ETV Bharat / entertainment

ଆସୁଛି 'ବର୍ଡର ୨'; ୨୭ବର୍ଷ ପରେ ପୁଣି ସେନା ଭୂମିକାରେ ନଜର ଆସିବେ ସନ୍ନି ଦେଓଲ - Border 2 Announcement

Border 2 Announcement: ସନ୍ନି ଦେଓଲଙ୍କ ଫିଲ୍ମ 'ବର୍ଡର ୨'ର ଆନୁଷ୍ଠାନିକ ଘୋଷଣା ହୋଇଛି । ୧୯୯୭ ମସିହାରେ ରିଲିଜ୍ ହୋଇଥିବା 'ବର୍ଡର'ର ସିକ୍ୱେଲ ବର୍ତ୍ତମାନ ୨୭ ବର୍ଷ ପରେ ପ୍ରସ୍ତୁତ ହେବାକୁ ଯାଉଛି । ଅଧିକ ପଢନ୍ତୁ,

ଆସୁଛି 'ବର୍ଡର ୨'; ୨୭ବର୍ଷ ପରେ ପୁଣି ସେନା ଭୂମିକାରେ ନଜର ଆସିବେ ସନ୍ନି ଦେଓଲ
ଆସୁଛି 'ବର୍ଡର ୨'; ୨୭ବର୍ଷ ପରେ ପୁଣି ସେନା ଭୂମିକାରେ ନଜର ଆସିବେ ସନ୍ନି ଦେଓଲ (IANS)
author img

By ETV Bharat Odisha Team

Published : Jun 13, 2024, 11:35 AM IST

ହାଇଦ୍ରାବାଦ: ଅପେକ୍ଷାର ହେଲା ଅନ୍ତ । ଆସୁଛି 'ବର୍ଡର' ସିକ୍ୱେଲ 'ବର୍ଡର 2' । ୧୯୯୭ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଫିଲ୍ମ 'ବର୍ଡର' ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଏହାର ସିକ୍ୱେଲକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ନିର୍ମାତା 'ବର୍ଡର ୨' ଆସୁଥିବା ନେଇ ଆଜି ଘୋଷଣା କରିଛନ୍ତି । ଏହି ଫିଲ୍ମର ସିକ୍ୱେଲ ସହ ସନ୍ନି ଦେଓଲ ପୁଣିଥରେ କମବ୍ୟାକ କରୁଛନ୍ତି ।

'ବର୍ଡର ୨' ଘୋଷଣା

'ବର୍ଡର'ର ୨୭ ବର୍ଷ ପୂର୍ତ୍ତି ଅବସରରେ ସନ୍ନି ଦେଓଲ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି 'ବର୍ଡର ୨' ଘୋଷଣା କରିଛନ୍ତି । ଏହି ଭିଡିଓରେ, ଅଭିନେତାଙ୍କ ସ୍ୱର ପୃଷ୍ଠଭୂମିରେ ଶୁଣାଯାଉଛି, ଯେଉଁଥିରେ ସେ ଶୁଣିବାକୁ ପାଇଛନ୍ତି ଯେ ୨୭ବର୍ଷ ପୂର୍ବେ ଜଣେ ସୈନିକ ପ୍ରତିଶୃତି ଦେଇଥିଲେ ଯେ ସେ ଫେରି ଆସିବେ । ସମାନ ପ୍ରତିଶ୍ରୁତି ପୂରଣ କରିବାକୁ ପୁଣିଥରେ ଭାରତମାତାଙ୍କୁ ସଲାମ କରିବାକୁ ଆସୁଛନ୍ତି ।

୨୭ ବର୍ଷ ପରେ ଆସୁଛି 'ବର୍ଡର ୨'

ସୂଚନା ଥାଉ କି, ଫିଲ୍ମ ବର୍ଡର ୧୩ ଜୁନ ୧୯୯୭ରେ ମୁକ୍ତିଲାଭ କରିଥିଲା ​​ଏବଂ ୨୭ ବର୍ଷ ପରେ, ୧୩ ଜୁନ ୨୦୨୪ରେ ଅର୍ଥାତ ସମାନ ତାରିଖରେ 'ବର୍ଡର ୨' ଘୋଷଣା କରାଯାଇଛି । 'ବର୍ଡର' ବକ୍ସ ଅଫିସର ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ । ତେବେ ପୁଣି ଦର୍ଶକ ବାରତୀୟ ସେନାଙ୍କ କାହାଣୀ ଦେଖିବାକୁ ପ୍ରସ୍ତୁତ ।

ଭୂଷଣ କୁମାର ଏବଂ ଜେପି ଦତ୍ତା ପ୍ରସ୍ତୁତ କରିବେ ଫିଲ୍ମ

'ବର୍ଡର 2' ଭୂଷଣ କୁମାର, କୃଷ୍ଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତ ନିର୍ମାଣ କରୁଛନ୍ତି । ଅନୁରାଗ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ବର୍ଡର ୨ରେ ଅନୁ ମଲିକ ଏବଂ ମିଥୁନଙ୍କ ସଙ୍ଗୀତ ରହିବ । ଜାଭେଦ ଅଖତର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ଲିରିକ୍ସ ଲେଖୁଛନ୍ତି ଏବଂ ଏହାକୁ ସୋନୁ ନିଗମ ଗାଇବେ । ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।

ଆୟୁଷ୍ମାନ ଖୁରାନା ନଜର ଆସିପାରନ୍ତି

ନିକଟରେ ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଖବର ଆସିଥିଲା ​​ଯେ ଆୟୁଷ୍ମାନ ଖୁରାନା ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅକ୍ଟୋବର ୨ ରୁ 'ବର୍ଡର ୨' ସୁଟିଂ ଆରମ୍ଭ ହୋଇପାରେ ଏବଂ ଏହି ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଲାହୋର ୧୯୪୭'ରେ ପ୍ରୀତି ଜିଣ୍ଟାଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ଆସିବେ ନଜର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.