ETV Bharat / entertainment

ନୀତୁ କପୁରକୁ ଦେଖି ଖୁସିରେ ଝୁମିଲେ ନାତୁଣୀ ରାହା, କ୍ୟୁଟ ଭଏସ୍ ଶୁଣି ଫିଦା ଫ୍ୟାନ୍ସ - RAHA LATEST VIDEO

author img

By ETV Bharat Entertainment Team

Published : Sep 16, 2024, 10:40 AM IST

Alia-Ranbir Daughter Raha Latest Video: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଛୋଟ ରାଜକୁମାରୀ ରାହା କପୁର ସବୁଠାରୁ ପ୍ରିୟ ଷ୍ଟାର ପିଲାମାନଙ୍କ ମଧ୍ୟରୁ ଅନ୍ୟତମ । ଦେଢ ବର୍ଷୀୟ ରାହାଙ୍କ ଝଲକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ବର୍ତ୍ତମାନ ରାହାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କ ଭଏସ ଶୁଣିବାକୁ ମିଳିଥିବା ବେଳେ ଏହା ଶୁଣି ଫ୍ୟାନ୍ସ ଫିଦା ହୋଇଛନ୍ତି ।

ନୀତୁ କପୁରକୁ ଦେଖି ଖୁସିରେ ଝୁମିଲେ ନାତୁଣୀ ରାହା, କ୍ୟୁଟ ଭଏସ୍ ଶୁଣି ଫିଦା ଫ୍ୟାନ୍ସ
ନୀତୁ କପୁରକୁ ଦେଖି ଖୁସିରେ ଝୁମିଲେ ନାତୁଣୀ ରାହା, କ୍ୟୁଟ ଭଏସ୍ ଶୁଣି ଫିଦା ଫ୍ୟାନ୍ସ (ANI)

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁର ଏକ ସୋସିଆଲ ମିଡିଆ ସେନ୍ସେସନ ଅଟନ୍ତି । ତାଙ୍କର ଗୋଟିଏ ଝଲକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ବର୍ତ୍ତମାନ ତାଙ୍କର ଏକ ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କ କ୍ୟୁଟ୍ ଭଏସ୍ ଶୁଣିବାକୁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ସେ ପୁଣି ସମସ୍ତଙ୍କ ମନ ଜିତିଛନ୍ତି ।

ଫ୍ୟାପ୍ସଙ୍କୁ ହାଏ କଲେ ରାହା

16 ସେପ୍ଟେମ୍ବର ଦିନ ସକାଳେ ଆଲିଆ ଭଟ୍ଟ ବିମାନବନ୍ଦରରେ ରଣବୀର କପୁର ଏବଂ ରାହାଙ୍କ ସହ ନଜର ଆସିଛନ୍ତି । ଆଲିଆ ରାହାଙ୍କୁ ତାଙ୍କ କୋଳରେ ଧରିଥିବାର ଦେଖିବାକୁ ମିଳିଛି । ରଣବୀର ଏବଂ ଆଲିଆ ଭ୍ୟାକସନରେ ଯାଉଛନ୍ତି । ଏହି ସମୟରେ ଯେତେବେଳେ ଆଲିଆ ଏବଂ ରଣବୀର ଏୟାରପୋର୍ଟ ଗେଟ୍ ପାଖରେ ସେମାନଙ୍କର ଟିକେଟ୍ ଯାଞ୍ଚ କରୁଥିଲେ, ସେତେବେଳେ ରାହାଙ୍କ କ୍ୟୁଟ୍ ଅନେଦାଜ ଦେଖିବାକୁ ମିଳିଥିଲା । ସେ ଫ୍ୟାପ୍ସଙ୍କୁ ଦେଖି ହାତ ହଲାଇ ହାଏ କହୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ରାହା ଏକ ହ୍ୱାଇଟ ରଙ୍ଗର ପୋଷାକ ପିନ୍ଧିଥିଲେ । ଯାହା ଏବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜେଜେମା’ଙ୍କ ସହ ରାହାଙ୍କ କ୍ୟୁଟ୍ ବାର୍ତ୍ତାଳାପ

ଏହି ସମୟରେ ଜେଜେମାଆ ନୀତୁ କପୁର ମଧ୍ୟ ଏୟାରପୋର୍ଟ ପହଞ୍ଚିଥିଲେ । ନୀତୁ କପୁର ରାହାଙ୍କୁ ସପରପ୍ରାଇଜ ହୋଇଥିବା ବେଳେ ନୀତୁଙ୍କୁ ଦେଖି ରାହା ମଧ୍ୟ ଉତ୍ସାହିତ ହୋଇଥିଲେ । ଜେଜେମାଆଙ୍କୁ ଦେଖି ଖୁସିରେ କରତାଳି ଦେଇଥିଲେ ରାହା । ଏହା ପରେ ସେ ନୀତୁଙ୍କ ସହ କଥାବାତ୍ତା କରିଥିଲେ । ରାହାଙ୍କର ଏହି ସୁନ୍ଦର ମୁହୂର୍ତ୍ତ ଭାଇରାଲ ହୋଇଛି । ପ୍ରଶଂସକମାନେ ସେମାନଙ୍କର ବନ୍ଧନକୁ ବହୁତ ପ୍ରଶଂସା କରିବା ସହ ରାହାଙ୍କ ଭଏସ ଶୁଣି ଫିଦା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଣଭୀରଙ୍କ ସହ ନଜର ଆସିଲେ ଲାଡଲି ରାହା, କ୍ୟୁଟନେସ ଦେଖି ଫିଦା ଫ୍ୟାନ୍ସ

ଖ୍ରୀଷ୍ଟମାସରେ ରାହାଙ୍କୁ ମିଡିଆ ସାମ୍ନାକୁ ଆଣିଥିଲେ ରଣଭୀର-ଆଲିଆ

ଆଲିଆ-ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡିଯାଇଥିଲେ । ଏହାପରେ ପରସ୍ପର ଡେଟିଂ କରିବା ପରେ ୨୦୨୨, ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ନଭେମ୍ବର ୬, ୨୦୨୨ ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ନିଜ ଝିଅକୁ ମିଡିଆ ଠାରୁ ଦୂରେଇ ରଖିଥିବା ବେଳେ ଗତବର୍ଷ (୨୦୨୩) ଖ୍ରୀଷ୍ଟମାସରେ ଏହି ଦମ୍ପତି ଝିଅର ଲୁକକୁ ଦେଖାଇଥିଲେ । ସେଲିବ୍ରିଟି ଦମ୍ପତି ନିଜ ଶିଶୁ କନ୍ୟା ସହ ପାପାରାଜି ପାଇଁ ପୋଜ୍ ଦେଇଥିଲେ । ଯାହା ପର ଠାରୁ ରାହା ନିଜ କ୍ୟୁଟନେସ ପାଇଁ ଲାଇମଲାଇଟରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.