ହାଇଦ୍ରାବାଦ: କାନାଡିୟନ ଗାୟକ ଜଷ୍ଟିନ ବିବର ଏବଂ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ଆମେରିକୀୟନ ଗାୟିକା ସେଲିନା ଗୋମେଜ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଗୋଟିଏ ପଟେ ଜଷ୍ଟିନ ବିବର ନିଜ ବାପା ହେବା ଖୁସି ଖବର ଦେଇଥିବା ବେଳେ ଅନ୍ୟପଟେ ଏକ୍ସ ଗାର୍ଲଫ୍ରେଣ୍ଡ ସେଲିନା ଗୋମେଜ ନିଜ ନିର୍ବନ୍ଧ ନେଇ ଘୋଷଣା କରିଛନ୍ତି । ତେବେ ଗୋଟିଏ ଦିନରେ ଉଭୟ ଏହି ଖବର ଦେଇଥିବା ବେଳେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବାପା ହେବେ ଜଷ୍ଟିନ, ସେଲିନାଙ୍କ ହେଲା ନିର୍ବନ୍ଧ
ଜଷ୍ଟିନ ବିବର ନିଜ ଇନଷ୍ଟାଗ୍ରାମରେ ପତ୍ନୀ ହେଲି ବିବରଙ୍କ ସହ ପ୍ରି-ପ୍ରେଗନ୍ସି ଫଟୋ ସୁଟର କିଛି ଭିଡିଓ ଏବଂ ଫଟୋ ସେୟାର କରି ପିତାମାତା ହେବା ଖୁସି ଖବର ସେୟାର କରିଛନ୍ତି । ଏହି ଭିଡିଓରେ ହେଲିଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଛି । ଏଥିସହ ଅନେକ ଫଟୋରେ ଜଷ୍ଟିନ ହେଲିଙ୍କ ସହ ରୋମାଣ୍ଟିକ ପୋଜରେ ମଧ୍ୟ ନଜର ଆସିଛନ୍ତି । ବିବାହର ୬ ବର୍ଷ ପରେ ପିତାମାତା ହେବେ ଜଷ୍ଟିନ ଏବଂ ହେଲି ବିବିର । ସେପଟେ ଗାୟକଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ସେଲିନା ଗୋମେଜ ନିଜ ନିର୍ବନ୍ଧ ଖବର ଦେଇଛନ୍ତି ।
ବେନି ବ୍ଲେନୋଙ୍କ ସହ ସେଲିନା ଗୋମେଜଙ୍କ ନିର୍ବନ୍ଧ
ସେଲିନା ଗୋମେଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରି ନିର୍ବନ୍ଧ ଖୁସି ଖବର ଦେଇଛନ୍ତି । ସେଲିନା ବର୍ତ୍ତମାନ ଆମେରିକୀୟ ସଙ୍ଗୀତ ଲେଖକ ବେନି ବ୍ଲେନୋଙ୍କୁ ଡେଟ କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ନିର୍ବନ୍ଧ କରିଛନ୍ତି । ସେଲିନା ସେୟାର କରିଥିବା ଚିତ୍ରରେ ସେ ତାଙ୍କ ହାତ ଧରିଥିବା ନଜର ଆସିଛନ୍ତି ଏବଂ ସେଲିନାଙ୍କ ନିର୍ବନ୍ଧ ରିଙ୍ଗ ଦେଖିବାକୁ ମିଳିଛି । ଖୁବଶୀଘ୍ର ଉଭୟ ବିବାହ କରିବେ ବୋଲି ଜଣାପଡିଛି ।
ଜଷ୍ଟିନ ବିବର ସେଲିନା ଗୋମେଜଙ୍କୁ କରୁଥିଲେ ଡେଟ୍
ଜଷ୍ଟିନ ବିବର ଏବଂ ସେଲିନା ଗୋମେଜ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ । ସେମାନେ ଏକାଠି ଅନେକ ଗୀତ ଗାଇଥିଲେ ଏବଂ ଲୋକେ ଏହି ଯୋଡିକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ସେମାନଙ୍କ ସମ୍ପର୍କକୁ ତିନି ଥର ସୁଯୋଗ ଦେବା ପରେ ଦୁହେଁ ଶେଷରେ ୨୦୧୮ରେ ବ୍ରେକଅପ କରିଥିଲେ । ଏହାପରେ ଜଷ୍ଟିନ ବିବର ହେଲି ବିବରଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେଲିନା ଗୋମେଜ ବେନି ବ୍ଲେନୋଙ୍କ ସହ ନିର୍ବନ୍ଧ କରିଛନ୍ତି ।
ବିବାହର ୬ ବର୍ଷ ପରେ ବାପା ହେବେ
ଜଷ୍ଟିନ ବିବର ବିବାହର ୬ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି । ଜଷ୍ଟିନ ସେଲିନା ଗୋମେଜଙ୍କୁ ଠାରୁ ଅଲଗା ହେବା ପରେ ଆମେରିକୀୟ ମଡେଲ ତଥା ସମାଜସେବୀ ହେଲିଙ୍କୁ ୨୦୧୮ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛନ୍ତି । ଏହା ଉଭୟଙ୍କ ପ୍ରଥମ ସନ୍ତାନ ହେବ ।
ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
ଉଭୟ ଗୋଟିଏ ଦିନରେ ଖୁସି ଖବର ଦେଇଥିବା ବେଳେ ସେଲିନା ଏବଂ ଜଷ୍ଟିନ ନିଜ ଜୀବନରେ ଆଗକୁ ବଢିଥିବା ଦେଖି ଖୁସି ହୋଇଛନ୍ତି ଫ୍ୟାନ୍ସ । ତେବେ ଏହି ଖବର ଶୁଣିବା ପରେ ଉଭୟ ସେଲିବ୍ରିଟିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ଅବ୍ଦୁ ରୋଜିକ, ଭାରତ ନୁହଁ ଏହି ଦେଶର ଝିଅ ସହ ପଡ଼ିବ ହାତଗଣ୍ଠି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ