ନୂଆଦିଲ୍ଲୀ: ପୁଣି ଅଡୁଆରେ ୟୁଟ୍ୟୁବର ଏଲଭିସ ଯାଦବ । ଜଣକୁ ମାଡ଼ ମାରିବା ଘଟଣାରେ ହରିୟାଣା ଗୁରୁଗ୍ରାମରେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ଆକ୍ରମଣ ତଥା ହତ୍ୟା ଧମକ ଅଭିଯୋଗରେ ଗୁରୁଗ୍ରାମର ସେକ୍ଟର 53 ଥାନାରେ ସୋସିଆଲ ମିଡିଆ ଏନଫ୍ଲୁଏନ୍ସରଙ୍କ ବିରୋଧରେ ମାମଲା ଦାୟର ହୋଇଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ସେ ଜଣେ ଯୁବକଙ୍କୁ ମାଡ ମାରୁଥିବା ଦେଖାଯାଇଛି । ଏହି ଭିଡିଓକୁ ପୀଡିତ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସାଗର ଠାକୁର ନାମକ ଜଣେ ଯୁବକ ମାରପିଟ ଅଭିଯୋଗରେ ଏଲଭିସ ଯାଦବଭଙ୍କ ବିରୋଧରେ ଆଇପିସି ଧାରା 147, 149, 323 ଏବଂ 506 ଆଧାରରେ କେସ ଦାୟର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରେସ୍ତୋରାଁରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ଏଲଭିସ ଯାଦବ, ଭିଡିଓ ଭାଇରାଲ
ଜୀବନରୁ ମାରିଦେବି: ଏଲଭିସ ଯାଦବ- ଭାଇରାଲ ହୋଇଥିବା ଭିଡିଓରେ ଜଣେ ସବୁଜ ଟି ସାର୍ଟ ପିନ୍ଧା ଯୁବକକୁ ଏଲଭିସ ଯାଦବ ମାଡ ମାରୁଥିବା ଦେଖାଯାଇଛି । ତାଙ୍କ ନାମ ସାଗର ଠାକୁର ହୋଇଥିବା ବେଳେ ସୋସିଆଲ ମିଡିଆରେ ମ୍ୟାକ୍ସଟର୍ନ ନାମରେ ରହିଛନ୍ତି । ପ୍ରାୟ 5 ମିନିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବ ମଲ୍ର ଶୋରୁମକୁ ଆସିବା ପରେ ଉକ୍ତ ଯୁବକକୁ ମାଡ ମାରିବା ସହିତ ଦୁର୍ବ୍ୟବହାର କରିଥିଲେ । ଏହାପରେ ଜୀବନରୁ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ମୁଁ ତୁମକୁ ମାରିଦେବି ବୋଲି ସେ କହିଥିଲେ । ତେବେ ସାଗର ଠାକୁର ମାରପିଟ ଅଭିଯୋଗରେ ଏଲଭିସ ଯାଦବଭଙ୍କ ବିରୋଧରେ ଆଇପିସି ଧାରା 147, 149, 323 ଏବଂ 506 ଆଧାରରେ କେସ ଦାୟର କରିଛନ୍ତି ।
ତେବେ ପୀଡିତ ସାଗର ଠାକୁରଙ୍କ କହିବା ଅନୁସାରେ, "ଶୁକ୍ରବାର ଦିନ ଏଲଭିସ ଯାଦବ ମୋତେ ଦେଖା କରିବା ପାଇଁ କହିଥିଲେ । ଏହାକୁ ଏକ ସାଧାରଣ ଚର୍ଚ୍ଚା ବା ଖଟି ବୋଲି ଭାବି ମୁଁ ହଁ କହିଥିଲି । କିନ୍ତୁ ଯେତେବେଳେ ସେ ଦୋକାନକୁ ଆସିଲେ ପ୍ରଥମେ 8ରୁ 10 ଗୁଣ୍ଡା ଆସି ଆକ୍ରମଣ କରିଥିଲେ । ଏଲଭିସ ଯାଦବ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ମୋତେ ସେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ