ହାଇଦ୍ରାବାଦ: ବଲିଉଡରୁ ସାଉଥ ସିନେମା ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର 2024 ମସିହାରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛି । ବର୍ତ୍ତମାନ 2024 ବର୍ଷ ଶେଷ ହେବାକୁ ଯାଉଛି । 2024 ବର୍ଷ ଶେଷ ପୂର୍ବରୁ 'ପୁଷ୍ପା 2' ରୁ 'ବେବି ଜନ' ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । 2024 ବର୍ଷ ଶେଷ ହୋଇନାହିଁ ହେଲେ ବର୍ତ୍ତମାନ 2025 ରୁ 2026 ପର୍ଯ୍ୟନ୍ତ ରିଲିଜ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ତାଲିକା ବାହାରିଛି । 2024 ବର୍ଷ ତୁଳନାରେ 2025-26 ବର୍ଷରେ ବକ୍ସ ଅଫିସରେ ଏକ ବଡ଼ ଧମାକା ହେବାକୁ ଯାଉଛି । ଏଥିରେ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର' ଏବଂ 'ଆରଆରଆର' ତାରକା ରାମ ଚରଣଙ୍କ ଚଳଚ୍ଚିତ୍ର 'ଗେମ ଚେଞ୍ଜର' ଅନ୍ତର୍ଭୁକ୍ତ । ଜାଣନ୍ତୁ, 2025 ରୁ 26 ଦୁଇ ବର୍ଷରେ ବକ୍ସ ଅଫିସରେ କେବେ, କେଉଁ ଏବଂ କେତେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି ?
2025 ମସିହାରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର:-
1. ଜାନୁଆରୀ 2025
- 'ଗେମ ଚେଞ୍ଜର'- ଜାନୁଆରୀ 10
ଜାନୁଆରୀ 2025ରେ ଆରଆରଆର ତାରକା ରାମ ଚରଣ, କିଆରା ଆଡଭାନୀଙ୍କ ଅଭିନୀତ ରାଜନୈତିକ ଥ୍ରୀଲର ଚଳଚ୍ଚିତ୍ର 'ଗେମ ଚେଞ୍ଜର' ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ 10ରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର ।
- 'ସ୍କାଏ ଫୋର୍ସ'
ଅକ୍ଷୟ କୁମାର, ନିମ୍ରିତ କୌର, ସାରା ଅଲି ଖାନ ଏବଂ ଭୀର ପାହାଡିଆ ଷ୍ଟାରର ଚଳଚ୍ଚିତ୍ର 'ସ୍କାଏ ଫୋର୍ସ' ହେଉଛି 1965 ର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯାହା ଜାନୁଆରୀ 2025ରେ ପ୍ରେକ୍ଷାଳୟକୁ ଆସୁଛି ।
- 'ଦେବା'- ଜାନୁଆରୀ 31
ସାହିଦ କପୁର ଏବଂ ପୂଜା ହେଗଡେ ଷ୍ଟାରର ଆକ୍ସନ୍ ଡ୍ରାମା ଫିଲ୍ମ 'ଦେବା' ଜାନୁଆରୀ 31ରେ ରିଲିଜ ହେବ । ଜି ଷ୍ଟୁଡିଓର ବ୍ୟାନରରେ ଫିଲ୍ମ 'ଦେବା' ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋଶନ୍ ଆଣ୍ଡ୍ର୍ୟୁସ୍ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ସିଦ୍ଧାର୍ଥ ରୟ କପୁର ।
'ଆଜାଦ'
ଏଥିସହ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ଏବଂ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନିଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଜାଦ' ମଧ୍ୟ ଜାନୁଆରୀ 2025ରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଅମନ ଏବଂ ରାଶା ବଲିଉଡରେ ଡେବ୍ୟୁ କରୁଥିବା ବେଳେ ପ୍ରଥମ ଥର ପାଇଁ ଏହି ଯୋଡି ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏଥିରେ ଡାଏନା ପେଣ୍ଟି, ପୀୟୁଷ ମିଶ୍ର ଏବଂ ମୋହିତ ମଲିକଙ୍କ ଭଳି ତାରକା ମଧ୍ୟ ନଜର ଆସିବେ ।
2. ଫେବୃଆରୀ 2025
- 'ଛାବା'
ବିକି କୌଶଲ ଏବଂ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଛାବା' ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଥିଲା ଏବଂ ବକ୍ସ ଅଫିସରେ 'ପୁଷ୍ପା 2 ସହ ଟକ୍କର ହେବାର ଥିଲା । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଛନ୍ତି । ତେବେ 'ଭାଲେଣ୍ଟାଇନ ଡେ' ଅବସରରେ ଫିଲ୍ମ ଫେବୃଆରୀରେ ମୁକ୍ତିଲାଭ କରିବ ।
- 'ରେଡ୍ 2'-21 ଫେବୃଆରୀ
'ରେଡ' ସିକ୍ୱେଲ 'ରେଡ 2' ସହ ପରଦାରେ ପୁଣି ଫେରୁଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ । ଏହି ଫିଲ୍ମ 21 ଫେବୃଆରୀରେ ପ୍ରେକ୍ଷାଳୟକୁ ଆସୁଛି । ଏହି ଫିଲ୍ମରେ ଅଜୟ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ରୀତେଶ ଦେଶମୁଖ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ କୁମାର ଗୁପ୍ତା ଦେଇଥିବା ବେଳେ ଭୂଷଣ କୁମାର, କୁମାର ମଙ୍ଗତ ପଠକ, ଅଭିଷେକ ପଠକ ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ ।
3. ମାର୍ଚ୍ଚ 2025
- 'ସି ଶଙ୍କରନ ନାୟାର' (ହୋଲି)
ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ ଏବଂ ଆର ମାଧବନଙ୍କ ଫିଲ୍ମ 'ସି ଶଙ୍କରନ ନାୟାର' 2025 ମସିହାରେ ହୋଲିରେ ମୁକ୍ତିଲାଭ କରିବ ।
- 'ସିକନ୍ଦର'
2025 ବର୍ଷର ପ୍ରଥମ ଇଦ୍ ଅବସରରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କ ପାଇଁ 'ସିକନ୍ଦର' ଚଳଚ୍ଚିତ୍ରର ଉପହାର ଆଣିଛନ୍ତି । ଫିଲ୍ମର ସୁଟିଂ ଚାଲିଛି । ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା ଏବଂ କାଜଲ ଅଗ୍ରୱାଲଙ୍କ ପରି ଦୁଇଜଣ ସାଉଥ ଅଭିନେତ୍ରୀ ନଜର ଆସିବେ ।
4. ଏପ୍ରିଲ୍ 2025
- ରାଜା ସାହେବ (ସାଉଥ) (ମହାବୀର ଜୟନ୍ତୀ)
ସାଉଥ ସିନେମା ତାରକା ପ୍ରଭାସଙ୍କ 2025 ବର୍ଷର ପ୍ରଥମ ଚଳଚ୍ଚିତ୍ର 'ଦ ରାଜା ସାହେବ' ମହାବୀର ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ । ମାଲଭିକା ମୋହନନ୍ ଏହି ଚଳଚ୍ଚିତ୍ର ସହ ଟଲିଉଡରେ ଡେବ୍ୟୁ କରିବେ ଏବଂ ଏହି ଫିଲ୍ମରେ ନିଧି ଅଗ୍ରୱାଲ ମଧ୍ୟ ଅଭିନୟ କରିବେ ।
- ସନ୍ନି ସଂସ୍କାରୀ କି ତୁଳସୀ କୁମାରୀ (ଗୁଡ୍ ଫ୍ରାଇଡେ)
2024ରେ ନିର୍ଦ୍ଦେଶକ କରଣ ଜୋହର ଆଗାମୀ ଫିଲ୍ମ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଦର୍ଶକ ପୁଣି ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ଯୋଡ଼ିକୁ ଏକାଠି ଦେଖିବେ । ଗୁଡ୍ ଫ୍ରାଇଡେ ଅବସରରେ ଏପ୍ରିଲ 18ରେ ମୁକ୍ତିଲାଭ କରିବାକୁ ଯାଉଛି ।
5. ମେ 2025
- 'ଦେ ଦେ ପ୍ୟାର୍ ୨' (ମେ ଦିନ, ମହାରାଷ୍ଟ୍ର ଦିବସ)
ମେ 2ରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ରୋମାଣ୍ଟିକ୍ କମେଡି ଡ୍ରାମା ଫିଲ୍ମ 'ଦେ ଦେ ପ୍ୟାର୍ ୨' ରିଲିଜ୍ ହେବ ।
6. ଜୁନ୍ 2025
- 'ହାଉସଫୁଲ୍ 5' (ଇଦ୍ ଉଲ୍ ଫିତର)
2025 ବର୍ଷର ପ୍ରଥମ ପୂର୍ଣ୍ଣ କମେଡି ଫିଲ୍ମ 'ହାଉସଫୁଲ 5' ରିଲିଜ୍ ହେବ । ଅକ୍ଷୟ କୁମାର, ରିତେଶ ଦେଶମୁଖ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଜ୍ୟାକି ଶ୍ରଫ, ଅଭିଷେକ ବଚ୍ଚନ, ଫାରଦେନ ଖାନ, ସୋନମ ବାଜୱା, ନର୍ଗିସ୍ ଫାଖ୍ରି, ଚିତ୍ରାଙ୍ଗଡା ସିଂ, ନାନା ପାଟେକର, ଚଙ୍କି ପାଣ୍ଡେ, ଡିନୋ ମୋରେ, ଜନି ଲିଭର, ଶ୍ରେୟସ୍ ତଲପଡେ ଭଳି ମଲ୍ଟି ଷ୍ଟାରର ଚଳଚ୍ଚିତ୍ର ଜୁନ୍ 6 ରେ ମୁକ୍ତିଲାଭ କରିବ । ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହେଉଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
- ଥଗ୍ ଲାଇଫ୍
ସାଉଥ ସିନେମା ସୁପରଷ୍ଟାର କମଲ ହାସନ 2025 ବର୍ଷର ପ୍ରଥମ ଚଳଚ୍ଚିତ୍ର 'ଥଗ୍ ଲାଇଫ୍' ଜୁନ୍ 5 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କମଲ ହାସନଙ୍କ ବ୍ୟତୀତ ସିଲାମାରସାନ, ତ୍ରିଶା କୃଷ୍ଣନ, ଅଶୋକ ସେଲଭାନ, ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଜୋଜୁ ଜର୍ଜ ଏବଂ ଅଲି ଫୈଜଲ ପ୍ରମୁଖ ଭୂମିକା ଗ୍ରହଣ କରିବେ।
7. ଅଗଷ୍ଟ 2025
- 'ୱାର 2' (ସ୍ୱାଧୀନତା ଦିବସ)
2025 ବର୍ଷର ଦମଦାର ଆକ୍ସନ୍ ଫିଲ୍ମ 'ୱାର୍ 2' ମଧ୍ୟ ମୁକ୍ତିଲାଭ କରିବ । ସ୍ୱାଧୀନତା ଦିବସ ଅବସରରେ 14 ଅଗଷ୍ଟରେ 'ୱାର୍ 2' ରିିଲିଜ ହେବ । ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ, ଜୁନିଆର ଏନଟିଆର ଏବଂ କିଆରା ଆଡଭାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ସହ ହ୍ରିତିକ ପ୍ରଥମ ଥର ପାଇଁ ଜୁନିଆର ଏନଟିଆର ଏବଂ କିଆରାଙ୍କ ସହ ସ୍କ୍ରିନ ସେୟାର କରିବେ ।
- 'ଦ ଦିଲ୍ଲୀ ଫାଇଲ୍ସ'
'ଦ ଦିଲ୍ଲୀ ଫାଇଲ୍ସ' ଯାହା କାଶ୍ମୀର ଫାଇଲର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଅଗଷ୍ଟରେ ରିଲିଜ ହେବ ।
8. ସେପ୍ଟେମ୍ବର 2025
- ବାଗି 4 (ଇଦ୍-ଇ-ମିଲାଦ)
2025 ବର୍ଷର ଦ୍ୱିତୀୟ ଇଦ୍ ଅବସରରେ ଟାଇଗର ଶ୍ରଫ୍ ତାଙ୍କର ଆକ୍ସନ୍ ଫିଲ୍ମ 'ବାଗି 4' ସହ ପରଦାକୁ ଫେରିବେ । ବାଗୀ 4 ସେପ୍ଟେମ୍ବର କିମ୍ୱା 5ରେ ରିଲିଜ ହେବ । ବାଗି 4'ର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଏ.ହର୍ଷ, ଯିଏ 'ବଜରଙ୍ଗୀ' ଏବଂ 'ବେଦ' ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା ।
9. ଅକ୍ଟୋବର 2025
- କାନ୍ତାରା ଚାର୍ପ୍ଟର 1 (ଗାନ୍ଧୀ ଜୟନ୍ତୀ)
ଗାନ୍ଧୀ ଜୟନ୍ତୀ (୨ ଅକ୍ଟୋବର) ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କାନ୍ତାରା'ର ପ୍ରିକ୍ୱେଲ 'କାନ୍ତାରା ଚାର୍ପ୍ଟର 1' ମୁକ୍ତିଲାଭ କରିବ । ଋଷଭ ଶେଟ୍ଟୀ ତାଙ୍କ ପ୍ରଶଂସକଙ୍କ ପାଇଁ କେଉଁ ରହସ୍ୟମୟ କାହାଣୀ ଆଣିବେ ତାହା ଦେଖିବାକୁ ଅପେକ୍ଷା ।
- ଥାମା (ଦିୱାଲୀ)
2025ର ଦିୱାଲୀ ପାଇଁ ଏପର୍ଯ୍ୟନ୍ତ କୌଣସି ବଡ ଚଳଚ୍ଚିତ୍ର ଘୋଷଣା କରାଯାଇ ନାହିଁ । କିନ୍ତୁ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଥାମା' ମୁକ୍ତିଲାଭ କରିବାକୁ ଯାଉଛି । 'ସ୍ତ୍ରୀ 2' ର ନିର୍ମାତା 'ଥାମା' ଚଳଚ୍ଚିତ୍ର ଏକ ହରର ଫିଲ୍ମ ଅଟେ ।
11. ଡିସେମ୍ବର 2025
- ଆଲଫା (ଖ୍ରୀଷ୍ଟମାସ)
2025 ବର୍ଷ ପ୍ରଥମ ମହିଳା ସ୍ପାଏ ଆକ୍ସନ୍ ଫିଲ୍ମ 'ଆଲଫା' ସହ ଆଲିଆ ଭଟ୍ଟ ଏବଂ ଶାରଭରୀ ୱାଗଙ୍କ ଫିଲ୍ମ ସହ ଶେଷ ହେବ । ୟଶ ରାଜଙ୍କ ସ୍ପାଏ ଯୁନିଭର୍ସରେ ନିର୍ମିତ ଫିଲ୍ମ 'ଆଲଫା' ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ।
2026 ମସିହାରେ ବଡ ଦିନରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ:-
- ବର୍ଡର ୨- ଗଣତନ୍ତ୍ର ଦିବସ (ସନ୍ନି ଦେଓଲ, ଦିଲଜିତ ଦୋସାଞ୍ଜ ଏବଂ ଆୟାନ ଶେଟ୍ଟୀ)
- ଲଭ ଆଣ୍ଡ ୱାର୍- ଇଦ୍ (ରଣବୀର କପୁର, ବିକି କୌଶଲ ଏବଂ ଆଲିଆ ଭଟ୍ଟ)
- ଦିୱାଲୀ- ରାମାୟଣ ପାର୍ଟ -1 (ରଣବୀର କପୁର, ସାଇ ପଲ୍ଲବୀ, ୟଶ)
- ମହାଭାରତ- ଖ୍ରୀଷ୍ଟମାସ (ବିକି କୌଶଲ)
ଏହା ମଧ୍ୟ ପଢନ୍ତୁ: ଏହି ଫିଲ୍ମ ସହ ହେବ 2024ର ଅନ୍ତ, ଡିସେମ୍ୱରରେ ରିଲିଜ ଏହି ଓଲିଉଡ-ବଲିଉଡ ମୁଭି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ