ETV Bharat / entertainment

ଘୁଞ୍ଚିଲା 'ଦେବରା' ରିଲିଜ ଡେଟ୍, ଏପ୍ରିଲ ନୁହେଁ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମ

author img

By ETV Bharat Odisha Team

Published : Feb 16, 2024, 6:02 PM IST

'Devara Part 1' Release Date: ଏପ୍ରିଲରେ ପରଦାକୁ ଆସିବନି ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଆଗାମୀ ଚଳଚ୍ଚିତ୍ର 'ଦେବରା: ପ୍ରଥମ ଭାଗ'। ନିର୍ମାତା ଆଜି ଜୁନିଅର ଏନଟିଆର ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

ଘୁଞ୍ଚିଲା 'ଦେବରା' ରିଲିଜ ଡେଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦେବରା' ସହ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ । ଏହି ଫିଲ୍ମ ଦୁଇଟି ଭାଗରେ ରିଲିଜ ହେବ । ତେବେ ପୂର୍ବରୁ ପ୍ରଥମ ଭାଗ ଚଳିତ ବର୍ଷ ଏପ୍ରିଲ ମାସରେ ରିଲିଜ ନେଇ ଘୋଷଣା କରାଯାଇଥିଲା । ତେବେ ଆଜି ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇଦେଇଛନ୍ତି । ଜୁନିଅର ଏନଟିଆରଙ୍କ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଏଣିକି ଏପ୍ରିଲ ନୁହେଁ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମର ପ୍ରଥମ ଭାଗ ।

ଜୁନିଅର ଏନଟିଆର ନିଜ ଇନଷ୍ଟାଗ୍ରାମରେ ଫିଲ୍ମରୁ ତାଙ୍କର ନୂଆ ପୋଷ୍ଟର ସେୟାର କରିଛି ଏବଂ କ୍ୟାପସନରେ ଲେଖିଛନ୍ତି, 'ଦେବରା: ପ୍ରଥମ ଭାଗ ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରୁଛି'। ପୋଷ୍ଟରରେ ଆକ୍ସନ୍ ମୋଡରେ ଏନଟିଆରଙ୍କୁ ଦେଖିବାକୁ ମିଳିଛି । କହିରଖୁଛୁ କି, ନୂଆ ବର୍ଷ ଅବସରରେ ନିର୍ମାତା ଫିଲ୍ମର ପ୍ରଥମ ଝଲକ ଦେଖାଇଥିଲେ । ଏଥିସହ ଫିଲ୍ମର ପ୍ରାରମ୍ଭିକ ଅଂଶ ରିଲିଜ ଏପ୍ରିଲ ୫, ୨୦୨୪ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ ଫିଲ୍ମର ଏହି ପ୍ରଥମ ଭାଗ ଅକ୍ଟୋବରରେ ରିଲିଜ ହେବ ।

  • " class="align-text-top noRightClick twitterSection" data="">

ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ ଦେବରା ଘୋଷଣା କରିଥିଲେ । ଏହି ଫିଲ୍ମରେ ସୈଫ ଏବଂ ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ।

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା 'ଦେବରା'ର ପ୍ରଥମ ଝଲକ, ଏନଟିଆରଙ୍କ ଦବଙ୍ଗ ଅନ୍ଦାଜ ଜିତିଲା ଫ୍ୟାନ୍ସଙ୍କ ମନ

କହିରଖୁଛୁ କି, ଯଦି ଏନଟିଆରଙ୍କ ଫିଲ୍ମ 'ଦେବରା: ପ୍ରଥମ ଭାଗ' ଏପ୍ରିଲ ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥାନ୍ତା, ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ସହ ଟକ୍କର ଦେଇଥାନ୍ତା । କାରଣ ଅକ୍ଷୟଙ୍କ ଏହି ଫିଲ୍ମ ଏପ୍ରିଲ ୯ରେ ମୁକ୍ତିଲାଭ କରୁଛି । ତେବେ କେଉଁ କାରଣରୁ ଦେବରା ରିଲିଜ ତାରିଖ ଘୁଞ୍ଚାଯାଇଛି ତାହା ପ୍ରକାଶ ହୋଇନାହିଁ କିନ୍ତୁ, ଏହି ଟକ୍କର ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚିଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.