ETV Bharat / entertainment

କାଲି ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରରେ ସେଲିବ୍ରିଟିଙ୍କୁ ସ୍ୱାଗତ, ଅନ୍ନ ସେବାରୁ ବିବାହ ଉତ୍ସବ ଆରମ୍ଭ

author img

By ETV Bharat Odisha Team

Published : Feb 29, 2024, 1:41 PM IST

Anant Ambani-Radhika Merchant PreWedding: ଆସନ୍ତାକାଲି ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଅନୁଷ୍ଠିତ ହେବ । ଉଭୟଙ୍କ ଏହି ବିବାହ ସମାରୋହ ଜାମନଗରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଠାକୁ ସେଲିବ୍ରିଟିଙ୍କ ସୁଅ ଛୁଟିଲାଣି । ଏହି ଉତ୍ସବ ପୂର୍ବରୁ ଅମ୍ୱାନି ପରିବାର ପ୍ରାୟ ୫୧ ହଜାର ଲୋକଙ୍କୁ ଖାଦ୍ୟ ପରସିଛନ୍ତି । ଅଧିକ ପଢନ୍ତୁ

କାଲି ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରରେ ସେଲିବ୍ରିଟିଙ୍କୁ ସ୍ୱାଗତ, ଅନ୍ନ ସେବାରୁ ଆରମ୍ଭ ବିବାହ ଉତ୍ସବ

ହାଇଦ୍ରାବାଦ: ଖୁବଶୀଘ୍ର ସାତ ଜନ୍ମର ସାଥୀ ହେବେ ଭାରତୀୟ ଜଣାଶୁଣା ଶିଳ୍ପ ଉଦ୍ୟୋଗପତି ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟ । ଉଭୟ ଜୁଲାଇ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବା ବେଳେ ଆସନ୍ତାକାଲି(ଶୁକ୍ରବାର) ଦୁହିଁଙ୍କ ପ୍ରି-ୱେଡିଂ ସମାରୋହ ଆୟୋଜିତ ହେବ । ଗୁଜୁରାଟର ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଂ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ବର୍ତ୍ତମାନ ସେଲିବ୍ରିଟି ଜାମନଗରରେ ପହଞ୍ଚିଛନ୍ତି । ଏଥିସହ ବିବାହ ଉତ୍ସବ ପୂର୍ବରୁ ଅମ୍ୱାନି ପରିବାର 'ଅନ୍ନ ସେବା' କରିଛନ୍ତି । ସେ ପ୍ରାୟ ୫୧ ହଜାର ଗାଁ ଲୋକଙ୍କୁ ଭୋଜନ କରାଇଛନ୍ତି ।

ଜାମନଗରରେ ସେଲିବ୍ରିଟିଙ୍କ ଭିଡ

ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ଉତ୍ସବରେ ସାମିଲ ହେବେ ଦେଶ ବିଦେଶର ତମାମ ବରିଷ୍ଠ ବ୍ୟକ୍ତି ବିଶେଷ । ଅନେକ ଉଦ୍ୟୋଗପତି, ଫିଲ୍ମଷ୍ଟାର, କ୍ରିକେଟର, ସେଲିବ୍ରିଟିଙ୍କ ସମେତ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେବେ । ବର୍ତ୍ତମାନ ଜାମନଗରର ପହଞ୍ଚିଛନ୍ତି ବି-ଟାଉନର ଅନେକ ସେଲିବ୍ରିଟି । ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଂରେ ସାମିଲ ହେବାକୁ ସଲମାନ ଖାନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ମାନୁଷୀ ଚିଲରଙ୍କ ସମେତ ଅନେକ ସେଲିବ୍ରିଟି ଜାମନଗରରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

'ଅନ୍ନ ସେବା'ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ

ସେପଟେ 'ଅନ୍ନ ସେବା' ସହ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଅମ୍ୱାନି ପରିବାର । ଗତକାଲି(ଫେବୃଆରୀ ୨୮)ରେ ଅମ୍ୱାନି ପରିବାରଙ୍କ 'ଅନ୍ନ ସେବା' ଆୟୋଜନ କରାଯାଇଥିଲା । ଏହି ସମୟରେ ପ୍ରାୟ ୫୧ ହଜାର ଲୋକଙ୍କୁ ଖାଦ୍ୟ ପରସିଥିଲେ ଅମ୍ୱାନି ପରିବାର । ଜାମନଗରର ରିଲାଏନ୍ସ ଟାଉନସିପ ନିକଟ ଜଗୱାଡ ଗାଁରେ ମୁକେଶ ଅମ୍ବାନି, ଅନନ୍ତ ଅମ୍ବାନି ଏବଂ ରାଧିକାଙ୍କ ସମେତ ଅମ୍ବାନୀ ପରିବାରର ଅନ୍ୟ ସଦସ୍ୟମାନେ ଗ୍ରାମବାସୀଙ୍କୁ ପାରମ୍ପାରିକ ଗୁଜୁରାଟୀ ଖାଦ୍ୟ ପରିବେଷଣ କରିଥିଲେ । ପ୍ରାୟ ୫୧ ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଭୋଜନ କରାଇଥିଲେ ପୁରା ପରିବାର । ଏହି କାର୍ଯ୍ୟକ୍ରମ ଜାରି ରହିବ ।

୩ ଦିନିଆ ପ୍ରି-ୱେଡିଂ ସମାରୋହ ସେଲିବ୍ରେସନ କରିବେ ଅନନ୍ତ-ରାଧିକା

ଚଳିତ ବର୍ଷ ଜୁଲାଇ ୧୨ରେ ବିବାହ କରିବେ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟ । ଏହା ପୂର୍ବରୁ ମାର୍ଚ୍ଚ ୧ ରୁ ୩ ଯାଏଁ ୩ ଦିନ ଧରି ଜାମନଗରରେ ଗ୍ରାଣ୍ଡ ସମାରୋହରେ ଉଭୟଙ୍କ ପ୍ରି-ୱେଡିଂ ସେଲିବ୍ରେସନ କରାଯିବ । ଏହି ସମାରୋହରେ ଭାରତ ଏବଂ ବିଦେଶରୁ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ନେତା ତଥା ସେଲିବ୍ରିଟିମାନେ ଏହି ଉତ୍ସବରେ ସାମିଲ ହେବେ । କେବଳ ଏତିକି ନୁହେଁ ଏହି ଗ୍ରାଣ୍ଡ ଇଭେଣ୍ଟର ଖାଦ୍ୟ ମେନୁ ମଧ୍ୟ ସ୍ୱତନ୍ତ୍ର ହେବାକୁ ଯାଉଛି । ଅତିଥିଙ୍କୁ ୨୫୦୦ ପ୍ରକାର ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରକୁ ଛୁଟିଲେଣି ସେଲିବ୍ରିଟି, ୧୦୦୦ ଅତିଥିଙ୍କୁ ପରସା ଯିବ ୨୫୦୦ ବ୍ୟଞ୍ଜନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.