ETV Bharat / entertainment

ଓଡ଼ିଆ ଫିଲ୍ମ 'କର୍ମ' ଟିଜର ରିଲିଜ; ପ୍ରଥମ ଥର ଅନସ୍କ୍ରିନ ରୋମାନ୍ସ କରିବେ ଅନୁଭବ-ସୂର୍ଯ୍ୟମୟୀ - Odia Film Karma Teaser

author img

By ETV Bharat Entertainment Team

Published : Sep 12, 2024, 1:45 PM IST

Updated : Sep 12, 2024, 2:46 PM IST

Karma Teaser: ଦଶହରାରେ ଧମାକା କରିବାକୁ ପ୍ରସ୍ତୁତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ସେ ଫିଲ୍ମ 'କର୍ମ' ସହ ପୁଣି ପରଦାକୁ ଫେରୁଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି । ତେବେ ଫିଲ୍ମର କାହାଣୀ କ'ଣ ଏବଂ କେଉଁ ଦିନ ରିିଲିଜ ହେବ ? ଜାଣନ୍ତୁ,

ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ' ଟିଜର ରିଲିଜ
ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ' ଟିଜର ରିଲିଜ (Anubhav Mohanty, instagram)

ହାଇଦ୍ରାବାଦ: 'କୁହୁଡି' ପରେ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଭିନେତା ଅନୁଭବ ମହାନ୍ତି । ସେ ଫିଲ୍ମ 'କର୍ମ' ସହ ଫେରୁଥିବା ବେଳେ ଖୁବଶୀଘ୍ର ରିିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ବୁଧବାର, 11 ସେପ୍ଟେମ୍ୱର ଦିନ ଫିଲ୍ମର ଟିଜର ରିଲିଜ ହୋଇଛି । ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ଝଲକ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମର ରିଲିଡଜ ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ଚଳିତ ଦଶହରାରେ ଧମାକା କରିବ ଫିଲ୍ମ 'କର୍ମ' ।

'କର୍ମ' ଟିଜର

ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ କରିଛନ୍ତି । 1 ମିନିଟ 39 ସେକେଣ୍ଡର ଏହି ଟିଜରରେ ଅନୁଭବ ମହାନ୍ତିଙ୍କୁ ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଟିଜରରେ ଅନୁଭବଙ୍କ ସ୍ୱର ଶୁଣିବାକୁ ମିଳେ । ଯେଉଁଥିରେ ସେ କୁହନ୍ତି, ''ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ପଛରୁ ବାଳିକୁ ବଧ କରିଥିଲେ । ସେହି ବାଳି ଦ୍ୱାପର ଯୁଗରେ ଶବର ରୂପରେ ଶ୍ରୀକୃଷ୍ଣଙ୍କୁ ମାରିଥିଲେ । ଭଗବାନ ବି ଜନ୍ମ ନେଲେ ନିଜ କର୍ମ ଫଳ ପାଆନ୍ତି । ଆଉ ମଣିଷ ବା କିଏ...''। ତେବେ ଟିଜର ରିଲିଜ ହେବାର 20 ଘଣ୍ଟା ମଧ୍ୟରେ 2.8 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହାକୁ ଅନେକ ପସନ୍ଦଜ କରିଥିବା ବେଳେ ବର୍ତ୍ତମାନ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'କର୍ମ' ଷ୍ଟାରକାଷ୍ଟ

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଶିଳ୍ପୀ ରହିଛନ୍ତି ଆଶିଷ ପ୍ରଧାନ । ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ।

'କର୍ମ' ଫିଲ୍ମର କାହାଣୀ କ'ଣ ଏବଂ କେବେ ରିଲିଜ ହେବ ଫିଲ୍ମ ?

ଚଳିତ ଦର୍ଶହରା ଅବସରରେ ଅର୍ଥାତ୍ ଅକ୍ଟୋବର 9ରେ ପରଦାକୁ ଆସିବ ଫିଲ୍ମ । ଏହା ଏକ ଥ୍ରୀଲର ଚଳଚ୍ଚିତ୍ର ହୋଇଥିବା ବେଳେ ଲେଖାକୁ ନେଇ ବେଶ ଭଲ କାମ ହୋଇଛି ବୋଲି କହିଛନ୍ତି ଲେଖକ ମାନସ ପଢ଼ିଆରୀ । 'କର୍ମ' ଅର୍ଥାତ କର୍ମର ଫଳ, ଯାହା ଆମେ କରିଥାଉ ସେହି ମୁତାବିକ ଆମକୁ ଫଳ ମିଳିଥାଏ । ଏହି ସୁନ୍ଦର ବାର୍ତ୍ତାକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ନୂଆ ପୁରୁଣା କଳାକାରଙ୍କ ସମିଶ୍ରଣର କାହାଣୀଟି ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'କର୍ମ'ର ଶୁଭମହୁରତ, ମୁଖ୍ୟ ଚରିତ୍ରରେ ନଜର ଆସିବେ ଅନୁଭବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2024, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.