ହାଇଦ୍ରାବାଦ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନଙ୍କ ଅଭିନୀତ 'ଫାଇଟର୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଦିନକୁ ଦିନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏଥିସହ ଫିଲ୍ମ ଭଲ ରୋଜଗାର ମଧ୍ୟ କରୁଛି । ଫିଲ୍ମ ଦୁଇ ଦିନ ମଧ୍ୟରେ ୫୦କୋଟିରୁ ଅଧିକ ଆୟ କରିଥିବା ବେଳେ ଖୁବଶୀଘ୍ର ୧୦୦କୋଟି କ୍ଲବରେ ସାମିଲ ହେବ ।
ସାକନିକଙ୍କ ରିପୋର୍ଟ ଅନୁସାରେ, ଫିଲ୍ମ ଓପନିଂ ଦିନରେ ୨୨.୫କୋଟି ଆୟ କରିଥିବା ବେଳେ ପ୍ରଥମ ଦିନ ଅପେକ୍ଷା ୨ୟ ଦିନ ଅର୍ଥାତ୍ ଜାନୁୟାରୀ ୨୬ରେ ଫିଲ୍ମଟି ବମ୍ପର କଲେକ୍ସନ କରିଥିଲା । ୨ୟ ଦିନ ଅର୍ଥାତ୍ ଶୁକ୍ରବାରରେ ଫିଲ୍ମ ୩୯.୫ କୋଟି ଆୟ କରିଛି । ବର୍ତ୍ତମାନ ୩ୟ ଦିନ ଅର୍ଥାତ୍ ଶନିବାର ୨୮କୋଟି ଆୟ କରିବାରେ ସଫଳ ହୋଇଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୯୦ କୋଟି ହୋଇଛି । ତେବେ ଆଜି ରବିବାର ଛୁଟିଦିନରେ ଫିଲ୍ମ ୧୦୦କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।
ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ଦିବସରେ 70% ବଢିଲା ଫାଇଟର କଲେକ୍ସନ, ଏତିକି କରିଲା ଆୟ
ଏହି ଫିଲ୍ମରେ ହ୍ରିତିକଙ୍କୁ ଶ୍ୟାମଶେର ପଠାନିଆ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ମୀନାଲ ରାଠୋର ଭୂମିକାରେ ନଜର ଆସିଛନ୍ତି । ସେହିପରି ଅନୀଲ କପୁର ଜଣେ କମାଣ୍ଡିଂ ଅଫିସର ଗ୍ରୁପ କ୍ୟାପଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ନଜର ଆସିଛନ୍ତି । ତେବେ ୨୫୦କୋଟି ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ଓପନିଂ ଏବଂ ପ୍ରଥମ, ଦ୍ବିତୀୟ, ୩ୟ ଦିନର କଲେକ୍ସନ ଆଶାନୁରୂପକ ରହିଛି । ଏହିପରି କଲେକ୍ସନକୁ ଦେଖିଲେ ମନେ ହେଉଛି ଖୁବଶୀଘ୍ର ହିଟ ଟାଇଟଲ ହାସଲ କରିବ ।
ଏହା ମଧ୍ୟ ପଢନ୍ତୁ: ରିଲିଜର ଦିନକ ପୂର୍ବରୁ ନିର୍ମାତାଙ୍କୁ ଝଟକା, ବ୍ୟାନ ହେଲା 'ଫାଇଟର'