ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପାଳନ କରିଛନ୍ତି । ନଭେମ୍ୱର 16ରେ ନିଜ ଝିଅ ଆରାଧ୍ୟାଙ୍କ ଜନ୍ମଦିନ ଏବଂ 21 ନଭେମ୍ବରରେ ତାଙ୍କ ପିତା କୃଷ୍ଣରାଜ ରାୟଙ୍କ ଜନ୍ମବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ତାଙ୍କ ମାଆ ବୃନ୍ଦା ରାୟ ଏବଂ ଝିଅ ଆରାଧ୍ୟାଙ୍କ ସହ ଏହି ଦୁଇ ଉତ୍ସବ ସେଲିବ୍ରେଟ କରିଛନ୍ତି । ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି । ଏହି ସମୟରେ ଅଭିଷେକ ବଚ୍ଚନ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଣି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଛି ।
ଝିଅ ଜନ୍ମଦିନ ଏକାକୀ ସେଲିବ୍ରେଟ କଲେ ଐଶ୍ୱର୍ଯ୍ୟା
ବୁଧବାର ସେୟାର ହୋଇଥିବା ଏହି ପୋଷ୍ଟରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ଏକାଠି ନଜର ଆସିଛନ୍ତି । ଉଭୟେ ଐଶ୍ୱର୍ଯ୍ୟାଙ୍କ ସ୍ୱର୍ଗତ ପିତା କୃଷ୍ଣରାଜ ରାୟଙ୍କୁ ତାଙ୍କ ଫଟୋ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ରାଜକୁମାରୀଙ୍କ କିଛି ଅନସିନ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆରାଧ୍ୟାଙ୍କ ଛୋଟ ହାତର ଝଲକ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଏକ ବେଲୁନ୍ ପ୍ରଦର୍ଶିତ ହୋଇଛି, ଯାହା ଆରାଧ୍ୟାଙ୍କ ଯୁବାବସ୍ଥାର ପ୍ରମାଣ ଦେଉଛି । ଶେଷ ଫଟୋରେ ମାଆ ଏବଂ ଝିଅ ପାର୍ଟୀ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ସେୟାର କରି ଐଶ୍ୱର୍ଯ୍ୟା କ୍ୟାପସନରେ ଲେଖିଛନ୍ତି, 'ତୁମେ ମୋ ଜୀବନର ପ୍ରେମ । ଜନ୍ମଦିନର ବହୁତ ଶୁଭେଚ୍ଛା । ମୋର ହୃଦୟ ହୁଅ, ମୋର ପ୍ରାଣ ହୁଅ, ତୁମେ ସର୍ବଦା ସେଠାରେ ରହିବ ଏବଂ ତା’ଠାରୁ ଅଧିକ...।'
ଏହା ମଧ୍ୟ ପଢନ୍ତୁ: ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍
ପୁଣି ଐଶ୍ୱର୍ଯ୍ୟା-ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା
ଫଟୋରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ନଜର ଆସିଥିବା ବେଳେ ଅଭିଷେକ ଏଥିରେ ଅନୁପସ୍ଥିତି ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେବ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସବୁ ଠିକ୍ ନୁହେଁ ବୋଲି ଆଲୋଚନା ହେଉଛି । ଉଭୟ ଅଲଗା ହୋଇଯାଇଛନ୍ତି ଏବଂ ଉଭୟଙ୍କ ଛାଡପତ୍ର ହେବାକୁ ଯାଉଛି । କହିରଖୁଛୁ କି, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା ପରିବାରର ଅନ୍ୟମାନଙ୍କଠାରୁ ପୃଥକ ଭାବରେ ପହଞ୍ଚି ସେମାନଙ୍କ ଫଟୋ ପୃଥକ ଭାବରେ କ୍ଲିକ୍ କରିଥିଲେ। ଅନନ୍ତ-ରାଧିକାଙ୍କ ରିସେପ୍ସନରେ ମଧ୍ୟ ସମାନ ଘଟଣା ଘଟିଥିଲା । ଯାହା ପରେ ଉଭୟଙ୍କ ବିଚ୍ଛେଦ ଚର୍ଚ୍ଚା ନେଇ ଆଲୋଚନା ହେଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ