ETV Bharat / entertainment

ଡିପଫେକ ଜାଲରେ ଛନ୍ଦି ହେଲେ ଖିଲାଡି କୁମାର

Akshay Kumar Deepfake Video: ଡିପଫେକ ଭିଡିଓର ଶିକାର ହୋଇଛନ୍ତି ଅଭିନେତା ଅକ୍ଷୟ କୁମାର । ଅଭିନେତାଙ୍କ ଏହି ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଗେମିଂ ଆପ୍‌ର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 11:25 AM IST

Akshay Kumar Deepfake Video
Akshay Kumar Deepfake Video

ମୁମ୍ବାଇ: ଥମିବାର ନାଁ ନେଉନି ଡିପଫେକ ମାମଲା । ଆଜିକାଲି ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ଗୁଡିକ ଭାଇରାଲ ହେବାରେ ଲାଗିଛି । ଅନେକ ବଡ ତାରକା ଏହାର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡା ହୋଇଛି । ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କେଫ, ସଚିନ ତେନ୍ଦୁଲକରଙ୍କ ପରେ ଏବେ ଅଭିନେତା ଅକ୍ଷୟ କୁମାର ଏହାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଅକ୍ଷୟଙ୍କୁ ଏକ ଗେମିଂ ଆପ୍‌ର ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ମିଡିଆ ରିପୋର୍ଟ ଅନୁସାରେ, ଅଭିନେତା କେବେବି କୌଣସି କାର୍ଯ୍ୟକୁ ନେଇ ପ୍ରଚାର ପ୍ରସାର କରି ନାହାନ୍ତି । ଏହି ଭିଡିଓର ସୋର୍ସକୁ ଯାଞ୍ଚ କରାଯାଉଛି । ଏଥିସହ ମିଥ୍ୟା ବିଜ୍ଞାପନ ପାଇଁ ଅଭିନେତାଙ୍କ ପରିଚୟର ଅପବ୍ୟବହାର ହୋଇଥିବାରୁ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଫେକ୍ ଭିଡିଓ ତିଆରି ଏବଂ ପ୍ରଚାର ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ କମ୍ପାନୀ ବିରୋଧରେ ଏକ ସାଇବର ଅଭିଯୋଗ ଦାଖଲ କରାଯାଇଛି ।

ତେବେ AI ଜେନେରେଟେଡ ଭିଡିଓରେ ଅକ୍ଷୟ କୁମାର କହୁଛନ୍ତି ଯେ, ' କଣ ଆପଣଙ୍କୁ ମଧ୍ୟ ଖେଳିବାକୁ ପସନ୍ଦ ? ମୁଁ ଆପଣଙ୍କୁ ଏହି ଉପଦେଶ ଦେଉଛି ଯେ ଆପଣ ଏହି ଆପ୍ଲିକେସନକୁ ଡାଉନଲୋଡ କରନ୍ତୁ ଓ ଆଭିଏଟର ଗେମ୍ ଖେଳନ୍ତୁ । ଏହା ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ ସ୍ଲଟ୍ ଯେଉଁଠାରେ ସମସ୍ତେ ଏହାକୁ ଖେଳୁଛନ୍ତି, ଆମେ ଅନ୍ୟ ଖେଳାଳିଙ୍କ ବିପକ୍ଷରେ ଖେଳୁଛେ' । ତେବେ ଏନେଇ ଜଣେ ଫ୍ୟାନ୍ସ କମେଣ୍ଟ ବକ୍ସରେ ଏହା ନକଲି ଲେଖିଥିବା ବେଳେ ଅନ୍ୟଜଣେ ' ଡିପଫେକ୍ ' ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଡିପଫେକ ଜାଲରେ ଆମେରିକା ଗାୟିକା ଟେଲର ସ୍ବିଫ୍ଟ, ଘୁରି ବୁଲୁଛି ଆପତ୍ତିଜନକ ଫଟୋ

ଅନ୍ୟପଟେ ଅଭିନେତାଙ୍କ ପରିଚୟର ଅପବ୍ୟବହାର ହେତୁ ସେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଇନଗତ ଉପାୟ ବ୍ୟବହାର କରି ଏହାର ମୁକାବିଲା କରିବାକୁ ତାଙ୍କ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଷୟ କୁମାରଙ୍କ ପୂର୍ବରୁ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, ନୋରା ଫତେହି, କ୍ୟାଟ୍ରିନା କୈଫ, କାଜୋଲ ଏବଂ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଅକ୍ଷୟ କୁମାରଙ୍କ ଓ୍ବର୍କଫଣ୍ଟ କଥା କହିବାକୁ ଗଲେ, ସେ ବର୍ତ୍ତମାନ ' ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ପାଇଁ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଅଭିନେତାଙ୍କ 'ସ୍କାଏ ଫୋର୍ସ', 'ସିଙ୍ଘମ୍ ଏଗେନ୍', 'ଓ୍ବେଲକମ ଟୁ ଦ ଜଙ୍ଗଲ', 'ହେରା ଫେରି -3' ଭଳି ଚଳଚ୍ଚିତ୍ର ଆଗକୁ ଆସିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.