ହାଇଦ୍ରାବାଦ: ଆମାଜନ ଏମଜିଏମ ଷ୍ଟୁଡିଓରୁ ଏଡି ମର୍ଫି ଫିଲ୍ମ "ଦ ପିକଅପ୍" ର ସୁଟିଂ ସମୟରେ ବଡ଼ ଧରଣର ଅଘଟଣ । ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ କ୍ରୁ ସଦସ୍ୟ ଆହତ ହୋଇଛନ୍ତି ଏବଂ ଦୁଇଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତ ଶନିବାର ଦିନ ସେଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନପ୍ରଡକ୍ସନ ହାଉସ ଏହି ସୂଚନା ଦେଇଛି ।
ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି ଏକ ଷ୍ଟୁଡିଓ ମୁଖପାତ୍ର କହିଛନ୍ତି, ଦୁର୍ଭାଗ୍ୟବଶତଃ ସୁଟିଂ କ୍ରମଟି ଯୋଜନା ଅନୁସାରେ ହୋଇପାରି ନଥିଲା, ଯାହ ଫଳରେ ଅନେକ କ୍ରୁ ସଦସ୍ୟ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ଏକ ଟ୍ରକ୍ ତ୍ରୁଟି ରହିଥିଲା ଯାହା ଫଳରେ ତାହା କାର ସହ ଧକ୍କା ହୋଇଥିଲା । ଫଳସ୍ୱରୂପ ଅନେକ କ୍ରୁ ସଦସ୍ୟଙ୍କୁ ଗଭୀର ଆଘାତ ଲାଗିବା ସହ ଅନେକଙ୍କ ହାଡ ଭାଙ୍ଗିଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେପଟେ କାଷ୍ଟ ଏବଂ କ୍ରୁଙ୍କ ସୁରକ୍ଷା ପାଇଁ ଆମାଜନ ଷ୍ଟୁଡିଓ ସୁଟିଂ ପୂର୍ବରୁ ଏବଂ ସମୟରେ ସୁରକ୍ଷା ସାବଧାନତାର ସମୀକ୍ଷା ଏବଂ ତଦାରଖ କରାଯାଇଛି ବୋଲି କହିଛନ୍ତି । ଷ୍ଟୁଡିଓ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, ''ଏହି ଘଟଣାଟି କାହିଁକି ଏବଂ କିପରି ହେଲା ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । କିନ୍ତୁ ପ୍ରଥମେ ଯେଉଁମାନେ ଆହତ ଅଛନ୍ତି ସେମାନେ କିପରି ସୁସ୍ଥ ହେବେ ତାହା କାମନା କରୁଛୁ ।''
ଏହା ମଧ୍ୟ ପଢନ୍ତୁ: ଓସ୍କାର ଆୱାର୍ଡର ନିୟମ ପରିବର୍ତ୍ତନ, ପୁରସ୍କାରର ବି ବିଦଳିଲା ନାଁ
ଏହି ସମୟରେ, କ୍ରୁ ମେମ୍ବରଙ୍କ ପ୍ରତିନିଧିତ୍ୱ କରୁଥିବା ଅନ୍ତର୍ଜାତୀୟ ଥିଏଟର ଷ୍ଟେଜ୍ କର୍ମଚାରୀ (IATSE) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ନେଇ ୟୁନିଅନ କହିଛି ଯେ 'ପିକଅପ୍'ର ଜର୍ଜିଆ ସେଟ୍ରେ ଘଟିଥିବା ଏକ ଦୁର୍ଘଟଣା ବିଷୟରେ IATSE ଅବଗତ ଅଛି ଏବଂ ତଦନ୍ତ ଆରମ୍ଭ କରିଛି । ଆହତ ହୋଇଥିବା କ୍ରୁ ସଦସ୍ୟଙ୍କ ବିଷୟରେ ଷ୍ଟୁଡିଓ କୌଣସି ସୂଚନା ଦେଇନାହିଁ । ତେବେ ଘଟଣା ପରେ ଫିଲ୍ମର ସୁଟିଂ ବନ୍ଦ କରାଯାଇଛି । ସୂଚନା ଥାଉ କି, ଏହି ଚଳଚ୍ଚିତ୍ରରେ ଏଡି ମର୍ଫି, କେକେ ପାମର ଏବଂ ପିଟ୍ ଡେଭିଡସନ ଅଭିନୟ କରିଛନ୍ତି । ତେବେ ଏମାନେ କେହି ଏହି ଘଟଣା ସମୟରେ ଉପସ୍ଥିତ ନଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: ଜୋକିନ ଫୋନିକ୍ସ ଷ୍ଟାରର ଫିଲ୍ମ 'ଜୋକର-୨'ର ଟ୍ରେଲର ରିଲିଜ