ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ରାଜନେତା ଜୟା ବଚ୍ଚନ ପୁଣିଥରେ ରାଜ୍ୟସଭାରେ ତାଙ୍କ ସ୍ୱାମୀଙ୍କ ନାଁ ସମ୍ୱୋଧନକୁ ବିରୋଧ କରିଛନ୍ତି । ଗତ ସୋମବାର ଅଗଷ୍ଟ 5, ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ସଂସଦରେ ତାଙ୍କର ସମ୍ପୂର୍ଣ୍ଣ ନାମ (ଜୟା ଅମିତାଭ ବଚ୍ଚନ) ଜୟା ବଚ୍ଚନଙ୍କୁ ସମ୍ୱାଧିତ କରିଥିଲେ । ଏହି ସମୟରେ ପୁଣି ଭଡକି ଉଠିଛନ୍ତି ଜୟା । ସେ ଏହାକୁ ବିରୋଧ କରିଛନ୍ତି । ହେଲେ ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ନିଜ ଉଦାହରଣ ନେଇ ତାଙ୍କୁ ପରାମର୍ଶ ଦେଇଛନ୍ତି ।
Why she is so irritating?
— Surajit Ram (@SurajitRam10) August 5, 2024
She just called the vice president of India Shri Jagdeep Dhankhar ji doing a drama.
She used Drama word at the parliament on vice president of India.
Is this allowed?#RajyaSabha #NewParliamentBuilding #JayaBachchan pic.twitter.com/tMmcPBOItW
ପୁଣି ସ୍ୱାମୀଙ୍କ ନାଁ ସମ୍ୱୋଧନ ନେଇ ତାତିଲେ ଜୟା
ସଂସଦରୁ ସାମ୍ନାକୁ ଆସିଥିବା ଭିଡିଓରେ ରାଜ୍ୟସଭା ଅଧ୍ୟକ୍ଷ ଯେତେବେଳେ ଜୟାଙ୍କୁ ସମ୍ୱାଧନ କରିଥିଲେ ସେ ଶ୍ରୀମତୀ ଜୟା ଅମିତାଭ ବଚ୍ଚନଜୀ ବୋଲି କହିଥିଲେ । ଏହା ଶୁଣିବା ପରେ ତାତିଥିଲେ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷଙ୍କୁ ପଚାରିଲେ, 'ସାର୍, ଆପଣ ଅମିତାଭଙ୍କ ଅର୍ଥ ଜାଣିଛନ୍ତି କି ?' ଏହା ଉପରେ ଅଧ୍ୟକ୍ଷ କହିଛନ୍ତି, 'ମ୍ୟାଡମ୍, ତୁମେ ଏହାକୁ ପରିବର୍ତ୍ତନ କର, ମୁଁ ଏହାକୁ ବଦଳାଇବି ।' ଏହା ଉପରେ ଜୟା ବଚ୍ଚନ ଅଧ୍ୟକ୍ଷଙ୍କୁ କହିଛନ୍ତି, ''ନା, ସେପରି ନୁହେଁ । ଅମିତାଭ ବଚ୍ଚନଙ୍କୁ ବିବାହ କରି ଏବଂ ତାଙ୍କ ଉପଲବ୍ଧି ନେଇ ମୁଁ ଗର୍ବିତ ଅନୁଭବ କରୁଛି । ଅମିତାଭ ଅର୍ଥ ଆଭା, ଯାହାକୁ ଲିଭାଯାଇପାରିବ ନାହିଁ । ଆପଣମାନେ ବର୍ତ୍ତମାନ ଏହି ନୂଆ ଡ୍ରାମା ଆରମ୍ଭ କରିଛନ୍ତି, ଏହା ପୂର୍ବରୁ ନଥିଲା ।''
'ଆପଣଙ୍କ ନାମ ପରିବର୍ତ୍ତନ କରନ୍ତୁ...'
ଏହାପରେ ଜଗଦୀପ ଧନକଡ଼ ଏହି ସମସ୍ୟାର ସମାଧାନ କରୁଥିବା ଦେଖାଯାଏ ଏବଂ ସେ କୁହନ୍ତି, 'ମୋର ଉଦ୍ଦେଶ୍ୟ ଭୁଲ ନୁହେଁ । ସମଗ୍ର ଦେଶ ଅମିତାଭ ବଚ୍ଚନଙ୍କୁ ସମ୍ମାନ କରେ । ସେ ଜୟା ବଚ୍ଚନଙ୍କୁ ମଧ୍ୟ ଏକ ପରାମର୍ଶ ଦେଇ କହିଲେ ଜୟା ବଚ୍ଚନ ଆପଣ ଆପଣଙ୍କ ନାମ ପରିବର୍ତ୍ତନ କରନ୍ତୁ । ସେ କିପରି ନାମ ପରିବର୍ତ୍ତନ କରିବେ ତାର ପ୍ରକ୍ରିୟା ମଧ୍ୟ ବୁଝାଇଥିଲେ। ସେ କହିଛନ୍ତି, ''ଯଦି କେହି ତାଙ୍କ ନାମରେ କୌଣସି ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ମଧ୍ୟ ଏକ ପ୍ରକ୍ରିୟା ଅଛି । ୧୯୮୯ରେ ମୁଁ ନିଜେ ମୋର ନାମ ପରିବର୍ତ୍ତନ କରିଥିଲି । ଏହି ପ୍ରକ୍ରିୟା ଗୃହର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଉପଲବ୍ଧ ।''
ଏହା ମଧ୍ୟ ପଢନ୍ତୁ: ସଂସଦରେ ସ୍ୱାମୀଙ୍କ ନାଁରେ ସମ୍ବୋଧନ ନେଇ ତାତିଲେ ଜୟା, କହିଲେ- ମୋର କିଛି ଅସ୍ତିତ୍ୱ ନାହିଁ କି ?
ପୂର୍ବରୁ ସଂସଦରେ ଉଠିଥିଲା ଏହି ପ୍ରସଙ୍ଗ
ସୂଚନା ଥାଉ କି, ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ । ଯାହାକୁ ନେଇ ତାତିବା ସହ ଆପତ୍ତି ଉଠାଇଥିଲେ ଜୟା । ମହିଳାଙ୍କ କିଛି ଅସ୍ତିତ୍ୱ ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ତେବେ ବର୍ତ୍ତମାନ ପୁଣି ସଂସଦରେ ଏପରି ସମ୍ୱୋଧନକୁ ନେଇ ତାତିଛନ୍ତି ଜୟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ