ETV Bharat / entertainment

ଜନ ସିନା ଗାଇଲେ ‘ଭୋଲିସି ସୁରତ’, ଭିଡିଓ ଭାଇରାଲ ପରେ କିଙ୍ଗଖାନଙ୍କ ଫ୍ୟାନ୍ସ କଲେ ତାରିଫ

author img

By ETV Bharat Odisha Team

Published : Feb 18, 2024, 7:47 PM IST

John Cena Viral Video: ନିକଟରେ ଜନ ସିନା ଶାହାରୁଖ ଖାନଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହେ’ର ଲୋକପ୍ରିୟ ଗୀତ ‘ଭୋଲିସି ସୁରତ’ ଗାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଭାଇରାଲ ହେଲା ଜନ ସିନାଙ୍କ ଭିଡ଼ିଓ
ଭାଇରାଲ ହେଲା ଜନ ସିନାଙ୍କ ଭିଡ଼ିଓ

ମୁମ୍ବାଇ: ଶାହାରୁଖ ଖାନଙ୍କର ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । କିଙ୍ଗଖାନ ତାଙ୍କ ରୋମାଣ୍ଟିକ ଫିଲ୍ମ ପାଇଁ ସାରା ବିଶ୍ୱରେ ପରିଚିତ । ଏପରିକି ଫିଲ୍ମି ତାରକାମାନେ ମଧ୍ୟ ଏହି ଫ୍ୟାନ ତାଲିକାରୁ ବାଦ ପଡ଼ିନାହାନ୍ତି । ସେମିତି ତାଙ୍କର ଜଣେ ଫ୍ୟାନ ହେଉଛନ୍ତି ପ୍ରସିଦ୍ଧ ରେସଲର ତଥା ହଲିଉଡ ଅଭିନେତା ଜନ ସିନା । ନିକଟରେ ଜନ ସିନା ଶାହାରୁଖ ଖାନଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହେ’ର ଲୋକପ୍ରିୟ ଗୀତ ‘ଭୋଲିସି ସୁରତ’ ଗାଉଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡ଼ିଆ ଏକ୍ସରେ ଶାହରୁଖ ଖାନଙ୍କ ୟୁନିଭର୍ସ ଫ୍ୟାନ୍ କ୍ଲବ ଏହି ଭିଡିଓକୁ ସେୟାର କରିଛନ୍ତି । ଯେଉଁଥିରେ କିଙ୍ଗଖାନଙ୍କ ହିଟ୍‌ ଗୀତ ଗାଇ ଜନ ଶାହରୁଖଙ୍କ ଫ୍ୟାନ୍ସଙ୍କୁ ଖୁସି କରିଥିବା ଦେଖାଯାଇଛି । ଜନ ଗୀତ ଗାଇବା ପୂର୍ବରୁ କହିଛନ୍ତି, ‘‘ଯେତେବେଳେ ଆପଣ ଗ୍ରୋଥର ରାସ୍ତା ବାଛନ୍ତି ତେବେ ଆପଣ ଜାଣିପାରି ନଥାନ୍ତି ଯେ କେଉଁଠାରୁ ଆପଣ ଶିଖି ପାରିବେ । ଏଠି ଆମେ ଏକ ଜିମରେ ଅଛୁ, ଯାହା ମୋ ଗ୍ରୋଥକୁ ଦର୍ଶାଉଛି । ଆଗକୁ ବଢ଼ିବା ପାଇଁ ଅନେକ ରାସ୍ତା ଅଛି ତେଣୁ ମୁଁ ଗୀର ଶିଖିବାକୁ ଚେଷ୍ଟା କରିବି ।’’

ଏହା ମଧ୍ୟ ପଢ଼ନ୍ତୁ.... 'ଟକ୍ସିକ'ରେ ୟଶଙ୍କ ସହ ନଜର ଆସିବେ କିଙ୍ଗ ଖାନ !

ଏହି ପୋଷ୍ଟର କମେଣ୍ଟରେ ଜଣେ ଫ୍ୟାନ ଲେଖିଛନ୍ତି ‘‘ବହୁତ ସୁନ୍ଦର । ଆଇ ଲଭ ୟୁ ଜନ ସିନା ସାର ।’’ ଆଉ ଜଣେ ଲେଖିଛନ୍ତି, ‘‘ଶାହରୁଖ ଖାନ ସାର ହେଉଛନ୍ତି ଏହି ବିଶ୍ବର ସବୁଠାରୁ ବଡ ତଥା ଲୋକ ପ୍ରିୟ ଫିଲ୍ମ ଷ୍ଟାର । ଏତେ ବର୍ଷ ପରେ ମଧ୍ୟ ଉଦିତ ନାରାୟଣ ଏବଂ ଲତା ମଙ୍ଗେଶକରଙ୍କ ଏହି ଭୋଲିସି ସୁରତ ଗୀତ ଦର୍ଶକଙ୍କ ମନରେ ଅଭୁଲା ଛାପ ଛାଡ଼ିଛି ।’ ତେବେ ଏହି ଭୋଲିସି ସୁରତ ଗୀତ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛି । ଜନ ସିନାଙ୍କୁ ଗୀତର ଲିରିକ୍ସ ଏବଂ ଟ୍ୟୁନ୍ ଶିଖାଉଥିବା ରେସଲର ଗୁରୁଭ ସିହରା କ୍ୟାପସନରେ ‘ଲିଫ୍ଟିଙ୍ଗ ୱେଟ ଅର ଶାହାରୁଖ ଖାନକେ ଗାନେ ଗାନା’ ଲେଖି ପୋଷ୍ଟ କରିଛନ୍ତି । ତେବେ କିଛି ଦିନ ତଳେ ଓଟିଟିରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ରିଲିଜ ହୋଇଥିଲା। ଫିଲ୍ମ 'ଡଙ୍କି' ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୨୯.୨ କୋଟି ଟଙ୍କା କଲେକ୍ସନ ସହ ଓପନିଂ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.