ETV Bharat / entertainment

'12th ଫେଲ' ଶ୍ରେଷ୍ଠ ଫିଲ୍ମ, ରଣବୀର-ଆଲିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ - ଫିଲ୍ମଫେୟାର ଆୱାର୍ଡ 2024

Filmfare Awards 2024: ୨୭ ଜାନୁଆରୀ ୨୦୨୪ରେ ଆରମ୍ଭ ହୋଇଥିବା ଫିଲ୍ମଫେୟାର ଆୱାର୍ଡ ଶୋ' ବର୍ତ୍ତମାନ ଶେଷ ହୋଇଛି । କେଉଁ ତାରକା ଏବଂ ଚଳଚ୍ଚିତ୍ର ଚଳିତ ବର୍ଷ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି ? ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

ରଣବୀର-ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ, '12th ଫେଲ'କୁ ମିଳିଲା ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

author img

By ETV Bharat Odisha Team

Published : Jan 29, 2024, 10:11 AM IST

ରଣବୀର-ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ, '12th ଫେଲ'କୁ ମିଳିଲା ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

ଗାନ୍ଧୀନଗର: ରାଜ୍ୟରେ ପ୍ରଥମ ଥର ପାଇଁ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଆୟୋଜିତ ହୋଇଥିଲା । ୨୭ ଜାନୁଆରୀ ୨୦୨୪ରେ ଆରମ୍ଭ ହୋଇଥିବା ଏହି ଶୋ' ଦୁଇ ଦିନ ଦିନ ଅର୍ଥାତ୍ ରବିବାର ଶେଷ ହୋଇଛି । ଏହି ଆୱାର୍ଡ ଶୋ'କୁ କରଣ ଜୋହର ଏବଂ ମନୀଷ ପଲ ହୋଷ୍ଟ କରିଥିବା ବେଳେ ବରୁଣ ଧୱନ, ଜାହ୍ନବୀ କପୁର ଏବଂ କରୀନା କପୁର ଖାନ, ରଣବୀର କପୁର, ତ୍ରିପ୍ତୀ ଡିମ୍ରି ପରି ଅନେକ ସେଲିବ୍ରିଟି ସେମାନଙ୍କ ଦମଦାର ପରଫରମାନ୍ସରେ ଶୋ'ରେ ଚାର ଚାନ୍ଦ୍ ଲଗାଇଥିଲେ । ଗତକାଲି କିଛି ବିଜେତାଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ କେଉଁ ବର୍ଗରେ କିଏ ଜିତିଛି ପୁରସ୍କାର, ଜାଣନ୍ତୁ....

ଏହି ତାଲିକାର ପ୍ରଥମ ନାମ ହେଉଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ । 'ଆନିମଲ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ରଣବୀର ଶ୍ରେଷ୍ଠ ଅଭିନେତା ପୁରସ୍କାର ନିଜ ନାଁରେ କରିଥିବା ବେଳେ ଆଲିଆ ଭଟ୍ଟ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାତେଇଛନ୍ତି । ସେହିପରି '12th ଫେଲ'କୁ ୪ଟି ଆୱାର୍ଡ ହାତେଇ ସଫଳତା ହାସଲ କରିଛି ।

ଫିଲ୍ମଫେୟାର ପୁରସ୍କାର ୨୦୨୪ର ବିଜେତା ପୁରା ତାଲିକା ଦେଖନ୍ତୁ:

  • ଶ୍ରେଷ୍ଠ ଚଳଚ୍ଚିତ୍ର (ଲୋକପ୍ରିୟ): 12th ଫେଲ
  • ଶ୍ରେଷ୍ଠ ନିର୍ଦ୍ଦେଶକ: ବିଧୁ ବିନୋଦ ଚୋପ୍ରା (12th ଫେଲ)
  • ଶ୍ରେଷ୍ଠ ଅଭିନେତା (ସମାଲୋଚକ): ବିକ୍ରାନ୍ତ ମାସି (12th ଫେଲ)
  • ଶ୍ରେଷ୍ଠ ସ୍କ୍ରିନଫ୍ଲେ: ବିଧୁ ବିନୋଦ ଚୋପ୍ରା (12th ଫେଲ)
  • ଶ୍ରେଷ୍ଠ ଚଳଚ୍ଚିତ୍ର (ସମାଲୋଚକ): ଦେବାଶିଷ ମଖିଜା (ଜୋରମ)
  • ମୁଖ୍ୟ ଭୂମିକାରେ ଶ୍ରେଷ୍ଠ ଅଭିନେତା: ରଣବୀର କପୁର (ଆନିମଲ)
  • ମୁଖ୍ୟ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ: ଆଲିଆ ଭଟ୍ଟ (ରକି ଔର ରାନୀ କି ପ୍ରେମ କାହାନୀ)
  • ଶ୍ରେଷ୍ଠ ଅଭିନେତ୍ରୀ (ସମାଲୋଚକ): ରାନୀ ମୁଖାର୍ଜୀ (ମିସେସ ଚାଟାର୍ଜୀ ଭର୍ସେସ ନରୱେ)
  • ଶ୍ରେଷ୍ଠ ସହ-ଅଭିନେତା: ବିକି କୌଶଲ (ଡଙ୍କି)
  • ଶ୍ରେଷ୍ଠ ସହ-ଅଭିନେତ୍ରୀ: ଶବାନା ଆଜମୀ (ରକି ଔର ରାନୀ କି ପ୍ରେମ କାହାନୀ)
  • ଶ୍ରେଷ୍ଠ ଗୀତ: ଅମିତାଭ ଭଟ୍ଟାଚାର୍ଯ୍ୟ, (ତେରେ ବାସତେ- ଜରା ହଟକେ ଜରା ବଚକେ)
  • ଶ୍ରେଷ୍ଠ ସଂଗୀତ ଆଲବମ୍: ପ୍ରୀତମ୍, ବିଶାଲ ମିଶ୍ର, ମନନ୍ ଭରଦ୍ବାଜ, ଶ୍ରେୟସ୍ ପୁରାଣିକ, ଜାନୀ ଭୁପିନ୍ଦର ବାବୁଲ, ଆଶିମ କେମସନ, ହର୍ଷବର୍ଦ୍ଧନ ରମେଶ୍ବର, ଗୁରୁନ୍ଦର ସେଗଲ (ଆନିମଲ)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ: ଭୁପିନ୍ଦର ବାବଲ୍ (ଅର୍ଜନ୍ ଭେଲି-ଆନିମଲ)
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟିକା: ଶିଳ୍ପା ରାଓ (ବେସରମ ରଙ୍ଗ-ପଠାନ)
  • ଶ୍ରେଷ୍ଠ କାହାଣୀ: ଅମିତ ରାୟ (ଓଏମିଜି ୨) ଏବଂ ଦେବାଶିଷ ମଖିଜା (ଜୋରମ)
  • ଶ୍ରେଷ୍ଠ ସଂଳାପ: ଇଶିତା ମୋଇତ୍ର (ରକି ଔର ରାନୀ କି ପ୍ରେମ କାହାନୀ)
  • ଶ୍ରେଷ୍ଠ ଆଗାମୀ ମ୍ୟୁଜିକ ଟାଲେଣ୍ଟ (RD Burman Award)- ଶ୍ରେୟସ୍ ପୁରାଣିକ (ସତରଙ୍ଗା- ଆନିମଲ)
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ- ନିର୍ଦ୍ଦେଶକ ଡେଭିଡ ଧୱନ
  • ଶ୍ରେଷ୍ଠ ଡେବ୍ୟୁ (ପୁରୁଷ)- ଆଦିତ୍ୟ ରାୱଲ (ଫାରାଜ)
  • ଶ୍ରେଷ୍ଠ ଡେବ୍ୟୁ (ମହିଳା)- ଆଲିଜେହ ଅଗ୍ନିହୋତ୍ରୀ (ଫରେ)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- ତରୁଣ ଦୁଦେଜା (ଧକ୍ ଧକ୍)

ଏହା ମଧ୍ୟ ପଢନ୍ତୁ: 'ଜବାନ'କୁ ମିଳିଲା ଶ୍ରେଷ୍ଠ ଆକ୍ସନ ଫିଲ୍ମ ଆୱାର୍ଡ, ୩ଟି ଆୱାର୍ଡ ହାତେଇଲା 'ସାମ ବାହାଦୂର'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.