ETV Bharat / entertainment

ବନ୍ଧା ହେଲେ ତେଲୁଗୁ ବିଗ ବସ ଫେମ ଶନମୁଖ ଜସୱନ୍ତ, ଘରୁ ମିଳିଲା ଗଞ୍ଜେଇ

author img

By ETV Bharat Odisha Team

Published : Feb 22, 2024, 7:40 PM IST

Bigg Boss Telugu fame Shanmukh Jaswanth Arrest: ତେଲୁଗୁ ବିଗ ବସ ପୂର୍ବତନ ପ୍ରତିଯୋଗୀ ଶନମୁଖ ଜସୱନ୍ତ ଗିରଫ । ଅଭିନେତାଙ୍କ ଘରୁ ଗଞ୍ଜେଇ ମିଳିବା ଅଭିଯୋଗରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ,

ବନ୍ଧା ହେଲେ ତେଲୁଗୁ ବିଗ ବସ ଫେମ ଶନମୁଖ ଜସୱନ୍ତ, ଘରୁ ମିଳିଲା ଗଞ୍ଜେଇ
ବନ୍ଧା ହେଲେ ତେଲୁଗୁ ବିଗ ବସ ଫେମ ଶନମୁଖ ଜସୱନ୍ତ, ଘରୁ ମିଳିଲା ଗଞ୍ଜେଇ

ହାଇଦ୍ରାବାଦ: ପୂର୍ବତନ ତେଲୁଗୁ ବିଗ୍ ବସ୍ ପ୍ରତିଯୋଗୀ ତଥା ଲୋକପ୍ରିୟ ୟୁଟ୍ୟୁବର ଏବଂ ଅଭିନେତା ଶନମୁଖ ଜଶୱନ୍ତ ଗିରଫ ହୋଇଛନ୍ତି । ଅଭିନେତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ପୋଲିସ । ରିପୋର୍ଟ ଅନୁସାରେ, ଅଭିନେତାଙ୍କ ଘରୁ ଗଞ୍ଜେଇ ମିଳିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏହା ପ୍ରଥମ ଥର ନୁହଁ ପୂର୍ବରୁ ମଧ୍ୟ ଶନମୁଖ ନିଶା ଦ୍ରବ୍ୟ ସେବନ ନେଇ ଗିରଫ ହୋଇଥିଲେ । ବର୍ତ୍ତମାନ ସେ ପୁଣିଥରେ ଆଇନର ଜାଲରେ ଛନ୍ଦି ହୋଇଛନ୍ତି । ସେପଟେ ଶନମୁଖଙ୍କ ଭାଇ ସମ୍ପତ ବିନୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ପୋଲିସ ଶନମୁଖଙ୍କ ଭାଇ ସମ୍ପତଙ୍କୁ ଧରିବା ପାଇଁ ହାଇଦ୍ରାବାଦ ସ୍ଥିତ ଶନମୁଖଙ୍କ ଘରକୁ ଯାଇଥିଲା । ସେ ସେଠାରେ ଉପସ୍ଥିତ ନଥିଲେ କିନ୍ତୁ ଏହି ସମୟରେ ଶନମୁଖଙ୍କୁ ଗଞ୍ଜେଇ ସହ ଧରିଥିଲେ ପୋଲିସ । ତେବେ ପୋଲିସ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଦୁଇଟି ପୃଥକ ମାମଲାରେ ଗିରଫ କରିଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶନମୁଖଙ୍କ ଭାଇ ସମ୍ପତଙ୍କ ନାଁରେ ଜଣେ ମହିଳା ଅଭିଯୋଗ କରିଛନ୍ତି । ସେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । କହିରଖୁଛୁ କି, ଶନମୁଖଙ୍କ ଭାଇ ସମ୍ପତ ଜମେ ମହିଳାଙ୍କୁ ଦୀର୍ଘ ବର୍ଷ ଧରି ଡେଟ କରିଥିଲେ ଏବଂ ଏପରିକି ତାଙ୍କ ସହ ନିର୍ବନ୍ଧ ମଧ୍ୟ କରିଥିଲେ । ହେଲେ ଉଭୟଙ୍କ ବିବାହର ଏକ ସପ୍ତାହ ପୂର୍ବରୁ ସମ୍ପତ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ସମ୍ପତ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରି ମହିଳା ଜଣଙ୍କ ହାଇଦ୍ରାବାଦ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯାହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ସୂଚନା ଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ମଧ୍ୟ ଶନମୁଖ ଗିରଫ ହୋଇଛନ୍ତି । ୨୦୨୧ ମସିହାରେ ହାଇଦ୍ରାବାଦରେ ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ଧରାପଡିଥିଲେ । ତାଙ୍କ କାର ପାର୍କିଂ ହୋଇଥିବା ୩ଟି ଗାଡି ଏବଂ ଦୁଇ ସାଇକେଲ ଚାଳକଙ୍କୁ ଟକ୍କର ଦେଇଥିଲା । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର BAC ସ୍ତର 170 ମିଗ୍ରା / 100 ମି.ଲି. ମିଳିଥିଲା । ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଟ୍ରାଫିକ ତାଲିମ ପ୍ରତିଷ୍ଠାନରେ ପରାମର୍ଶ ପାଇଁ ହାଜର ହେବାକୁ କୁହାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: 'ବିଗ ବସ୍ କନ୍ନଡ' ପ୍ରତିଯୋଗୀ ଭର୍ଥୁର ସନ୍ତୋଷ ଗିରଫ, ବାଘ ଲକେଟ୍ ପିନ୍ଧିବା ପଡିଲା ମହଙ୍ଗା

ସୂଚନା ଥାଉ କି, ସବ୍ରିଶ କଣ୍ଡ୍ରେଗୁଲା ଏବଂ ତାଙ୍କ ଭାଇଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଭିଭାରେ ଅଭିନୟ କରିବାବେଳେ ଶନମୁଖ ଖ୍ୟାତି ଲାଭ କରିଥିଲେ । ସେ ୟୁଟ୍ୟୁବର୍, ଅଭିନେତା ଦୀପ୍ତି ସୁନାନାଙ୍କୁ ଡେଟ୍ କରିଥିଲେ । ସେ ବିଗ୍ ବସ୍ ତେଲୁଗୁ ର ପଞ୍ଚମ ସିଜନରେ ଅଂଶଗ୍ରହଣ କରିବା ପରେ ୨୦୨୧ ରେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା । ହେଲେ ସେ ଏହି ଶୋ'ର ରନର୍ସ ଅପ ହୋଇଥିଲେ । ୨୦୨୨ ମସିହାରେ, ସେ ଆହା ୱେବ୍ ସିରିଜ୍ ଏଜେଣ୍ଟ ଆନନ୍ଦ ସନ୍ତୋଷରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.