ETV Bharat / entertainment

ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା - Sanam Teri Kasam 2

author img

By ETV Bharat Entertainment Team

Published : Sep 10, 2024, 4:33 PM IST

Sanam Teri Kasam 2: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବାକୁ ଫେରୁଛନ୍ତି ହର୍ଷବର୍ଦ୍ଧନ ରାଣେ । ଆଜି ନିର୍ମାତା 'ସନମ ତେରି କସମ' ସିକ୍ୱେଲ 'ସନମ ତେରି କସମ 2' ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ ।

ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା
ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା (ETV Bharat Odisha)

ହାଇଦ୍ରାବାଦ: ପୁଣି ପରଦାକୁ ଫେରୁଛନ୍ତି ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ । ଯିଏ 2016ରେ ହିଟ୍ ଫିଲ୍ମ 'ସନମ ତେରି କସମ' ସହ ବକ୍ସ ଅଫିସରେ ଧମାକା କରିବା ସହ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ଅଭିନେତା ଏହି ଫିଲ୍ମର ସିକ୍ୱେଲ ସହ ପୁଣି ପରଦାରେ ଜଲୱା ଦେଖାଇବାକୁ ଯାଉଛନ୍ତି । ଆଜି, ସେପ୍ଟେମ୍ୱର 10ରେ ହର୍ଷବର୍ଦ୍ଧନଙ୍କ 'ସନମ ତେରି କସମ' ର ସିକ୍ୱେଲ 'ସନମ ତେରି କସମ 2' ଘୋଷଣା ହୋଇଛି ।

'ସନମ ତେରି କସମ 2' ଘୋଷଣା

ମଙ୍ଗଳବାର ଦିନ ହର୍ଷବର୍ଦ୍ଧନ ରାଣେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ 'ସନମ ତେରୀ କସମ 2' ନିର୍ମାତା ଦୀପକ ମୁକୁଟଙ୍କ ସହ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'ସନମ ତେରୀ କସମ 2' ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । ପ୍ରଥମ ଚଳଚ୍ଚିତ୍ରର ଅଦ୍ଭୁତ ପ୍ରେମ କାହାଣୀ ପରେ, ଆମେ ପୁଣି ଫେରି ଆସିଛୁ । ସନମ ତେରୀ କସମ 2 ।' ଫଟୋରେ ହର୍ଷବର୍ଦ୍ଧନଙ୍କ ହାତରେ ସ୍କ୍ରିପ୍ଟ ଦେଖିବାକୁ ମିଳିଛି । ଦୀପକ ମୁକୁଟ ହର୍ଷବର୍ଦ୍ଧନ ରାଣେଙ୍କ ସହ 'ସନମ ତେରୀ କସମ ୨' ଘୋଷଣା କରିଛନ୍ତି ।

ମୁଖ୍ୟ ଭୂମିକାରେ ହର୍ଷବର୍ଦ୍ଧନ ଅଭିନୟ କରିବେ

2016 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସନମ ତେରୀ କସମ' ବଲିଉଡର ଏକ ମହାନ ପ୍ରେମ କାହାଣୀ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହା ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।​| ଏହି ଫିଲ୍ମ ଦର୍ଶକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥିଲା । ଫିଲ୍ମରେ ଅଭିନେତା ହର୍ଷବର୍ଦ୍ଧନଙ୍କୁ 'ଇନ୍ଦର' ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା ​​ଏବଂ ପାକିସ୍ତାନୀ ଅଭିନେତ୍ରୀ ମାଭ୍ରା ହୋକାନେଙ୍କୁ 'ସୁରୁ'ର ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ମନୀଷ ଚୌଧୁରୀ, ଅନୁରାଗ ସିହ୍ନା, ବିଜୟ ରାଜ୍, ମୁରଲୀ ଶର୍ମା ଏବଂ ଅନ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ନିର୍ମାତାମାନେ ଏହାର ସିକ୍ୱେଲ ଘୋଷଣା କରିଛନ୍ତି । ପୁଣି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ହର୍ଷବର୍ଦ୍ଧନ ନଜର ଆସିବେ । ହେଲେ ବାକି କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

ଫିଲ୍ମରେ ମାଭ୍ରାଙ୍କ ନେବାକୁ ଦାବି

ଫିଲ୍ମ ଘୋଷଣା ପରେ ଫ୍ୟାନ୍ସମାନେ ଉତ୍ସାହିତ ହୋଇଛନ୍ତି ଏବଂ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏପରି ସମୟରେ ନିର୍ମାତା ପାକିସ୍ତାନୀ ଅଭିନେତ୍ରୀ ମାଭ୍ରାଙ୍କୁ ସିକ୍ୱେଲରେ କାଷ୍ଟ କରିବେ କି ନାହିଁ ଜଣାନଥିବା ବେଳେ ଅନେକ ଫ୍ୟାନ୍ସ ଫିଲ୍ମରେ ପୁଣି ତାଙ୍କୁ କାଷ୍ଟ କରିବାକୁ ଦାବି କରିଛନ୍ତି । ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, ତୁମର କସମ ମାଭ୍ରା ବିନା ସନମ ଅସମ୍ଭବ। ଅନ୍ୟ ଜଣେ ଲେଖିଛନ୍ତି, ଆମେ ମାଭ୍ରାଙ୍କୁ ହିରୋଇନ୍ ଭାବରେ ଚାହୁଁ। ଆଉ ଜଣେ ମାଭ୍ରାଙ୍କ ବିନା ଆମେ ଏହାକୁ ଦେଖିବୁ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 5 ବର୍ଷରେ ‘ସନମ ତେରି କସମ’, ସୁଟିଂ ଦିନ ମନେ ପକାଇଲେ ନିର୍ଦ୍ଦେଶକ

ଅକ୍ଟୋବରରେ ପୁଣି ରିଲିଜ ହେବ 'ସନମ ତେରୀ କସମ'

ଫିଲ୍ମ 'ସନମ ତେରୀ କସମ ୨'ର ଅଫିସିଆଲ ଘୋଷଣା ଏହି ସମୟରେ ଆସିଛି ଯେତେବେଳେ 'ସନମ ତେରୀ କସମ' ପ୍ରେକ୍ଷାଳୟରେ ପୁଣି ରିଲିଜ କରିବାକୁ ଯାଉଛି । ଅକ୍ଟୋବର ମାସରେ, ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.