ETV Bharat / entertainment

ଫିଲ୍ମ ନିର୍ମାତା ଗଙ୍ଗୁ ରାମସେଙ୍କ ୮୩ ବର୍ଷରେ ପରଲୋକ - GANGU RAMSAY - GANGU RAMSAY

Gangu Ramsay Passed Away: ବର୍ଷୀୟାନ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ରକାର ଗଙ୍ଗୁ ରାମସେଙ୍କ ୮୩ ବର୍ଷରେ ପରଲୋକ । ଅଧିକ ପଢନ୍ତୁ

Gangu Ramsay Passed Away
Gangu Ramsay Passed Away
author img

By ETV Bharat Odisha Team

Published : Apr 8, 2024, 8:06 AM IST

ମୁମ୍ବାଇ: ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା । ଆଉ ନାହାନ୍ତି ବର୍ଷୀୟାନ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ରକାର ଗଙ୍ଗୁ ରାମସେ । ଗତକାଲି(ରବିବାର) ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଗତ କିଛି ହେଲେ ଅସୁସ୍ଥ ଥିଲେ । ପରିବାର ଲୋକେ ସୋସିଆଲ ମିଡିଆ ଜରିଆରେ ଗଙ୍ଗୁ ରାମସେଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି । ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ତେବେ ନିର୍ଦ୍ଦେଶକ ଗଙ୍ଗୁ ରାମସେ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ଗତ ମାସରେ ତାଙ୍କୁ ମୁମ୍ବାଇର କୋକିଲା ବେନ ହସ୍ପିଟାଲେର ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳ ୮ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅପରାହ୍ନ ୨ଟାରେ ଓଶିଓ୍ବାରା ଶବଦାହ ଗୃହରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ତାଙ୍କ ବିୟୋଗରେ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଦୁନିଆକୁ ଅଲବିଦା କହିଲେ ଫିଲ୍ମ ନିର୍ମାତା କୁମାର ସାହାନି

ଏହା ମଧ୍ୟ ପଢନ୍ତୁ- ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଟିଭି ତାରକା ଋତୁରାଜ ସିଂହ

ରାମଲେ ବ୍ରଦର୍ସଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । ୭୦ ଓ ୮୦ ଦଶକପେ ହରର ଫିଲ୍ମ ପାଇଁ ସେ ବେଶ ପ୍ରସିଦ୍ଧ ଥିଲେ । ରାମସେ ବ୍ରଦର୍ସ ବ୍ୟାନରରେ ବୀରାନା, ପୁରାନା ମନ୍ଦିର, ବନ୍ଦ ଦରଓ୍ବାଜା, ଦୋ ଗଜଜମିନ କେ ନିଚେ ଓ ଖୋଜ ଭଳି ପ୍ରାୟ ୫୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଫିଲ୍ମ ବ୍ୟତୀୟ ଗଙ୍ଗୁ ରାମସେ ଟେଲିଭିଜନ ସିରିଏଲ ପ୍ରତି ମ୍ଧୟ ଆଗ୍ରହ ଥିଲେ । ଗଙ୍ଗୁ ରାମସେ ଜି ହରର ଶୋ,ସଟର ଡେ ସସପେନ୍ସ, ଏକ୍ସ-ଜୋନ ଓ ନାଗିନ ଭଳି ସିରିଏଲର ଚଳଚ୍ଚିତ୍ରକାର ମଧ୍ୟ ରହିଥିଲେ । କିଛି ବର୍ଷ ପୂର୍ବେ ରାମସେ ବ୍ରଦର୍ସର କୁମାର ରାମସେ 85 ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ସେ 'ପୁରାଣ ମନ୍ଦିର', ଶତୃଘ୍ନ ସିହ୍ନା ଅଭିନୀତ 'ସାୟା' ଏବଂ 'ଖୋଜ' ସମେତ ଅନେକ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.