ETV Bharat / entertainment

୪୨ ବର୍ଷରେ ଅଲ୍ଲୁ ଅର୍ଜୁନ, ମଧ୍ୟରାତ୍ରିରେ ଘର ବାହାରେ ଜମିଲା ଫ୍ୟାନ୍ସଙ୍କ ମେଳି - Allu Arjun Birthday

author img

By ETV Bharat Odisha Team

Published : Apr 8, 2024, 11:21 AM IST

Updated : Apr 8, 2024, 1:22 PM IST

Allu Arjun Birthday: ଆଜି ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଏହି ଅବସରରେ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମଧ୍ୟରାତ୍ରିରେ ଘର ବାହାରେ ଜମିଲା ଫ୍ୟାନ୍ସଙ୍କ ମେଳି । ସେପଟେ ଖାସ୍ ଅନ୍ଦାଜରେ ସ୍ୱାମୀଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଲେ ପତ୍ନୀ ସ୍ନେହା ରେଡ୍ଡୀ ।

୪୮ ବର୍ଷରେ ଅଲ୍ଲୁ ଅର୍ଜୁନ, ମଧ୍ୟରାତ୍ରିରେ ଘର ବାହାରେ ଜମିଲା ଫ୍ୟାନ୍ସଙ୍କ ମେଳି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ତାଙ୍କ ଜୀବନରେ ଆଉ ଏକ ବର୍ଷ ପୂରଣ କରିଛନ୍ତି । ଏପ୍ରିଲ 8 (ସୋମବାର) ଅଭିନେତା ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ମଧ୍ୟରାତ୍ରିରେ ହାଇଦ୍ରାବାଦ ସ୍ଥିତ ଘର ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେପଟେ ପରିବାର ସହ ଜନ୍ମଦିନ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ଝଲକ ଦେଖାଇଛନ୍ତି ପତ୍ନୀ ସ୍ନେହା ରେଡ୍ଡୀ ।

ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

ଗତକାଲି ବିଳମ୍ୱିତ ରାତିରେ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ଅବସରରରେ ଅଭିନେତା ଫ୍ୟାନ୍ସଙ୍କୁ ଭେଟିବା ସହ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦୂରଦୂରାନ୍ତରୁ ଫ୍ୟାନ୍ସ ଯାତ୍ରା କରିଥିବା ନେଇ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଫ୍ୟାନ୍ସ ମଧ୍ୟ ଅଲ୍ଲୁଙ୍କ ଝଲକ ଦେଖି ଦିୱାନା ହୋଇଥିଲେ । ଏହି ସମୟରେ ଅଭିନେତାଙ୍କୁ ମଲ୍ଟି ରଙ୍ଗର ଟି-ସାର୍ଟରେ ଦେଖିବାକୁ ମିଳିଥିଲା । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସେହ୍ନା ରେଡ୍ଡୀଙ୍କ ପୋଷ୍ଟ
ସେହ୍ନା ରେଡ୍ଡୀଙ୍କ ପୋଷ୍ଟ

ଅଲ୍ଲୁଙ୍କ ଜନ୍ମଦିନର ଝଲକ ଦେଖାଇଲେ ପତ୍ନୀ ସ୍ନେହା

ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାମୀଙ୍କ ଜନ୍ମଦିନ ସେଲିବ୍ରେସନର ଝଲକ ଦେଖାଇଛନ୍ତି । ସେ ୩ଟି ଫଟୋ ସେୟାର କରିଥିବା ବେଳେ ପ୍ରଥମ ଫଟୋରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ସିଗ୍ନେଚର ଷ୍ଟେପ୍ ଦେଖିବାକୁ ମିଳିଛି । ଅନ୍ୟଟିରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ କେକ ଦେଖିବାକୁ ମିଳିଛି । ଯେଉଁଥିରେ ଅଲ୍ଲୁଙ୍କ ମହମ ପ୍ରତିମୂର୍ତ୍ତିର ଝଲକ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଅଭିନେତା ତାଙ୍କ ପତ୍ନୀଙ୍କ ସହ ପୋଜ ଦେଇଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସ୍ନେହା ଅଲ୍ଲୁ ଅର୍ଜୁନଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଶ୍ମିକା ମନ୍ଦାନାଙ୍କ ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ, ସାମ୍ନାକୁ ଆସିଲା ପୁଷ୍ପା 2 ପୋଷ୍ଟର - Pushpa 2

ସେହ୍ନା ରେଡ୍ଡୀଙ୍କ ପୋଷ୍ଟ
ସେହ୍ନା ରେଡ୍ଡୀଙ୍କ ପୋଷ୍ଟ
ସେହ୍ନା ରେଡ୍ଡୀଙ୍କ ପୋଷ୍ଟ
ସେହ୍ନା ରେଡ୍ଡୀଙ୍କ ପୋଷ୍ଟ

ଆଜି ରିଲିଜ ହେବ 'ପୁଷ୍ପା: ଦ ରୁଲ' ଟିଜର

ଅଲ୍ଲୁ ଅର୍ଜୁନ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଉପହାର ଦେବାକୁ ଯାଉଛନ୍ତି । ଦୀର୍ଘ ଦିନର ଅପେକ୍ଷା ଆଜି ଅନ୍ତ ହେବାକୁ ଯାଉଛି । ପୁଷ୍ପା ନିର୍ମାତାମାନେ ଅଭିନେତାଙ୍କ ଜନ୍ମଦିନ ଅର୍ଥାତ୍ ଆଜି ଏପ୍ରିଲ 8ରେ ଫିଲ୍ମର ଟିଜର ରିଲିଜ କରିଛନ୍ତି । ସେପଟେ ଗତ କିଛି ଦିନ ପୂର୍ବେ ନିର୍ମାତାମାନେ ଫିଲ୍ମରୁ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ପୋଷ୍ଟର ରିଲିଜ କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଟିଜରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ 'ପୁଷ୍ପା: ଦ ରୁଲ' ଅଗଷ୍ଟ 15, 2024 ରେ ବିଶ୍ୱର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Last Updated : Apr 8, 2024, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.