ETV Bharat / entertainment

ଫ୍ୟାନ୍ ମୃତ୍ୟୁ ଘଟଣା; ସହାୟତା ଦେବେ କହିଲେ ଅଲ୍ଲୁ ଅର୍ଜୁନଙ୍କ ଟିମ୍ - ALLU ARJUN TEAM REACTS TO STAMPEDE

'ପୁଷ୍ପା 2' ପ୍ରିମିୟର୍ ସମୟରେ ଜଣେ ଫ୍ୟାନ ମୃତ ଘଟଣା । ଏନେଇ ଅଲ୍ଲୁ ଅର୍ଜୁନଙ୍କ ଟିମ ଦୁଃଖ ପ୍ରକାଶ କରିଛନ୍ତି ।

ALLU ARJUN TEAM REACTS TO FAN DEATH
ALLU ARJUN TEAM REACTS TO FAN DEATH (Etv Bharat)
author img

By ETV Bharat Entertainment Team

Published : Dec 5, 2024, 4:22 PM IST

ହାଇଦ୍ରାବାଦ: ବୁଧବାର ରାତିରେ ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା 2: ଦ ରୁଲ'ର ପ୍ରିମିୟର୍ ଶୋ ସମୟରେ ଠେଲାପେଲା ଘଟଣା । ଏଥିରେ ରେବତୀ ନାମକ ଜଣେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ଆହତ ଥିବା ବେଳେ ଚିକିତ୍ସାଦୀନ ରହିଛନ୍ତି । ଏହି ସମୟରେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ଟିମ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆରେ ଟିମ୍ ଏକ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ନେଇ ପ୍ରତିଶୃତି ଦେଇଛନ୍ତି ।

ସାହାଯ୍ୟ କରିବ ଅଲ୍ଲୁ ଅର୍ଜୁନଙ୍କ ଟିମ୍

ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ଟିମ୍ ପ୍ରତିକ୍ରିୟା ଦେଇ ପୀଡିତଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି । କହିରଖୁଛୁ କି, ଆହତ ବାଳକ କିମସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି । ଯଦି ଆଉ 78 ଘଣ୍ଟା ବିତିଯାଏ, ପୁଅର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କିଛି କୁହାଯାଇପାରିବ ନାହିଁ । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ସୋସିଆଲ ମିଡିଆ ଏବଂ ଅନେକ ୟୁଟ୍ୟୁବ ଚ୍ୟାନେଲ ମିଥ୍ୟା ପ୍ରଚାର କରୁଛନ୍ତି ଯେ ପୁଅଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଅଲ୍ଲୁ ଅର୍ଜୁନଙ୍କ ଟିମ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଦୟାକରି ଏହିପରି ଖବର ପ୍ରସାରଣ ନ କରିବାକୁ ଏବଂ ସମସ୍ତଙ୍କୁ ମୃତକଙ୍କ ପରିବାର ସହ ଠିଆ ହେବାକୁ ଅନୁରୋଧ କରିଛନ୍ତି ।

ଟ୍ୱିଟ କରି ପ୍ରତିକ୍ରିୟା ରଖିଲା ଟିମ୍

ଅଲ୍ଲୁ ଅର୍ଜୁନଙ୍କ ଟିମ୍ ତଥା ନିର୍ମାତା ମୈତ୍ରୀ ମୁଭି ମେକର୍ସ ଟ୍ୱିଟ୍ କରି କହିଛନ୍ତି, 'ଗତକାଲିର ସ୍କ୍ରିନିଂ ସମୟରେ ଘଟିଥିବା ଘଟଣା ଦ୍ୱାରା ଆମେ ଅତ୍ୟନ୍ତ ଦୁଃଖିତ । ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପରିବାର ସହ ଅଛି । ଛୋଟ ପିଲା ବର୍ତ୍ତମାନ ଚିକିତ୍ସାଧୀନ ରହିଛି । ଏହି ଦୁଃଖଦ ସମୟରେ ଆମେ ସେମାନଙ୍କ ସହ ଠିଆ ହେବୁ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ ।''

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ପ୍ରିମିୟର ଶୋ'ରେ ଠେଲାପେଲା; ଜଣେ ଫ୍ୟାନ୍ ମୃତ, ଅନେକ ଆହତ

'ପୁଷ୍ପା 2' ପ୍ରିମିୟର ଶୋ'ରେ ଅଘଟଣ

ରିପୋର୍ଟ ଅନୁଯାୟୀ, ଦିଲସୁଖନଗରର ବାସିନ୍ଦା 39 ବର୍ଷୀୟ ରେବତୀ ତାଙ୍କ ସ୍ୱାମୀ ଭାସ୍କର, ପୁଅ ଏବଂ ଛୋଟ ପିଲାଙ୍କ ସହ 'ପୁଷ୍ପା 2' ଦେଖିବାକୁ ଆସିଥିଲେ। ରାତି ପ୍ରାୟ 10:30 ବେଳେ ରେବତୀ ଏବଂ ତାଙ୍କ ପରିବାର ଥିଏଟରରୁ ବାହାରକୁ ଆସୁଥିବା ବେଳେ ଭିଡ଼ ଜମିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନ ମଧ୍ୟ ଥିଏଟରରେ ସାମିଲ ହୋଇଥିଲେ। ଫଳରେ ଫ୍ୟାନ୍ସ ଅଲୁ ଅର୍ଜୁନଙ୍କ ଝଲକ ପାଇବା ପାଇଁ ଥିଏଟରରେ ଭିଡ଼ ଜମାଇଥିଲେ । ଯାହା ଫଳରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଏହି ଠେଲାପେଲାରେ ରେବତୀ ଏବଂ ତାଙ୍କ ପରିବାର ଆହତ ହୋଇଥିଲେ। ପୋଲିସ କର୍ମଚାରୀ ଏବଂ ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ରେବତୀ ଏବଂ ତାଙ୍କ ପୁଅକୁ ଭିଡ଼ରୁ ଦୂରେଇ ଆଣି ସି.ଆର.ପି. ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପୁଅକୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଭାଗ୍ୟବଶତଃ ରେବତୀଙ୍କ ମୃତ୍ୟୁ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.