ETV Bharat / entertainment

'ଲାହୋର ୧୯୪୭'ରେ ପ୍ରୀତି ଜିଣ୍ଟାଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ଆସିବେ ନଜର

Preity Zinta In Lahore 1947: 'ଗଦର ୨' ପରେ ସନ୍ନି ଦେଓଲ ବର୍ତ୍ତମାନ 'ଲାହୋର ୧୯୪୭' ସହ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ଆଜିଠୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ ନିର୍ମାତା ବର୍ତ୍ତମାନ ଫିଲ୍ମର ହିରୋଇନ୍ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Feb 12, 2024, 4:49 PM IST

Etv Bharat
Etv Bharat

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର ୨' ଅପାର ସଫଳତା ପରେ ବର୍ତ୍ତମାନ 'ଲାହୋର ୧୯୪୭' ସହ ପରଦାକୁ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ ଫିଲ୍ମକୁ ଏକ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମର ସୁଟିଂ ଆଜି ଅର୍ଥାତ୍ ୧୨ ଫେବୃଆରୀରୁ ଆରମ୍ଭ ହୋଇଛି । ଏଥିସହ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ଫିଲ୍ମର ହିରୋଇନ୍ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ।

ପ୍ରୀତି ଜିଣ୍ଟାଙ୍କୁ କାଷ୍ଟ କରିବା ନେଇ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ କହିଛନ୍ତି, "ବହୁ ସମୟ ପରେ ପ୍ରୀତି ଜିଣ୍ଟା ରୂପା ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେ 'ଲାହୋର ୧୯୪୭'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ସେ ଜଣେ ପ୍ରତିଭାଶାଳୀ, ଉଜ୍ଜ୍ୱଳ ଏବଂ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ସେ ଯେକୌଣସି ଚରିତ୍ରରେ ଅଭିନୟ କରନ୍ତି, ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥାନ୍ତି । ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ଯୋଡି ବିଷୟରେ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଦର୍ଶକ ପୁଣି ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କୁ ଏକାଠି ଦେଖିବେ । ଏହି ଅନ୍-ସ୍କ୍ରିନ୍ ଯୋଡିକୁ ଦର୍ଶକମାନେ ସର୍ବଦା ଭଲ ପାଆନ୍ତି ଏବଂ ଏହି ଚଳଚ୍ଚିତ୍ର ପାଇଁ ସନ୍ନି ଏବଂ ପ୍ରୀତିଙ୍କ ଯୋଡି ପରଫେକ୍ଟ ଅଟେ ।

କହିରଖୁଛୁ କି, ବଲିଉଡ ଅଭିନେତା ଆମୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ରାଜକୁମାର ସନ୍ତୋଷୀ ଏହାର ନିର୍ଦ୍ଦେଶନା ଦେବେ । ଏଥିସହ ଏହି ଫିଲ୍ମରେ ଆମୀର ଖାନ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିବେ । ଏହିପରି ଏହି ଫିଲ୍ମ ଏହି ଦୁଇ ତାରକା ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ। ସେପଟେ ପ୍ରୀତି ଏବଂ ସନ୍ନି ଦେଓଲଙ୍କୁ ପୂର୍ବରୁ 'ହିରୋ' ଏବଂ 'ଫର୍ଜ' ଭଳି ସିନେମାରେ ଏକାଠି ଦେଖିବାକୁ ମିଳିଥିଲା ​​ଏବଂ ସେମାନଙ୍କର ଯୋଡ଼ିକୁ ଖୁବ ପସନ୍ଦ କରାଯାଇଥିଲା । ତେବେ ଏହି ଫିଲ୍ମ ସହ ସନ୍ନି ଏବଂ ପ୍ରୀତି ୩ୟ ଥର ପାଇଁ ଏକାଠି କାମ କରିବେ ।

ଏହା ମଧ୍ୟ ପଢନ୍ତୁ: ମଦ ପିଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ ! ଭିଡିଓ ଭାଇରାଲ

ଅନ୍ୟପଟେ ଏହି ଚଳଚ୍ଚିତ୍ର ସହ ଡିଓପି ଏବଂ କ୍ୟାମେରାମ୍ୟାନ ଭାବେ ଅତି ପ୍ରତିଭାବାନ ସନ୍ତୋଷ ଶିବନଙ୍କ ନାଁ ଜଡ଼ିତ ରହିଛନ୍ତି। ଏନେଇ ନିର୍ଦ୍ଦେଶକ କହିଛନ୍ତି, "ଲାହୋର ୧୯୪୭ର କ୍ୟାମେରାମ୍ୟାନ ତଥା ଡିଓପି ଭାବରେ ଆମ ପାଖରେ ସନ୍ତୋଷ ଶିବନ ରହିବେ । ସେ ବର୍ତ୍ତମାନ ଦେଶର ଅନ୍ୟତମ ପ୍ରମୁଖ କ୍ୟାମେରାମ୍ୟାନ୍ ଭାବେ ବେଶ ପରିଚିତ । ଏହାପୂର୍ବରୁ ସନ୍ତୋଷ ଏବଂ ମୁଁ ଦୁଇଟି ଚଳଚ୍ଚିତ୍ର 'ପୁକାର ଏବଂ ବରସାତ୍'ରେ ଏକାଠି କାମ କରିଥିଲୁ । ସେ ସିନେମାଟୋଗ୍ରାଫର / କ୍ୟାମେରାମ୍ୟାନ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.