦାସ, ଘରୁ ମିଳିଲା ମୃତଦେହ (Photo: Instagram/Noor Malabika)

ହାଇଦ୍ରାବାଦ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଝଟକା । ୱେବ ସିରିଜ 'ଦ ଟ୍ରାଏଲ୍'ରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ସହ କାମ କରିଥିବା ସହ-ଅଭିନେତ୍ରୀ ନୁର ମାଲବିକା ଦାସଙ୍କ ଦେହାନ୍ତ ହୋଇଛି । ମୁମ୍ବାଇ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ଜୀବନ ହାରିଥିବା ଜଣାପଡିଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଜୁନ ୬ରେ ଜୀବନ ହାରିଥିଲେ ନୁର ମାଲବିକା ଦାସ

ରିପୋର୍ଟ ଅନୁସାରେ, ଜୁନ ୬ ତାରିଖରେ ପୋଲିସ ମୁମ୍ୱାଇ ସ୍ଥିତ ଲୋକାଣ୍ଡୱାଲା ଘରୁ ନୁର ମାଲବିକା ଦାସଙ୍କ ମୃତଦେହ ଉଦ୍ଧାର କରିଥିଲା । ପଡୋଶୀମାନେ ଘରୁ ଦୁର୍ଗନ୍ଧ ଆସୁଥିବା ଦେଖି ଓଶିୱାରା ପୋଲିସକୁ ଖବର ଦେଇଥିଲେ । ଯାହା ପରେ ପୋଲିସ ଅଭିନେତ୍ରୀଙ୍କ ଘେର ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ସେ ନିଜ ଘରେ ଜୀବନ ହାରିଥିବା ଜଣାପଡିଛି । ତେବେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଆସିଲେନି ପରିବାର; ଏନଜିଓ ସହାୟତାରେ ଅଭିନେତ୍ରୀଙ୍କ କରାଗଲା ଅନ୍ତିମ ସଂସ୍କାର

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଧିକାରୀମାନେ ଫ୍ଲାଟର କବାଟ ଭାଙ୍ଗି ଘରକୁ ପସିଥିଲେ ଏବଂ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ଗୋରେଗାଓଁର ସିଦ୍ଧାର୍ଥ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ଏଥିସହ ପୋଲିସ ଅଭିନେତ୍ରୀଙ୍କ ଘର ଲୋକଙ୍କୁ ସମ୍ପର୍କ କରିଥିଲେ ହେଲେ କେହି ମଧ୍ୟ ଆସିନଥିଲେ । ଯାହା ପରେ ଏକ ଏନଜିଓ ସହାୟତାରେ ରବିବାର ଦିନ ପୋଲିସ ତାଙ୍କର ଅନ୍ତିମ ସଂସ୍କାର କରିଥିଲା। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।

ନୁର ମାଲବିକା ଦାସ କିଏ?

ନୁର ମାଲବିକା ଦାସଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସେ ଆସାମର ବାସିନ୍ଦା ଥିଲେ। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ କାମ କରିଛନ୍ତି । ଏଥିମଧ୍ୟରେ ସିସାକିଆଁ, ୱାକମ୍ୟାନ୍, ତିଖି ଚଟନି, ଚରମସୁଖ, ଦେଖି ଅନଦେଖି ଏବଂ ବ୍ୟାକଡ୍ରଡ୍ ହଷ୍ଟଲ୍ ଇତ୍ୟାଦି ଫିଲ୍ମରେ କାମ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍ସ ସମେତ ସେଲିବ୍ରିଟି ଦୁଃଖପ୍ରକାଶ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଡ଼କ ଦୁର୍ଘଟଣା ହେଲା କାଳ, ଆଖି ବୁଜିଲେ ଅଭିନେତ୍ରୀ ପବିତ୍ରା ଜୟରାମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 10, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.