ETV Bharat / entertainment

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା; ପଞ୍ଜାବରୁ ଆଉ 2 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - Firing Outside Salman Residence - FIRING OUTSIDE SALMAN RESIDENCE

Firing Outside Salman Khan Residence: ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ବାହାରେ ଗୁଳିମାଡ଼ ଘଟଣା । ଆଜି ଆଉ 2 ଜଣ ଅଭିଯୁକ୍ତଙ୍କୁ ପଞ୍ଜାବରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Salman Khan
Salman Khan
author img

By ETV Bharat Odisha Team

Published : Apr 25, 2024, 8:57 PM IST

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ଆଜି (ଗୁରୁବାର) ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହାପରେ 2 ଜଣ ଅଭିଯୁକ୍ତ ଏପ୍ରିଲ 29 ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ବୋଲି ଜଣାପଡ଼ିଛି । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ଗନ୍‌ ସୁଟରଙ୍କୁ ଅସ୍ତ୍ରଶସ୍ତ୍ର ଓ ବୋମା ଦେବାରେ ସହଯୋଗ କରିଥିବା ପୋଲିସ ଅଧିକାରୀ କହିଛନ୍ତି ।

କ୍ରାଇମବ୍ରାଞ୍ଚ ଟିମ ଗିରଫ କରିବା ପରେ ଏମାନଙ୍କୁ ମୁମ୍ବାଇ ଅଣାଯାଇଛି । ଏହାପରେ ମୁମ୍ବାଇ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । କୋର୍ଟ 2 ଅଭିଯୁକ୍ତଙ୍କୁ ଏପ୍ରିଲ 29 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି । ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ 14 ତାରିଖରେ ଗୁଳିମାଡ଼ ହୋଇଥିଲା । ଘଟଣାର ଦୁଇ ଦିନ ପରେ ଏପ୍ରିଲ 16 ତାରିଖରେ କ୍ରାଇମବ୍ରାଞ୍ଚ 2 ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର କୁଛ ଜିଲ୍ଲାର ମଧ୍‌ ଗ୍ରାମରୁ ଗିରଫ କରାଯାଇଥିଲା । ଏମାନେ ବିହାରର ଚମ୍ପରନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା । ଫେବୃଆରୀ ମାସରେ ଦୁହେଁ ମୁମ୍ବାଇ ଆସିଥିଲେ ଏବଂ ସେବେଠାରୁ ସେମାନେ ଫାୟାରିଂ କରିବାକୁ ଯୋଜନା କରୁଥିଲେ ।

ଏହା ବି ପଢନ୍ତୁ- ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ

ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟକୁ ଜବତ କରିଥିଲା । ଏହି ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ତାର ସାନ ଭାଇ ଅନମୋଲ ବିଷ୍ଣୋଇ ୱାଣ୍ଟେଡ ଅଭିଯୁକ୍ତ ରହିଛନ୍ତି ।

ଏପ୍ରିଲ 20ରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ: ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ତଥା ଉତ୍ତରପ୍ରଦେଶ ଗାଜିଆବାଦନ ଅଞ୍ଚଳର 20 ବର୍ଷୀୟ ଯୁବକ ରୋହିତ ତ୍ୟାଗିକୁ ଗିରଫ କରିଥିଲା । ରୋହିତ ଲରେନ୍ସ ବିଷ୍ଣୋଇ ନାଁରେ ଗାଡି ବୁକ୍ କରିବା ପରେ ସମ୍ପୃକ୍ତ ଗାଡ଼ି ଡ୍ରାଇଭର ସେଠାରେ ପହଞ୍ଚିଥିଲେ । ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କୁ ସେ ଲରେନ୍ସ ବିଷ୍ଣୋଇ ନାମକ ବ୍ୟକ୍ତିଙ୍କ ବିଷୟରେ ପଚାରିଥିଲେ । ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁରକ୍ଷା କର୍ମୀ । ଏହି ବୁକିଂ ସମ୍ପର୍କରେ ସେ ତୁରନ୍ତ ବାନ୍ଦ୍ରା ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ଏ ବାବଦରେ ପଚରାଉଚରା କରିଥିଲା ପୋଲିସ । ତେବେ ଏହି ଗାଡ଼ି ବୁକିଂ ରୋହିତ ତ୍ୟାଗି ପକ୍ଷରୁ କରାଯାଇଥିଲା ବୋଲି ପୋଲିସ କହିଥିଲା । ସେ ଭୁଲ୍‌ ତଥ୍ୟ ଦେଇ ଗାଡ଼ି ବୁ୍କ୍‌ କରିଥିଲା ।

ଏହା ବି ପଢନ୍ତୁ- ସଲମାନଙ୍କ ଠିକଣାରେ ଲରେନ୍ସ ବିଷ୍ଣୋଇ ନାଁରେ ଗାଡ଼ି ବୁକ୍, ଗାଜିଆବାଦରୁ ବନ୍ଧା ହେଲା ଅଭିଯୁକ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.