ETV Bharat / entertainment

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା - Hardik pandya Natasa divorce

author img

By ETV Bharat Odisha Team

Published : Jul 18, 2024, 9:50 PM IST

Hardik pandya Natasa divorce Confirmed: ବହୁ ଦିନର ଚର୍ଚ୍ଚାରେ ଲାଗିଲା ବିରାମ । ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନକୋଭିକ । ଅଧିକ ପଢନ୍ତୁ

Hardik pandya Natasa divorce
Hardik pandya Natasa divorce (X)

ମୁମ୍ବାଇ: ଗତ କିଛି ଦିନ ଧରି ଲାଗିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇ ଅଲଗା ହୋଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନକୋଭିକ । ଉଭୟ ମିଳିତ ବିବୃତ୍ତି ଜାରି କରି ଛାଡପତ୍ର ନେଇ ଘୋଷଣା କରିଛନ୍ତି । ନିକଟରେ ନତାଶା ନିଜ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ । ନିକଟରେ ଅମ୍ବାନୀ ସେରିମନିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ଏହାପରେ ଉଭୟଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ (Instagram)
ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା
ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା (X)

ହାର୍ଦ୍ଦିକ ଓ ନତାଶା ଉଭୟ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଉଭୟଙ୍କ ପାଇଁ ବେଶ ମୁସ୍କିଲ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ପୋଷ୍ଟରେ ହାର୍ଦ୍ଦିକ ଲେଖିଛନ୍ତି, "4ବର୍ଷ ସାଥୀରେ ରହିବା ପରେ, ନତାଶା ଓ ମୁଁ ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଛୁ । ଏହି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଆମେ ଉଭୟ ଉଦ୍ୟମ କରିଥିଲୁ । କିନ୍ତୁ ଏବେ ଅଲଗା ହେବା ଆମ ଦୁହିଁଙ୍କ ପାଇଁ ଠିକ ବୋଲି ହୃଦୟଙ୍ଗମ କରିଛୁ । ଏହି ନିଷ୍ପତ୍ତି ଆମ ପାଇଁ ବହୁତ ମୁସ୍କିଲ ଥିଲା ।"

ପୁଅ ଅଗସ୍ତ୍ୟ ପାଇଁ ଏପରି କହିଲେ...

ଏହି ପୋଷ୍ଟରେ ହାର୍ଦ୍ଦିକ ପୁଅ ଅଗସ୍ତ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, "ଆମେ ଅଗସ୍ତ୍ୟକୁ ପାଇ ବହୁତ ଭାଗ୍ୟଶାଳୀ । ଯିଏକି ଏବେ ଯେମିତି ଆଗକୁ ମଧ୍ୟ ଆମ ଜୀବନର ଆଧାର ହୋଇ ରହିବ । ଆମେ ଉଭୟ ମିଶି ତାର ଦେଖାରଖା କରିବୁ । ତାକୁ ଦୁନିଆର ସବୁ ଖୁସି ମିଳୁ, ସେ ନେଇ ଆମେ ଚେଷ୍ଟା କରିବୁ । ତା ଖୁସି ପାଇଁ ଆମେ ସବୁ କିଛି କରିବୁ । ଆଶା ଆପଣମାନେ ଆମକୁ ସହଯୋଗ କରିବେ । ଏହି କଠିନ ସମୟରେ ଆମ ବ୍ୟକ୍ତିଗତ ଜୀବନକୁ ବୁଝିବେ ।"

ଉଭୟଙ୍କ ବିବାହ ସମୟର ଦୃଶ୍ୟ
ଉଭୟଙ୍କ ବିବାହ ସମୟର ଦୃଶ୍ୟ (X)

ବାପଘରକୁ ଫେରିଲେ ନତାଶା:-

ମଙ୍ଗଳବାର ନତାଶା ସର୍ବିଆରେ ନିଜ ବାପଘରକୁ ଫେରିଥିଲେ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ସୂଚନା ଦେଇଥିଲେ । ଏହି ପୋଷ୍ଟ ପରେ ନତାଶା ଓ ପୁଅ ଅଗସ୍ତ୍ୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏହାପରେ ୟୁଜର୍ସ ଛାଡ଼ପତ୍ର ନେଇ ପୂର୍ବାନୁମାନ କରୁଥିଲେ । ନତାଶା ହେଉଛନ୍ତି ଜଣେ ସର୍ବିଆନ ମଡେଲ । 2012ରେ ସେ ଭାରତ ଆସିଥିଲେ । ସେ ପ୍ରକାଶ ଝାଙ୍କ ସତ୍ୟଗ୍ରହ ଫିଲ୍ମରେ ଆଇଟମ ସଙ୍ଗରେ ପ୍ରଥମେ ନଜର ଆସିଥିଲେ । ଏହାପରେ ସେ ବିଗ୍‌ ବସ୍‌-8 ଓ ନଚ ବଲିଏରେ ନଜର ଆସିଥିଲେ ।

2020ରେ ବିବାହ
2020ରେ ବିବାହ (X)

2020ରେ ବିବାହ:-

ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବହୁ ଦିନ ଧରି ନତାଶାଙ୍କୁ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପ୍ରଥମେ ଜାନୁଆରୀ 1ରେ ଉଭୟ ଇଣ୍ଟିମେଟ ସେରିମନିରେ ନିର୍ବନ୍ଧ କରିଥିଲେ । ଏହାପରେ କୋଭିଡ ସମୟରେ ମେ 31ରେ ବିବାହ କରିଥିଲେ । ଏହାପରେ ଜୁଲାଇ 30ତାରିଖରେ ଉଭୟ ପୁତ୍ର ସନ୍ତାନ ଅଗସ୍ତ୍ୟକୁ ୱେଲକମ କରିଥିଲେ । ନତାଶା ଓ ହାର୍ଦ୍ଦିକ ଦ୍ବିତୀୟ ଥର ଲାଗି ଫେବୃଆରୀ 14ରେ ଗ୍ରାଣ୍ଡ ୱେଡିଂରେ ପୁଣି ଥରେ ବିବାହ କରିଥିଲେ ।

ପଢନ୍ତୁ ଅନ୍ୟ କିଛି ଖବର

ହାର୍ଦ୍ଦିକ-ନତାଶାଙ୍କ ବିବାହ ବିଚ୍ଛେଦ ! ଇନଷ୍ଟାଗ୍ରାମରୁ ହଟିଲା ପାଣ୍ତ୍ୟା ସରନେମ ଓ ଫଟୋ

ବିବାହ ପୂର୍ବରୁ ହିଁ ହାର୍ଦ୍ଦିକଙ୍କୁ ଜଣାଥିଲା ଛାଡପତ୍ର ବିଷୟ ! ପୁରୁଣା ଭିଡିଓରେ କହିଥିଲେ ଏପରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.