ETV Bharat / entertainment

ମୁମ୍ୱାଇରେ ଜୁନିଅର ଏନଟିଆର, ଆଜିଠୁ 'ୱାର ୨' ପାଇଁ କରିବେ ସୁଟିଂ - War 2 Shooting

author img

By ETV Bharat Odisha Team

Published : Apr 12, 2024, 11:49 AM IST

War 2: ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ୱାର ୨' ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ହ୍ରିତିକ ରୋଶନ ପୂର୍ବରୁ ଫିଲ୍ମର ସୁଟିଂ ଆରମ୍ଭ କିରଥିବା ବେଳେ ବର୍ତ୍ତମାନ ଜୁନିଅର ଏନଟିଆର ଫିଲ୍ମ ସୁଟିଂ ପାଇଁ ମୁମ୍ୱାଇ ପହଞ୍ଚିଛନ୍ତି ।

ମୁମ୍ୱାଇରେ ଜୁନିଅର ଏନଟିଆର, ଆଜିଠୁ 'ୱାର ୨' ପାଇଁ କରିବେ ସୁଟିଂ

ହାଇଦ୍ରାବାଦ: ୟଶ ରାଜ ସ୍ପାଏ ୟୁନିଭର୍ସର ପରବର୍ତ୍ତୀ ଚଳଚ୍ଚିତ୍ର 'ୱାର ୨' ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡ ଏବଂ ସାଉଥ ତାରକା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଜଲୱା ଦେଖିବାକୁ ମିଳିବ । ଏଣୁ ଏହି ଫିଲ୍ମ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମର ଅପଡେଟ ଉପରେ ନଜର ରଖିଛନ୍ତି । ଏହାରି ମଧ୍ୟରେ 'ୱାର ୨' ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । 'ୱାର ୨' ସୁଟିଂ ପାଇଁ ଜୁନିଅର ଏନଟିଆର ବର୍ତ୍ତମାନ ମୁମ୍ୱାଇ ପହଞ୍ଚିଛନ୍ତି ।

୧୦ଦିନ 'ୱାର ୨' ସୁଟିଂ କରିବେ ଏନଟିଆର

ସୂଚନା ଅନୁସାରେ, ଜୁନିଅର ଏନଟିଆର ଆଜି ଅର୍ଥାତ୍ ଶୁକ୍ରବାର ଠାରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ । ଏହି କାର୍ଯ୍ୟସୂଚୀରେ, ସେ ହ୍ରିତିକ୍ ରୋଶନଙ୍କ ସହ କିଛି ରୋମାଞ୍ଚକର ଆକ୍ସନ୍ ଦୃଶ୍ୟ ସୁଟିଂ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆର ସୁଟିଂ ପାଇଁ ପ୍ରାୟ ୧୦ଦିନ ମୁମ୍ବାଇରେ ରହିବେ ବୋଲି ଜଣାପଡିଛି । କହିରଖୁଛୁ କି, ଏହା ଜୁନିଅର ଏନଟିଆରଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଅଟେ । ଏହି ଫିଲ୍ମ ସହ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

'ୱାର ୨' କେବେ ରିଲିଜ ହେବ?

'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିରଭର୍ସର ୬ଷ୍ଠ ଫିଲ୍ମ । 'ୱାର ୨', ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏବଂ YRF ଦ୍ୱାରା ନିର୍ମିତ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ ଫିଲ୍ମ । ତେବେ ଏଥିରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ଏକାଠି କାମ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ଉଭୟ ତାରକାଙ୍କ ଫ୍ୟାନ୍ସଙ୍କ ପାଇଁ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି । ଏଥିସହିତ କିଆରା ଆଡଭାନୀ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ଏଣ୍ଟ୍ରି ନେଇ ନିର୍ମାତା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: ଘୁଞ୍ଚିଲା 'ଦେବରା' ରିଲିଜ ଡେଟ୍, ଏପ୍ରିଲ ନୁହେଁ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମ

ସୂଚନା ଥାଉ କି, 'ୱାର ୨' 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହା ୧୫୦କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିଲା । ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର 'ୱାର' ସାରା ବିଶ୍ୱରେ ୪୭୫ କୋଟି ଟଙ୍କା ଆୟ କରିଥିଲା । ଫିଲ୍ମ 'ୱାର'କୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି । ଯିଏକି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ 'ବ୍ରହ୍ମାସ୍ତ୍ର' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.